August 21, 2026
Home » ବରଗଡ଼ ଚାଷୀ ବିକ୍ଷୋଭ ସମାବେଶରେ କଂଗ୍ରେସର ରଣ ହୁଙ୍କାର

ବରଗଡ଼ ଚାଷୀ ବିକ୍ଷୋଭ ସମାବେଶରେ କଂଗ୍ରେସର ରଣ ହୁଙ୍କାର

0
WhatsApp Image 2026-01-20 at 7.57.45 PM (1)
ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ଜୀରା ନଦୀ କୂଳରୁ ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହରଦିପ ସିଂଙ୍କ ନେତୃତ୍ୱରେ ଏକ ବିଶାଳ ଚାଷୀ ରାଲି ବାହାରି ସ୍ଥାନୀୟ ଟାଟାପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହାପରେ ଏହି ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ମଧ୍ୟ ବିକ୍ଷୋଭ କରିଥିଲା । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି  ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ କହିଲେ ଯେ ବରଗଡ଼ ଜିଲ୍ଲାର ଚାଷୀମାନଙ୍କ ଅବସ୍ଥା ପ୍ରତି ବିଜେପି ସରକାର ଉଦାସୀନ । ପ୍ରଥମେ ଧାନ କିଣା ବ୍ୟବସ୍ଥା ଜିଲ୍ଲାରେ ସ୍ଥିର ହେଉଥିଲା । ବର୍ତ୍ତମାନ ଭୁବନେଶ୍ୱରରୁ ଟୋକନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି । ଜିଲ୍ଲାସ୍ତରରେ ହେଉନାହିଁ । ତେଣୁ ପ୍ରଶାସନ ପାଖରେ ଚାଷୀ କିପରି ନିଜର ଦାବି ନ ରଖି ପାରିବ ତାହାର ଚକ୍ରାନ୍ତ ବିଜେପି ସରକାର କରିଛି । ଧାନ ସଂଗ୍ରହ ଅବ୍ୟବସ୍ଥା ଚାଷୀକୁ ହତାସ କରିଛି । ଗତବର୍ଷ ମିଲ ମାଲିକ, କୋଅପରେଟିଭ ସଂସ୍ଥା ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କର ପ୍ରତି କ୍ୟୁଂଟାଲ ଧାନରୁ ଯେଉଁ ୧୦/୧୫ କିଲୋ ଧାନ କଟ୍‌ନୀ ଛଟ୍‌ନୀ ହୋଇଥିଲା ସେଥିରୁ ୨ ହଜାର କୋଟି ଟଙ୍କା ଲୁଟ ହୋଇଛି । ଧାନ ଅମଳ ବଢ଼ୁଥିବା ବେଳେ ସରକାରଙ୍କ ପାଖରେ ୱୟାର ହାଉସ ଓ ଏଫସିଆଇ ଗୋଦାମର ବ୍ୟାପକ ଅଭାବ ରହିଛି । ଚାଷୀ ସାର ଚଢ଼ାଦରରେ କିଣୁଛି, ସାରର କଳାବଜାରୀ ହେଉଛି ।  ଏବେ ସବୁ ଚାଷୀଙ୍କ ଠାରୁ ଏମଏସପି ଦରର ଧାନ କିଣିବାକୁ ସରକାର ନାରାଜ ।
ବରଗଡ଼ ଓ କଳାହାଣ୍ଡି ପ୍ରଭୃତି ଜିଲ୍ଲାରେ ଗୋଟେ ଏକର ଜମିରୁ ପାଖାପାଖି ୨୫ କ୍ୱିଂଟାଲ ଧାନ ଅମଳ ହେଉଛି । ୧୫୦ କ୍ୱିଂଟାଲରୁ ଅଧିକା ଧାନ ଜଣେ ଚାଷୀଠାରୁ ଏମଏସପି ଦରରେ ସରକାର ନେବ ନାହିଁ ବୋଲି ଘୋଷଣା କଲେ । ତାହାହେଲେ ମୋଟାମୋଟି ଏକରରୁ ଅଧିକ ଜମି ଥିବା ଚାଷୀ ଠାରୁ ଏମଏସପି ଦରରେ ଧାନ କିଣିବା ଦୁର୍ଭାଗ୍ୟଜନକ । ସରକାର ସଠିକ ବ୍ୟବସ୍ଥିତ ପ୍ରକ୍ରିୟାରେ ଧାନ କିଣିପାରୁ ନାହିଁ । ଚାଷୀର ତଂଟି ଚିପୁଛି । ଚାଷୀର ଅଭିଯୋଗ ନଶୁଣି, ଚାଷୀର ଦୁଃଖ ନଶୁଣି ସରକାର ଚାଷୀର ଆନ୍ଦୋଳନକୁ ଡରାଇ ଧମକାଇ ଚପାଇ ଦେବାକୁ ଚେଷ୍ଟା କରୁଛି । ଚାଷୀ ଘରେ କେମିତି ଚୂଲି ଜଳିବନି, ଚାଷୀର ପିଲା କେମିତି ପାଠ ପଢ଼ିପାରିବେନି ସେହି ପରିସ୍ଥିତି ଏ ସରକାର ସୃଷ୍ଟି କରୁଛି । ପ୍ରତିଶ୍ରୁତି ଦେଇଥିଲେ ଚାଷୀକୁ ମାଗଣା ବିଜୁଳି ତାହା ସମ୍ଭବ ହୋଇପାରିଲା ନାହିଁ । ଏବେ ଓଡ଼ିଶାର ୧କୋଟି ୨୫ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ଠାରୁ ସୁରକ୍ଷା ଜମା ଆଦାୟ କରିବାକୁ ଟାଟା ପାୱାର ଓ ରାଜ୍ୟ ସରକାର ଯେଉଁ ମନ୍ଦ ଉଦ୍ଦେଶ୍ୟ ରଖିଛନ୍ତି ତାହା ବିରୋଧରେ କଂଗ୍ରେସ ଆନ୍ଦୋଳନ ଜାରି ରଖିଛି । ଏଥିପାଇଁ ଆମେ ଭୁବନେଶ୍ୱର ଟାଟା ପାୱାର ଅଫିସରରେ ତାଲା ପକାଇଲୁୂ ।  ଏ ରାଜ୍ୟରୁ ବାହାର ରାଜ୍ୟକୁ କୋଇଲା ରପ୍ତାନୀ ହେଉଛି । ହେଲେ ତାମିଲନାଡୁ, ଦିଲ୍ଲୀ, ତେଲେଙ୍ଗାନା, ପଞ୍ଜାବ ଆଦି ରାଜ୍ୟର ଲୋକ ୨୦୦ ରୁ ୩୦୦ ୟୁନିଟ ମାଗଣା ବିଜୁଳି ପାଉଥିବା ବେଳେ ଆମ କୋଇଲା ଓ ଆମ ଜଳ ବ୍ୟବହାରରୁ ଗୋଟିଏ ୟୁନିଟ ବିଜୁଳି ଓଡ଼ିଶାର ଗରିବ ଲୋକ ମାଗଣା ପାଉନାହାନ୍ତି । ଚାଷୀ ସମସ୍ୟା ଓ ବିଜୁଳି ଉପଭୋକ୍ତାଙ୍କ ପ୍ରତାରଣା ପ୍ରସଙ୍ଗରେ କଂଗ୍ରେସ ମହାଆନ୍ଦୋଳନ କରୁଛି । କଂଗ୍ରେସର ଆନ୍ଦୋଳନର ସାମିଲ ହୋଇ ଚାଷୀ ଓ ବିଜୁଳିଉପଭୋକ୍ତା ସାମିଲ ହୋଇ ସ୍ୱର ଉତ୍ତୋଳନ କରନ୍ତୁ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଜୟ କୁମାର ଲଲ୍ଲୁ ଯୋଗଦେଇ ମୋହନ ସରକାରକୁ ଏକ ଚାଷୀ ବିରୋଧି ସରକାର ଭାବେ ପ୍ରମାଣିତ କରିଥିଲେ । ବିଶେଷକରି ଚାଷୀ ଓ ବିଜୁଳି ଉପଭୋକ୍ତାଙ୍କ ଉପରେ ଯେଉଁ ଲୁଣ୍ଠନ ହେଉଛି ତାହାକୁ କଂଗ୍ରେସ ଦଳ ବରଦାସ୍ତ କରିବ ନାହିଁ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଶୁଭେନ୍ଦୁ ମହାନ୍ତି, ଅମିତା ବିଶ୍ୱାଳ, ଅଭୟ ସାହୁ, ଲିପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।