June 14, 2025
Home » ବିଡ଼ିଓ ଙ୍କୁ ମନ୍ତ୍ରୀ ତାଗିଦି, ଆମ ଲୋକ ବ୍ଲକରେ କାମ କରିବେ ! ( ମନ୍ତ୍ରୀ ଙ୍କ ଦବଂ ଗିରି )

ବିଡ଼ିଓ ଙ୍କୁ ମନ୍ତ୍ରୀ ତାଗିଦି, ଆମ ଲୋକ ବ୍ଲକରେ କାମ କରିବେ ! ( ମନ୍ତ୍ରୀ ଙ୍କ ଦବଂ ଗିରି )

0
WhatsApp Image 2024-08-16 at 6.58.20 AM

 

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣୀଯଙ୍ଗା ଜଳ ସମ୍ପଦ ବିଭାଗ ର ବଙ୍ଗଳା ଠାରେ ଗତ ସପ୍ତାହ ରେ ପାରାଦୀପ ବିଧାୟକ ତଥା ରାଷ୍ଟ୍ର ମନ୍ତ୍ରୀ ସମ୍ପଦ ସ୍ୱାଇଁ ବ୍ଲକ୍ ର ବିଡ଼ିଓ ଓ ଯନ୍ତ୍ରୀ ମାନଙ୍କୁ ନେଇ ଏକ ରିଭୁ ମିଟିଂ ଆୟୋଜନ କରିଥିଲେ । ଏହି ମିଟିଂ ରେ ସିଧା ସିଧା ବିଡ଼ିଓ ଙ୍କୁ କହିଦେଇଥିଲେ ମତେ ନ
ପଚାରିକି ତିର୍ତ୍ତୋଲ ବ୍ଲକ ରେ ମାଟି ଟିଏ ବି ପଡ଼ିବନି । ଆଉ ମଧ୍ୟ କହିଥିଲେ ଆଉ ଯେତିକି ଆମ ଓଡ଼ିଶା ନବୀନ ଓଡ଼ିଶା କାମ ବାକି ଅଛି ସେ ସବୁ କୁ ଆମ ଦଳୀୟ ଲୋକ କାମ କରିବେ ! ଆଉ ଏହାର ଯଦି ବ୍ୟତିକ୍ରମ ହୁଏ ତାହାଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ରୋକ୍ ଠୋକ୍ ବତାଇ ଦେଇଛନ୍ତି ।
ଏହାକୁ ନେଇ ଏବେ ତିର୍ତ୍ତୋଲ ବ୍ଲକ୍ ଅଧିକାରି ଙ୍କ ସମେତ ଯନ୍ତ୍ରୀଙ୍କ ଭିତରେ ଭୟାବହ ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଜେଡ଼ି କର୍ମୀ ମାନେ ଶୁଣିକି ନୀରବ ରହିବା ଘଟଣା ରୋଚକ ମୋଡ ନେଇଛି ।
ଏଠି ସଧାରଣ ରେ ଏବେ ପ୍ରଶ୍ନ ଉଠିଛି ଯେ ତିର୍ତ୍ତୋଲ ଅଞ୍ଚଳରେ ବିଜେଡ଼ି ବିଧାୟକ ଥାଉ ଥାଉ ପାରାଦୀପ ବିଜେପି ବିଧାୟକ ଙ୍କ ଏଭଳି ନିଷ୍ପତି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେବା ସହ ତିର୍ତ୍ତୋଲ ବିଧାୟକ ଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ନିର୍ବାଚନ ପରେ ପରେ ପାରାଦୀପ ବିଧାୟକ ତିର୍ତ୍ତୋଲ ବ୍ଲକ ବିଡ଼ିଓ ଙ୍କୁ ରାତି ଅଧିଆ ଘନ ଘନ ପାରାଦୀପ ଡାକି ଟିଉସନ କରୁଥିବା ବେଳେ ତିର୍ତ୍ତୋଲ ବିଧାୟକ ବ୍ଲକ୍ ଆସିବା ତ ଦୁରର କଥା ତିର୍ତ୍ତୋଲ ବ୍ଲକ ରୁ ଉଭାନ ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବାକି ରହିଲେ ବିଜେଡି ର ଟାଣୁଆ କର୍ମୀ ଏମାନେ ଥଳ କୂଳ ନପାଇ କିଏ କୁଆଡେ ଛିନି ଛତ୍ର ହୋଇ ବୁଲୁ ଛନ୍ତି,
ଦେଖା ଯାଉ ମନ୍ତ୍ରୀ ଙ୍କ ଏଭଳି ନିଷ୍ପତି କୁ ଆଗକୁ ବିଜେଡ଼ି ବିଧାୟକ ଓ କର୍ମକର୍ତା ଙ୍କ ପକ୍ଷରୁ ଏହାକୁ କିଭଳି ଭାବରେ ଗ୍ରହଣ କରା ଯାଉଛି ।

ରିପୋର୍ଟ, ଶ୍ରୀବତ୍ସ ଲାଞ୍ଛନ ପାଢ଼ୀ,

Leave a Reply

Your email address will not be published. Required fields are marked *