June 2, 2026
Home » ବଡ଼ବିଲ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଲୁଟ ଘଟଣାରେ ଆଉ ୩ ଅଭିଯୁକ୍ତ ଗିରଫ

ବଡ଼ବିଲ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଲୁଟ ଘଟଣାରେ ଆଉ ୩ ଅଭିଯୁକ୍ତ ଗିରଫ

0
WhatsApp Image 2026-06-02 at 10.26.51 AM

 ଯୋଡ଼ା :-ଗତ ଜାନୁୟାରୀ ୧୯ ତାରିଖ ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରୁ ନଗଦ ସାଢେ ୪ ଲକ୍ଷ ଟଙ୍କା ଓ ୭ କିଲୋଗ୍ରାମ ସୁନା ଲୁଟ ଘଟଣା ରେ କେନ୍ଦୁଝର ପୋଲିସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଏଥି ସହିତ ଏହି ଲୁଟ ଘଟଣାରେ ଗିରଫ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଥାନା ଦାଉଦ ନଗର ଅଞ୍ଚଳର ଜିତେନ୍ଦ୍ର କୁମାର, ଅଖିଳେଶ ପ୍ରସାଦ ସିଂ ଓ ଓରୱାଲ ଥାନା ମେହେନ୍ଦିଆ ଅଞ୍ଚଳର ରୌଶନ କୁମାର ଲଡ୍ଡୁ l ସେମାନଙ୍କ ନିକଟରୁ ୨୩୬ ଗ୍ରାମ ସୁନା, ୪ କିଲୋଗ୍ରାମ ରୁପା ଓ ବ୍ୟାଙ୍କ ଲୁଟ ସମ୍ପତ୍ତିରୁ ଅର୍ଜିତ ହୋଇଥିବା ଏକ ମାରୁତି ସୁଜୁକି କାର ଜବଦ ହୋଇଛି l

 

ରୌଶନ କୁମାର କୁ ପୋଲିସ ର ସ୍ୱତନ୍ତ୍ର ଟିମ ଗୁଜୁରାଟ ର ସୁରତ ରୁ ଠାବ କରାଯିବା ପରେ ତାକୁ ପୋଲିସ ହେପାଜତ କୁ ନେଇ ପଚରା ଉଚରା କରାଯାଇଥିଲା l ପରେ ଲୁଟ ଘଟଣା ରେ ସମ୍ପୃକ୍ତ ସୁନା ବ୍ୟବସାୟୀ ଜିତେନ୍ଦ୍ର କୁମାର ଓ ରୌଶନ କୁମାର କୁ ମଧ୍ୟ ଗିରଫ କରାଯାଇଥିଲା l ରୌଶନ କୁମାର ଜଣେ ପେସାଦର ଅପରାଧୀ ହୋଇଥିବା ବେଳେ ସେ ଏକ ବେଆଇନ ବନ୍ଧୁକ କାରଖାନା ମଧ୍ୟ ଚଳାଉଥିବା ପୋଲିସ ତଦନ୍ତରୁ ଜଣା ପଡିଛି l ବ୍ୟାଙ୍କ ଓଫ ମହାରାଷ୍ଟ୍ର ବଡ଼ବିଲ ଶାଖା ପରିଚାଳକ ପଙ୍କଜ କୁମାର ବର୍ଣ୍ଣୱାଲ ଙ୍କ ଥାନା ରେ ଲିଖିତ ଅଭିଯୋଗ ପରେ (ବଡ଼ବିଲ ଥାନା କେସ ନଂ ୨୯/୨୦୨୬) କେନ୍ଦୁଝର ଏସ୍ ପି ନିର୍ଦ୍ଦେଶକ୍ରମେ ୧୪ ଟି ପୋଲିସ ଟିମ ଗଠନ କରାଯାଇ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ପୂର୍ବରୁ ୮ ଜଣ ବହିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା l ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୪ ଶହ ଗ୍ରାମ ସୁନା, ଗୋଟିଏ ପୋଲସର ବାଇକ ଦୁଇଟି ସ୍କୋର୍ପିଓ ଓ ଗୋଟିଏ ପିସ୍ତଲ ଜବଦ ହୋଇଥିଲା l

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ( ଇଷ୍ଟ୍ରୋନ ପ୍ରେସ ଏଜେନ୍ସି ) ।

Leave a Reply

Your email address will not be published. Required fields are marked *