ଚାରି ମାସ ହେଲା ମିଳୁନି ପିଡିଏସ୍ ଚାଉଳ, ଶତାୟୁ ବୃଦ୍ଧାଙ୍କ ଦୁଃଖ ବୁଝିବ କିଏ?
ସୁବର୍ଣ୍ଣପୁର: ସରକାର ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଉଥିବା ବେଳେ ଜଣେ ଶତାୟୁ ବୃଦ୍ଧା ଗତ ଚାରି ମାସ ହେଲା ପିଡିଏସ୍ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣିଭୂଷଣପୁର ପଞ୍ଚାୟତରୁ ସାମ୍ନାକୁ ଆସିଛି।ସୂଚନା ଅନୁଯାୟୀ ପଞ୍ଚାୟତର ଲଣ୍ଡ୍ରେଜୁ ମାହାନ୍ତି ବେହେରାଙ୍କ ବୟସ ଶହେ ବର୍ଷରୁ ଅଧିକ। ତାଙ୍କର ଦେଖାଶୁଣା କରିବାକୁ କେହି ନଥିବା ବେଳେ ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ଚାଉଳ ହିଁ ତାଙ୍କର ଭରଷା । କିନ୍ତୁ ଆଧାର ଓ ଟିପଚିହ୍ନ ସମସ୍ୟା ଯୋଗୁଁ ଗତ ଚାରି ମାସ ହେଲା ସେ ଚାଉଳ ପାଇପାରୁନଥିବା ତାଙ୍କ ପୁତୁରା ମଧୁସୂଦନ ବେହେରା ଅଭିଯୋଗ କରିଛନ୍ତି।ବୃଦ୍ଧାଙ୍କୁ ଚାଉଳ ଯୋଗାଇଦେବା ପାଇଁ ତାଙ୍କ ପୁତୁରା ବାରମ୍ବାର ହରଭଙ୍ଗା ଯୋଗାଣ କାର୍ଯ୍ୟାଳୟ କୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଏନେଇ ହରଭଙ୍ଗା ଯୋଗାଣ ଅଧିକାରୀ ଅମ୍ବ୍ରିତା ପ୍ରଧାନଙ୍କୁ ପଚାରିବାରୁ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଥିବା କହିଥିଲେ l ଅନ୍ୟପକ୍ଷରେ ବୌଦ୍ଧ ଜିଲ୍ଲା ଯୋଗାଣ ଅଧିକାରୀ (ସିଏସ୍ଓ) ଶ୍ରୀନାଥ ହଂସଦାଙ୍କୁ ଏ ସମ୍ପର୍କରେ ପଚାରିବାରୁ ବୃଦ୍ଧାଙ୍କ ନାମରେ ଚାଉଳ ଉଠାଯାଇପାରିବ ଏବଂ ତାଙ୍କୁ ଚାଉଳ ମିଳିବା କଥା। କାହିଁକି ଚାଉଳ ଦିଆଯାଉନାହିଁ, ସେନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।ଜଣେ ଶତାୟୁ ଅସହାୟ ବୃଦ୍ଧା ଚାରି ମାସ ଧରି ସରକାରୀ ରାସନରୁ ବଞ୍ଚିତ ହେବା ଘଟଣା ଯୋଗାଣ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ତୁରନ୍ତ ସମସ୍ୟାର ସମାଧାନ କରି ବୃଦ୍ଧାଙ୍କୁ ନିୟମିତ ଚାଉଳ ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
