ବିକଶିତ ଭାରତ ସଂକଳ୍ପ ସଂସ୍ଥା ଜାତୀୟ ସମ୍ମିଳନୀ
ଡକ୍ଟର.ତିରୁପତି ପାଣିଗ୍ରାହୀଙ୍କ ସମେତ ୧୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଗୌରବ ସମ୍ମାନ
ଭୁବନେଶ୍ବର: ବିକଶିତ ଭାରତ ସଂକଳ୍ପ ସଂସ୍ଥାର ଜାତୀୟ ସମ୍ମିଳନୀ ହାଇଟେକ୍ ମେଡିକାଲ୍ କଲେଜ ପରିସରରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିକଶିତ ଭାରତ ୨୦୪୭ ରୋଡ ମ୍ୟାପ ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ଏହି ବିଶାଳ ସମ୍ଭାବନାକୁ ବାସ୍ତବତାରେ ପୁରଣ କରିବାକୁ ଓଡିଶା ମାଟି ଏହାର ଲଞ୍ଚପେଡ୍ ହେଉ ବୋଲି ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଯୋଗଦେଇଥିଲେ। ୨୦୪୭ସୁଦ୍ଧା ଦେଶକୁ ସଂପୁର୍ଣ୍ଣ ବିକଶିତ କରିବାକୁ ହେଲେ ପ୍ରଥମେ ଗ୍ରାମୀଣ କ୍ଷେତ୍ରର ସାମୁହିକ ବିକାଶ କରିବା ସହ ସମସ୍ତଙ୍କ ଶିକ୍ଷା,ରୋଜଗାର ଓ ସ୍ବାସ୍ଥ୍ୟ ର ଗ୍ୟାରେଣ୍ଟି ସୁନିଶ୍ଚିତ ହେବା ଆବଶ୍ୟକ ବୋଲି ଡକ୍ଟର ପାଣିଗ୍ରାହୀ କହିଥିଲେ, ଏହି ଅବସରରେ ଡକ୍ଟର ପାଣିଗ୍ରାହୀଙ୍କୁ ଗୌରବ ସମ୍ମାନ-୨୦୨୬ରେ ସମ୍ମାନୀତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି,ଦେଶର ବିକାଶରେ ସହଯୋଗ କରିଥିବା ଅନ୍ୟ ୯ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ମଧ୍ୟ ଗୌରବ ସମ୍ମାନ-୨୦୨୬ରେ ସମ୍ମାନୀତ କରାଯାଇଥିଲା।
କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖି, ଆରଏସଏସର ବରିଷ୍ଠ ପ୍ରଚାରକ ରବି କୁମାର କହିଥିଲେ ଯେ, ଦେଶ କେବଳ ଜଣେ ବ୍ୟକ୍ତି ବା କିଛି ବ୍ୟକ୍ତିଙ୍କ ପ୍ରଚେଷ୍ଠାରେ ବିକଶିତ ହେବନାହିଁ, ବରଂ ଏହା ସାମୁହିକ ପ୍ରଚେଷ୍ଟା ସହ ତ୍ୟାଗ ଓ ସମର୍ପଣ ଭାବରେ ସମ୍ଭବ ହେବ। ବିକଶିତ ଭାରତ ସଂକଳ୍ପ ସଂସ୍ଥାର ପ୍ରତିଷ୍ଠାତା ମୁଖ୍ୟ ଡକ୍ଟର ମହେଶ ଶର୍ମା କହିଥିଲେ ଯେ, ଦେଶ ୨୦୪୭ସୁଦ୍ଧା ସଂପୂର୍ଣ୍ଣ ବିକଶିତ ହେବା, ଯୁବପିଢୀଙ୍କ କାର୍ଯ୍ୟଦକ୍ଷତା ଓ ସୁରକ୍ଷିତ ରୋଡମ୍ୟାପ୍ ମାଧ୍ୟମରେ ସମ୍ଭବ ହୋଇପାରିବ,

ଏହାର ମୂଳ ଆଧାର, ଶିକ୍ଷା,ବୈଷୟିକ ତାଲିମ,ଆତ୍ମନିର୍ଭର,ଶିଳ୍ପପତି ଓ ଶିଳ୍ପର ବିକାଶ ହେବ। ବିକିଶିତ ଭାରତ ସଂକଳ୍ପ ସଂସ୍ଥାର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ.ଚିଦାତ୍ମିକା ଖଟୁଆ କହିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ମାଟି ଓଡିଶାରୁ ବିକଶିତ ଭାରତର ମୂଳଦୁଆ ସ୍ଥାପନ ହେଉ, ଲୋକଙ୍କ ଶକ୍ତି ସମ୍ମିଳୀତ ହେବା ସହ,ଦେଶପାଇଁ ଏକ ହୋଇ କାର୍ଯ୍ୟ କଲେ ୨୦୪୭ସୁଦ୍ଧା ଆମ ଦେଶ ନିଶ୍ଚିତ ରୁପେ ବିକଶିତ ଭାରତ ହୋଇପାରିବ,. ସେହି ସମ୍ଭାବନା ପ୍ରତ୍ୟକ ଦେଶବାସୀଙ୍କ ଆଖିରେ ଦେଖୁଛି ବୋଲି ସେ କହିଥିଲେ। ସେହିପରି ଆରଏସ୍ଏସ୍ ର ବରିଷ୍ଠ ପ୍ରଚାରକ ରବି କୁମାର, ବିକଶିତ ଭାରତ ସଂକଳ୍ପ ସଂସ୍ଥାର ମୁଖ୍ୟ ଡକ୍ଟର ମହେଶ ଶର୍ମା, ଆଇଆଇଟି ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର,କଟକ ସଦର ବିଧାୟକ ପ୍ରକାଶ ସେଠା,ତେଲକୋଇ ବିଧାୟକ ଡକ୍ଟର ଫକିରମୋହନ ନାୟକ, ଏକାମ୍ର ବିଧାୟକ ବାବୁ ସିଂ,ନାଲକୋର ପୁର୍ବତନ ଅଧ୍ୟକ୍ଷ ତପନ ଚାନ୍ଦ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ,ଡକ୍ଟର ରଜନୀକାନ୍ତ ମିଶ୍ର,ବିଜେଜେଏମ୍ ର ସାଧାରଣ ସଂପାଦକ ସନ୍ତୋଷ କୁମାର ସାହୁଙ୍କ ସମେତ ୮ଟି ରାଜ୍ୟର ପ୍ରତିନିଧି ଓ ଓଡିଶାର ୨୨ଟି ଜିଲ୍ଲାରୁ ପ୍ରତିନିଧି ମାନେ ଯୋଗଦେଇଥିଲେ।


