September 22, 2026
Home » ବରଗଡ଼ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଫ୍ଲାଗ୍-ଅଫ୍

ବରଗଡ଼ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଫ୍ଲାଗ୍-ଅଫ୍

0
WhatsApp Image 2026-09-22 at 3.32.52 PM (2)

 

ଅଯୋଧ୍ୟା-ବାରାଣସୀ ଯିବେ ୧୨୭ ତୀର୍ଥଯାତ୍ରୀ

ବରଗଡ଼:ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଦଳର ଫ୍ଲାଗ୍-ଅଫ୍ କାର୍ଯ୍ୟକ୍ରମ ସୋମବାର ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାରେ ବରଗଡ଼ ଜିଲ୍ଲାରୁ ସର୍ବମୋଟ ୧୨୭ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଏବଂ ସେମାନଙ୍କ ସହାୟତା ପାଇଁ ୪ ଜଣ ଏସ୍କର୍ଟ ଅଫିସର ଯୋଗଦେଇଛନ୍ତି। ଏହି ଦଳ ଅଯୋଧ୍ୟା ଓ ବାରାଣସୀ ଭଳି ପ୍ରମୁଖ ଧାର୍ମିକ ପୀଠ ପରିଦର୍ଶନ କରିବେ।

 

ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ସୁନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ମଧୁଛନ୍ଦା ସାହୁ, ଡେପୁଟି କଲେକ୍ଟର (ନିଜାରତ) ଶ୍ରୀମତୀ ରଞ୍ଜିତା ବୋଖଲା, ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁରେଶ୍ୱର ଶତପଥୀ ଏବଂ ବରଗଡ଼ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରୀତମ ସିଂହ ଅତିଥି ଭାବେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଶୁଭେଚ୍ଛା ଜଣାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଆଜି ସନ୍ଧ୍ୟାରେ ତୀର୍ଥଯାତ୍ରୀମାନେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ମଙ୍ଗଳବାର (୨୨ ସେପ୍ଟେମ୍ବର) ସକାଳ ୧୧:୩୦ ମିନିଟ୍‌ରେ ସମ୍ବଲପୁର ରେଳଷ୍ଟେସନ୍‌ରୁ ଅଯୋଧ୍ୟା-ବାରାଣସୀ ଅଭିମୁଖେ ତୀର୍ଥଯାତ୍ରୀ ଆଗେଇବ। ବରିଷ୍ଠ ନାଗରିକମାନଙ୍କ ସୁରକ୍ଷିତ, ସୁବିଧାଜନକ ଓ ସୁଚାରୁ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *