June 30, 2025
Home » ବିନିକା ଗୋକୁଳାଷ୍ଟମୀ ଯାତ୍ରାର ସପ୍ତମ ସନ୍ଧ୍ୟାରେ କୃଷ୍ଣ ଙ୍କ ବଟୁ ଲୀଳା ଓ ଅର୍ଘାସୁର ବଧ ଅନୁଷ୍ଠିତ

ବିନିକା ଗୋକୁଳାଷ୍ଟମୀ ଯାତ୍ରାର ସପ୍ତମ ସନ୍ଧ୍ୟାରେ କୃଷ୍ଣ ଙ୍କ ବଟୁ ଲୀଳା ଓ ଅର୍ଘାସୁର ବଧ ଅନୁଷ୍ଠିତ

0
WhatsApp Image 2024-11-27 at 1.44.19 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର କଂସାରୀପଡା ବ୍ରଜବିହାରୀ ନୃତ୍ୟ କଳା ଓ ପୁର୍ଣ୍ଣମାସୀ ଯୁବକ ସଂଘ ର ମିଳିତ ଆୟୋଜନ ରେ ୨୪୧ତମ ଗୋକୁଳାଷ୍ଟମୀ ମହୋତ୍ସବ ର ସପ୍ତମ ଦିବସରେ ଦଧିବାମନ ମନ୍ଦିର ସମ୍ମୁଖ ଓ ବନଦୁର୍ଗା ଯାତ୍ରା ପଡ଼ିଆ ରେ କୃଷ୍ଣ ଙ୍କ ବଟୁଲିଲା, ଅର୍ଘାସୁର ବଧ ଓ ସାସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ପଶ୍ଚିମ ଓଡ଼ିଶାର ବିନିକା ଗୋକୁଳାଷ୍ଟମୀ ଯାତ୍ରା ସର୍ବ ପୁରାତନ , ସୁପ୍ରସିଦ୍ଧ ଏବଂ ସୁଖ୍ୟାତି ଅର୍ଜନ କରିଥିବାରୁ ଦୁରଦୁରlନ୍ତର ରୁ ଲୋକେ ଆସି ଏଥିରେ ସାମିଲ ହୋଇଛନ୍ତି l ୨୪୧ ବର୍ଷ ପୁରାତନ ଏହି ଯାତ୍ରା ପାର୍ଇ ବିନିକା ଅଞ୍ଚଳ
ଉତ୍ସବ ମୁଖର ହେଇ ଉଠିଥିବା ସହିତ କଂସାରୀ ପଡ଼ା ସହିତ ସହରର ବିଭିନ୍ନ ଘରେ ନିଜ ନିଜର ବନ୍ଧୁ ବାନ୍ଧବ ଙ୍କ ୧୦ଦିନ ଧରି ଗହଳ ଚହଳ ଳାଗି ରହିଥାଏ । ମହାରାଜ କଂସ ଙ୍କ ନିର୍ଦ୍ଦେଶରେ ଅର୍ଘାସୁର କୁ କୃ‌ଷ୍ଣ ବଧ କରିବା ପାଇଁ ବନକୁ ପ୍ରେରଣ କରିଥିଲେ । ବନରେ କୃଷ୍ଣ ନିହତ କରିବାପାଇଁ ପରେ ଚେଷ୍ଟା କରି ବିଫଳ ହୋଇ ନିଜେ ନିଧନ ହୋଇଥିଲେ । ଅର୍ଘାସୁର ନିଧନ ହେବାର ଖବର ପାଇ ପ୍ରତାପି କଂସ ମହାରାଜ ବିଚଳିତ ହୋଇ ପାତ୍ର ମନ୍ତ୍ରୀ ଙ୍କ ଏକ ରୁଦ୍ଧଦ୍ୱାର କୋଠରି ରେ ବୈଠକ ବସିଥିଲା । ମହାରାଜ ଙ୍କ ନିମତ୍ରଣ ପାଇ ଦରବାରକୁ ବିନିକା ତହସିଳଦାର ସିତାରମ ଭୋଇ ମୂଖ୍ୟ ଅତିଥି, ବିଜେଡ଼ି ଜିଲ୍ଲା ଯୁବ ସଭାପତି ଅଶୋକ କୁମାର ନନ୍ଦ ,ବିନିକା ଦୁର୍ଗା ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ ପଣ୍ଡା, ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଧିରେନ୍ଦ୍ର ନାୟକ,ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ରେଖା ପଧାନ, ବିନିକା ମହିଳା କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ ବିଶି, ବିନିକା ମହିଳା କନିଷ୍ଟ ମହାବିଦ୍ୟାଳୟ ଅଧ୍ୟାପିକା ବୈଜୟନ୍ତି ସାହୁ , ସମ୍ପାଦକ ସଂଜୟ ଦାସ, ସାଂସ୍କୃତିକ ସମ୍ପାଦକ ପଦ୍ମଲୋଚନ ସାହୁ ପ୍ରମୁଖ ସମ୍ମାନିତ ଅତିଭାବରେ ଯୋଗଦେଇଥିଲେ ।ବୈଠକରେ ସଭାପତି ସିତାରାମ ଦାସ ଙ୍କ ଅଧ୍ୟକ୍ଷତା କରିଥିଲେ ା ଉଦଘୋଷକ ବିରଞ୍ଚି ମେହେର, ଅନ୍ତରାମ ସାହୁ, ସୈମ୍ୟ ରଞ୍ଜନ ପୂଜାରୀ ,ହିମାଂଶୁ ଶେଖର ପଣ୍ଡା ଉଦଘୋଷିକା –ସଶ୍ମିତା ପରମଗୁରୁ ଶତପଥୀ ଦାୟିତ୍ୱ ନିର୍ବାହ କରିଥିଲେ ।କୃଷ୍ଣ- ଶ୍ରୀମନ ସାହୁ, ବଳରାମ କାହ୍ନା ମାହାଣା, ଯଶୋଦା- ଶଶାଙ୍କ ଦାସ,ପଠାନ- ରମାକାନ୍ତ,ଚୈlକିଦାର ଅନ୍ଦାରୁ ସାହୁ, କଂସ ମହାରାଜ ଅନନ୍ତରାମ ସାହୁ, ମନ୍ତ୍ରୀ- ସଂଜୟ ସାହୁ, ବଟୁ- ତ୍ରିଭାଂଶୁ ସାହୁ, ଡ଼ଗର ସବ୍ୟସାଚୀ ମlହାଣା ପ୍ରମୁ୍ଖ ନିଖୁଣ କଳା ପ୍ରଦର୍ଶନ କରି ଦର୍ଶକକୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରଖିପାରିଥିଲେ । କଂସାରୀପଡା ବ୍ରଜବିହାରୀ ନୃତ୍ୟ କଳା ଓ ପୁର୍ଣ୍ଣମାସୀ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *