November 4, 2026
Home » “ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଉଦଘାଟିତ।

“ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଉଦଘାଟିତ।

0
WhatsApp Image 2026-11-03 at 4.40.27 PM

 

ସୁବର୍ଣ୍ଣପୁର:ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଛଅ ଦିବସୀୟ ଶକ୍ତିଶ୍ରୀ ଆତ୍ମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସଭାପତିତ୍ବ କରି ଶ୍ରୀ ମିଶ୍ର ଛାତ୍ରୀ ମାନଙ୍କୁ ସରକାରଙ୍କ ଆଭିମୁଖ୍ୟ ତଥା ଶକ୍ତିଶ୍ରୀ ମହିଳା ଆତ୍ମ ସୁରକ୍ଷା ଶିବିର ମାଧ୍ୟମରେ କିଭଳି ଭାବରେ ଛାତ୍ରୀ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ହେବ ସେ ବିଷୟରେ ଆଲୋକପାତ କରିଥିଲେ । ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ତଥା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ସଂଚାଳିକା ଶ୍ରୀମତୀ ସୁମିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରାଜନୀତି ବିଭାଗର ଅଧ୍ୟାପିକା ସୁଶ୍ରୀ ଦୀପ୍ତିମୟୀ ମଲ୍ଲିକ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ଶିବିରର ଉପଯୋଗିତା ବିଷୟ ରେ ଅବଗତ କରାଇଥିଲେ । ଏହି ଶକ୍ତିଶ୍ରୀ ଆତ୍ମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ସଭା କୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଜିକା ସୁଶ୍ରୀ ବାସନ୍ତୀ ପଧାନ ପରିଚାଳନା କରିଥିବା ବେଳେ ଶକ୍ତିଶ୍ରୀ ସାଥୀ ମଧୁସ୍ମିତା ମେହେର ଓ ଲିପ୍ସା ପାରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଆତ୍ମ ସୁରକ୍ଷା ଶିବିରର ସଭାରେ ଦୁଇ ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ରାଜହଂସ ଓ ଶ୍ରୁତିମୟୀ ପାତ୍ର ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରଥମ ଦିବସର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପ୍ରାୟ ସମସ୍ତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀମାନେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *