ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଶୁଭ ଉଦଘାଟନ ଅବସରରେ କଳସ ଶୋଭାଯାତ୍ରା ଓ ବୃକ୍ଷ ଓ ଆୟୁର୍ବେଦ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ।
ବୌଦ୍ଧ –ବୌଦ୍ଧ ଜିଲ୍ଲା ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ (କଙ୍କଲା) ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ସମୟରେ ନଭେମ୍ବର ୧୧ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ମହାସମାରୋହରେ ପାଳିତ ହେଉଛି । ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜଙ୍କ ମାର୍ଗଦର୍ଶନରେ ସକାଳେ ପୀଠପୂଜା, ଶତାଧିକ ମହିଳା ଓ କୀର୍ତ୍ତନ ମଣ୍ଡଳୀ, ଯଜ୍ଞକର୍ତ୍ତା, ଯଜ୍ଞ ପରିଚାଳନା କମିଟି, ସାଧୁ ସନ୍ଥ ମାନଙ୍କୁ ନେଇ ଭବ୍ୟ କଳସଯାତ୍ରା ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ପରେ ମହନ୍ତ ସର୍ବେଶ୍ୱର ଦାସ ମଞ୍ଚ ଉଦଘାଟନ ପରେ ମହା ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଶୁଭାରମ୍ଭ କରାଯାଇଥିଲା l ଯଜ୍ଞର ଉଦ୍ୟେକ୍ତା ତଥା ଶ୍ରୀ ରାଧାମାଧବ ସେବାଶ୍ରମର ମୁଖ୍ୟ ଆଚାର୍ଯ୍ୟ ଶ୍ରୀ ବ୍ରହ୍ମଚାରୀ ଆଦିତ୍ୟ ଦାସ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ ସହିତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ପାଞ୍ଚ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ l ଯଜ୍ଞର ଅନ୍ୟତମ ମାର୍ଗଦର୍ଶକ ବାବା ଲଷ୍ମଣ ଦାସ ଯଜ୍ଞ ଆୟୋଜନ ଏକ ମହତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ l ଯଜ୍ଞ କମିଟିର ସଦସ୍ୟ ବାଞ୍ଚାନିଧି ହୋତା ମଞ୍ଚ ପରିଚାଳନା କରିଥିଲେ l ଅପରାହ୍ନରେ ବୃକ୍ଷ ଓ ଆୟୁର୍ବେଦ ଉପରେ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସରଂକ୍ଷକ ତଥା ଅଧିବକ୍ତା ଅଭୟ କାନ୍ତ ପାଠକ ଯୋଗ ଦେଇ ବୃକ୍ଷ ଓ ଆୟୁର୍ବେଦ ଉପରେ ସାଧାରଣ ଗରିବ ପ୍ରଜା ଓ ବୈଦ୍ୟ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅତିରିକ୍ତ ଆୟୁର୍ବେଦିକ ସୁପରିଟେଣ୍ଟେଣ୍ଟ ଡା. ସିଦ୍ଧାର୍ଥ ସୂର୍ଯ୍ୟ ନାରାୟଣ ସାହୁ ଯୋଗଦେଇ ଆୟୁର୍ବେଦ ସହିତ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ଆଲୋଚକ ଭାବେ ପଞ୍ଚଗବ୍ୟ ସିଦ୍ଧ, ପ୍ରସ୍କୃତିକ ଚିକିତ୍ସକ ଡା ନିରାକାର ବେହେରା ଯୋଗ ଦେଇ ବୃକ୍ଷ, ଆୟୁର୍ବେଦ, ପ୍ରାକୃତିକ ଚିକିତ୍ସା ଓ ଜଗନ୍ନାଥ ସଂସ୍କୃତି ଉପରେ ଉପସ୍ଥାପନା କରିଥିଲେ l ଅନ୍ୟତମ ଆଲୋଚକ ଭାବେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଯୋଗ ଦେଇ ପ୍ରକୃତିକୁ ବଂଚେଇଲେ ନିଜେ ବଞ୍ଚି ପାରିବେ ବୋଲି କହିଥିଲେ l ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଡ଼,ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ,ମହା ଯଜ୍ଞ ର ଉଦ୍ୟକ୍ତା ବ୍ରହ୍ମଚାରି ଆଦିତ୍ୟ ଦାସ ମଞ୍ଚରେ ମଞ୍ଚାସିନ ଥିବାବେଳେ ସମ୍ପାଦକ କୃତ୍ତିବାସ ପଲିଆ ଅତିଥି ପରିଚୟ ଓ ଆଲୋଚନା ଚକ୍ରର ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ l ସହ ସମ୍ପାଦକ ଆକାଶ ଜେନା, କୋଷାଧ୍ୟକ୍ଷ ମୟସେନ ରଣା ଯୁଗ୍ମ କୋଷାଧ୍ୟକ୍ଷ ମନୋଜ ମହାକୁଡ଼, ଦେବବ୍ରତ ମେହେର କାର୍ଯ୍ୟକାରୀ ସଦସ୍ୟ , ଶମ୍ଭୁ ଗିରି,ଉତ୍ତମ ବେହେରା, କରୁଣାକର ଘଣ୍ଟୁଆଳ, ଦୁଷ୍ମନ୍ତ ପୃଷ୍ଟି,ପ୍ରଶାନ୍ତ କୁମାର ସେଠି, ଶ୍ରୀପତି ମହାକୁଡ଼, ଶ୍ରୀକ୍ଷେତ୍ର ମହାକୁଡ଼, ବିଦେଶୀ ସାହୁ,ଶଶାଙ୍କ ଶେଖର ପ୍ରଧାନ,ଦେବାଶିଷ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ଦିନରେ ,ଗୋ ସୁରକ୍ଷା ଓ ସନ୍ଥ ସମ୍ମେଳନ, ପାରମ୍ପରିକ କଳା ପ୍ରଦର୍ଶନ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଓ ଜପ ଯଜ୍ଞ ସହିତ ଯୋଗ, ପ୍ରଣା୍ୟାମ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜନ ହେବାକୁ ଆୟୋଜନ କମିଟି ତରଫରୁ ପ୍ରକାଶ କରିଥିଲେ lସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶ୍ରୀ ରାଧା ମାଧବ ସେବା ଶ୍ରମ ଓ ବୌଦ୍ଧ ଜିଲ୍ଲା କଳା, ସଂସ୍କୃତି, ଧାର୍ମିକ ମହାସଂଘର କଲାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ମଠ କମିଟି, ଯଜ୍ଞ କମିଟି, ରାଧା ମାଧବ ସେବା ଶ୍ରମ, ମାହେଶ୍ୱରୀ ସେନା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସହଜପାଳ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ