June 21, 2026
Home » ବିଭିନ୍ନ ସମସ୍ୟା ନେଇ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

ବିଭିନ୍ନ ସମସ୍ୟା ନେଇ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

0
WhatsApp Image 2026-06-21 at 1.48.57 PM

 

ରାଜ୍ୟର ବିଜେପି ସରକାର ଓଡିଶାବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି। ସଂପ୍ରତି ମଣ୍ଡି ସମସ୍ୟା ଯୋଗୁଁ ମଣ୍ଡି ରୁ ଧାନ ନଉଠିବା ପ୍ରସଙ୍ଗ,ବିଧବା,ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଗୁରୁତର ଅବହେଳା, ଅବହେଳା ଯୋଗୁଁ ଧର୍ମଗଡ଼ ରକ୍ତ ଭଣ୍ଡାର ବନ୍ଦ ହେଵା ଓ ରକ୍ତ ଅଭାବରୁ ଜଣେ ଶିଶୁ ର ମୃତ୍ୟୁ ଘଟିବା,ରାୟଗଡା ଜ଼ିଲ୍ଲା କଲ୍ୟାଣସିଂପୁର ଠାରେ ଦୁଇ ଜଣ ସ୍ବେଛାସେବୀକୁ ଉଲଗ୍ନ କରି ମାଡ ମାରିବା, ରାଜ୍ୟରେ ଧର୍ଷଣ ଚୋରି ଡକାୟତି ବୃଦ୍ଧି ପାଇ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିବା,

ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ବହିରେ ଗୁରୁତର ତ୍ରୁଟି, ଅନେକ ସମ୍ବେଦନଶୀଳ ଘଟଣା ରେ ସରକାରଙ୍କ ନିଷ୍କ୍ରିୟତା ଆଦି ସମସ୍ୟା ନେଇ ଆଜି ଧର୍ମଗଡ଼ ନିର୍ଵାଚନ ମଣ୍ଡଳୀର ଧର୍ମଗଡ଼ ଠାରେ ବିଜୁ ଜନତା ଦଳ ଧର୍ମଗଡ଼ ପକ୍ଷରୁ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇଯାଇଛି l ସରକାର ଆଗାମୀ ଦିନ ରେ ଏହି ସମସ୍ୟା ଗୁଡିକ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଂପାଦକ ପୁଷ୍ପେନ୍ଦ୍ର ସିଂଦେଓ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ସୁଶ୍ରୀ ହୀରା ବାଗ, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ,ଧର୍ମଗଡ଼ ବ୍ଲକ ସଭାପତି ଡାକେ ଲହଜଲ, ବ୍ଲକ ସଭାନେତ୍ରୀ ମମତାରାଣୀ ଗୋପାଳ, ବରିଷ୍ଠ ବିଜେଡ଼ି ନେତ୍ରୀ ଆଇନଜୀବୀ କଲ୍ୟାଣୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ…..

Leave a Reply

Your email address will not be published. Required fields are marked *