April 26, 2026
Home » ବଡଭାଇ ର ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ

ବଡଭାଇ ର ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ

0
WhatsApp Image 2026-04-26 at 5.04.19 PM

ଯୁବକ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର

ପୋଲସରା:  ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ ହୋଇଛି l ଆକ୍ରମଣ ରେ ଗ୍ରାମର ଆକାଶ ଜେନା ନାମକ ଯୁବକ ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଗତ ରାତିରେ ଆକାଶ ଙ୍କ ବଡ଼ ଭାଇଙ୍କ ବାହାଘର ପ୍ରୋସେନ ଗ୍ରାମରେ ବୁଲୁଥିଲା l ସମସ୍ତେ ନାଚରେ ମସଗୁଲ ଥିବା ବେଳେ କୌଣସି କାରଣକୁ ନେଇ ଆକାଶଙ୍କ ସହ ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ହୋଇଥିଲା l

ପରେ ଘଟଣା ଉଗ୍ରରୂପ ନେଇ ଆକାଶ ଙ୍କୁ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଆକାଶ ଙ୍କ ଅନ୍ତ ପୁଟୁଳି ବାହାରକୁ ଆସିଯାଇଥିବା ବେଳେ ଗରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l

 

polasara ru hrusikesh nayak nak report

Leave a Reply

Your email address will not be published. Required fields are marked *