November 9, 2025
Home » ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପ୍ରେରଣାରେ ଚକ୍ଷୁ ଦାନ

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପ୍ରେରଣାରେ ଚକ୍ଷୁ ଦାନ

0
WhatsApp Image 2024-11-16 at 1.13.29 PM

ବ୍ରହ୍ମପୁର ତା ୧୫.୧୧.୨୦୨୪ ତାରିଖରେ ବ୍ରହ୍ମପୁରସ୍ଥ ପ୍ରେମନଗର ଚତୁର୍ଥ ଗଳି ନିଵାସୀ ତୁମୁଲୁ ଉଦୟରତ୍ନ ସ୍ୱାମୀ ସ୍ବର୍ଗତ ତୁମୁଲୁ କାଶୀଙ୍କର ୯୦ ବୟସରେ ସନ୍ଧ୍ୟା ୪ ଘଣ୍ଟା ସମୟରେ ନିଜ ବାସଭବନରେ ପରଲୋକ ପ୍ରାପ୍ତି ହୋଇଯାଇଛି। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ସଭ୍ୟ ଡାକ୍ତର ଇପାରି ପଦ୍ମନାଭ ରାଓ ମୃତା ପରିବାରର ସମସ୍ତ ସଭ୍ୟଙ୍କୁ ଚକ୍ଷୁଦାନ ପାଇଁ ପ୍ରେରଣା ଦେଇଥିଲେ। ଚାରି ପୁଅ ଟି.ଶଙ୍କର ନାରାୟଣ ,ଟି.ଲଷ୍ମୀନାରାୟଣ, ଟି.ରବିନାରାୟଣ, ଟି,.ହରିନାରାୟନ ଓ ଝିଅ ରଜନୀ କୁମାରୀ ସ୍ବୀକୃତି ଦେବାପରେ ଏମ୍.କେ .ସି.ଜି.,ମେଡିକାଲ କଲେଜର ଚକ୍ଷୁ ବିଭାଗର ଡ. ସ୍ମିତା ରାଣୀ ମହନ୍ତ, ଡ.ରୂପାଲି ମିଶ୍ର ଚକ୍ଷୁ (କର୍ଣ୍ଣିଆ) ସନ୍ଧ୍ୟା ୮ ଘଣ୍ଟା ସମୟରେ ମୃତକଙ୍କ ବାସଗୃହରେ ସଂଗ୍ରହ କରିଥିଲେ।

ରିପୁଅ ଓ ବୋହୁଙ୍କ ସହ ବନ୍ଧୁ ବାନ୍ଧବ ଟି.ବଦ୍ରିନାରାୟନ ଏ.ଅଶୋକ, ଶଶାଙ୍କ ପାତ୍ର ଟି.ବୃନ୍ଦାବନ, ଟି.କ୍ରୀଷ୍ଣା ରାଓ, ଟି.ସର୍ବେଶ୍ୱର ରାଓ, ଟି.ଅନୁରାଧା,ଟି.ପୁଷ୍ପବତୀ, ଟି.ଜ୍ୟୋଞ୍ଛନା ରାଣୀ, ଟି.ସୁନୀଲ ଉପସ୍ଥିତିରେ ଚକ୍ଷୁଦାନ କରାଯାଇଥିଲା। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଉପସଭାପତି ଜମ୍ମୁଲା ସୁରେଶ, କେ.ନନ୍ଦେଷୁ ସେନାପତି, Ch.ପ୍ରସାଦ ରାଓ, କ,.ପୁରୁଷୋତ୍ତମ କୁମାର ସୁବୁଦ୍ଧି ସହଯୋଗ କରିଥିଲେ।
ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ମାଧ୍ୟମରେ ନଭେମ୍ବର ମାସରେ ଦୁଇ ଜଣଙ୍କଠାରୁ ଓ ଏହିବର୍ଷ ୧୬ ଜଣଙ୍କ ଠାରୁ ଷୋହଳ ଯୋଡ଼ା ଚକ୍ଷୁ ଚକ୍ଷୁବିଭାଗକୁ ଦାନ କରାଯାଇଛି।🙏

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *