November 19, 2026
Home » ବିଚ ରାସ୍ତା ରେ ଫୁଟୁଛି ଗୁଳି : ଆଇନ ଶୃଙ୍ଖଳା କୁ ନେଇ ପ୍ରଶ୍ନବାଚୀ, ଗୁଳିମାଡ଼ ରେ ଜଣେ ମୃତ

ବିଚ ରାସ୍ତା ରେ ଫୁଟୁଛି ଗୁଳି : ଆଇନ ଶୃଙ୍ଖଳା କୁ ନେଇ ପ୍ରଶ୍ନବାଚୀ, ଗୁଳିମାଡ଼ ରେ ଜଣେ ମୃତ

0
WhatsApp Image 2026-11-19 at 1.15.14 PM

 

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡୁଛି lସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଅଇଁଲାସାରି ରାସ୍ତାର ପାଙ୍କେଲ ଛକ ନିକଟରେ ଗତ କାଲି ରାତିରେ ଫିଲ୍ମ ଷ୍ଟାଇଲରେ ପ୍ରାୟ ଚାରି ରାଉଣ୍ଡ ଗୁଳିମାରି ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି ଦୁର୍ବୃତ୍ତ I ମୃତ ଯୁବକ ଜଣକ ହେଲେ ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଧ ପଞ୍ଚାୟତ ବ୍ରାହ୍ମଣୀପାଲି ଗାଁର ସୁଦାମ ନାଗ (୩୫) ବର୍ଷ I ମୃତ ସୁଦାମ ଗଜବନ୍ଧ ଛକରେ ଏକ ଛୋଟିଆ ୱେଲଡ଼ିଙ୍ଗ ଦୋକାନ କରି ପରିବାର ଚଳାଉଥିଲା I ହେଲେ ସେ କୌଣସି କାରଣରୁ ସାଲେପାଲି ପାଙ୍କେଲ ରାସ୍ତା ଦେଇ ଡୁଙ୍ଗୁରିପାଲିରୁ ଘରକୁ ଫେରୁ ଥିବା ବେଳେ ତାଙ୍କୁ ଚାରି ରାଉଣ୍ଡ ଗୁଳିମାରି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ମାରିଛି ଦୁର୍ବୃତ୍ତ I ଏପଟେ ଖବର ପାଇଁ ଘଟଣା ସ୍ଥଳକୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ , ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ , ରାମପୁର ଥାନା ଅଧିକାରୀ ବିନୋଦିନୀ ବରିହା , ବରଗଡ଼ ଜିଲ୍ଲା ବରପାଲି ଥାନା ଅଧିକାରୀ ପ୍ରମୋଦ ସାହୁ ଓ ପୁଲିସ ଷ୍ଟାଫ ପହଞ୍ଚି ଖୋକା କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି I ତେବେ ପୁର୍ବ ଶତ୍ରୁତା , ବ୍ୟବସାୟ, ଜମିବାଡ଼ି ବିବାଦ କି କେଉଁ କାରଣରୁ ହତ୍ୟା କରା ଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି l ତେବେ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ କରିଛନ୍ତି l କିଏ ଓ କେଉଁ କାରଣରୁ ସୁଦାମ କୁ ଗୁଳିକରି ହତ୍ୟା କଲା ତାହା ସ୍ୱଷ୍ଟ ଭାବେ ଜଣା ପଡି ନାହିଁ । ଗୁକିକରି ହତ୍ୟା କରିଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୃତ ବ୍ୟକ୍ତିର ସମ୍ପର୍କୀୟ ଲୋକେ ଦାବି କରିଛନ୍ତି l ଏ ସମ୍ପର୍କରେ ପୁଲିସ ଡୁଙ୍ଗୁରିପାଲି ଥାନା ରେ ଏକ ମକଦ୍ଦମା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଉଲ୍ଲେଖ ଯୋଗ୍ୟ ଯେ, ପ୍ରାୟ ଦୁଇ ମାସ ପୂର୍ବରୁ ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ସୀମାନ୍ତ ଚିନାଯୁରୀ ରେ ଜଣେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ର ସମିତି ସଭ୍ୟ ଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା । ଉଭୟ ଜିଲ୍ଲା ର ପୁଲିସ ଏହି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହତ୍ୟାକାରୀ କୁ ପୁଲିସ ଗିରଫ କରି ପାରି ନାହିଁ। ଏହି ଘଟଣା ର ୨ ମାସ ପରେ ପୁଣି ଏକ ଗୁଳିକାଣ୍ଡ ରେ ଜଣେ ଯୁବକଙ୍କ ମୃତ୍ୟୁ ସୀମା ବର୍ତ୍ତି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦେଖିବାକୁ ବାକି ରହିଲା ଏହି ଉଭୟ ଗୁଳିକାଣ୍ଡ ଘଟଣାରେ ଡୁଙ୍ଗୁରିପାଲି ପୁଲିସ ପର୍ଦ୍ଦାଫାସ କରି ପାରୁଛି କି ନାହିଁ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *