ବନ୍ଦ କୋଠରୀ ରୁ ଛାତ୍ରୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି l
ସୁବର୍ଣ୍ଣପୁର — ବନ୍ଦ କୋଠରୀ ରୁ ଝୁଲନ୍ତା ଅବସ୍ଥା ରେ କଲେଜ ଛାତ୍ରୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି l ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଜନମୁରା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା l ଛାତ୍ରୀ ଙ୍କ ଝୁଲନ୍ତା ମୃତ ଦେହ ଘର ଭିତରୁ ଉଦ୍ଧାର କରାଯାଇଛି l ଘଟଣା ଜଣା ପଡିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l କଲେଜ ରେ ପାଠ ପଢୁଥିବା ଜଣେ 18 ବର୍ଷୀୟା ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଗତକାଲି ରାତିରେ ବନ୍ଦ କୋଠରୀ ରୁ ଉଦ୍ଧାର କରାଯାଇଛି l ଘଟଣା ଜଣାପଡିବାପରେ ପରିବାର ଓ ଗ୍ରାମବାସୀ ସୋନପୁର ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ସୋନପୁର ପୋଲିସ ଜନମୁରା ଗ୍ରାମରେ ପହଞ୍ଚି ଘଟଣା ର ଅନୁଧ୍ୟାନ କରିବା ସହ ମୃତ ଦେହ କୁ ଜବତ କରିଥିଲା l ତେବେ ଛାତ୍ରୀ ଜଣକ କୌଣସି କାରଣ ରୁ ଆତ୍ମହତ୍ୟା କରିଛନ୍ତି, ନା ଏହା ପଛରେ ଅନ୍ୟ କିଛି କାରଣ ଓ ରହସ୍ୟ ରହିଛି ତଦନ୍ତ ପରେ ସବୁ ଜଣାପଡିବ l ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହାତ୍ୟାକାଣ୍ଡ ସେ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି l ଅନ୍ୟପକ୍ଷରେ ପରିବାର ର ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲ୍ଲା ର ଜଣେ ଯୁବକ ବିବାହ ର ପ୍ରଲୋଭନ ଦେଖାଇ ଛାତ୍ରୀ ସହ ପ୍ରେମ ସମ୍ପର୍କ ରଖିଥିଲେ, ମାତ୍ର ସେ ଅନ୍ୟତ୍ର ବିବାହ କରିଦେବାରୁ ଝିଅ ଆତ୍ମହତ୍ୟା କରିଥିବା ବାପା ବୟାନ ଦେଇଛନ୍ତି l ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ଜଣାପଡିବ l ଏ ନେଇ ସୋନପୁର ପୋଲିସ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଜଣାପଡିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
