August 22, 2026
Home » ବ୍ୟାଙ୍କ୍ ରେ ଗ୍ରାହକ ଙ୍କୁ ଦୁର୍ବ୍ୟବହାର : ସେବା କମ: କଥା ବେଶୀ

ବ୍ୟାଙ୍କ୍ ରେ ଗ୍ରାହକ ଙ୍କୁ ଦୁର୍ବ୍ୟବହାର : ସେବା କମ: କଥା ବେଶୀ

0
WhatsApp Image 2026-01-08 at 12.34.57 PM

ଜୁନାଗଡ଼: ଜୁନାଗଡ଼ ସହରରେ ସଂପ୍ରତି ଛତୁ ଫୁଟିବା ଭଳି ଗୋଟାଏ ପରେ ଗୋଟାଏ ବ୍ୟାଙ୍କ୍ ର ଶାଖା ଖୋଲି ଚାଲିଛି। ହେଲେ ବ୍ୟାଙ୍କ୍ ଗୁଡିକରେ ଗ୍ରାହକ ଙ୍କୁ ସେବା କମ ଏବଂ କଥା ବେଶୀ ଦେଖିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ ଯେ କଳାହାଣ୍ଡି ଗଡ଼ଜାତ ର ପୁରାତନ ରାଜଧାନୀ ଜୁନାଗଡ଼ ସହର ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ।ଏହି ସହର ଉପରେ ବିଭିନ୍ନ କାର୍ଯ୍ୟ ପାଇଁ ଆଖପାଖ ଅନେକ ଗ୍ରାମ ର ଲୋକ ନିର୍ଭର କରନ୍ତି। ସଂପ୍ରତି ପ୍ରତ୍ୟେକ ସରକାରୀ,ବେସରକାରୀ ଅର୍ଥ ନେଣଦେଣ ଅନ ଲାଇନ ବା ବ୍ୟାଙ୍କ୍ ମାଧ୍ୟମରେ ହେଉଛି। ଏହାର ସୁଯୋଗ ନେଇ ଅନେକ ବ୍ୟାଙ୍କ୍ ନିଜ ନିଜର ଶାଖା ଏଠାରେ ଖୋଲିବାରେ ଲାଗିଛନ୍ତି।ବିଭିନ୍ନ ଅଧିକାରୀ ଙ୍କୁ ପଟେଇ ବ୍ୟାଙ୍କ୍ ଗୁଡ଼ିକ ବିଭିନ୍ନ ସରକାରୀ, ବେସରକାରୀ ଅଫିସ ର ଜମା,ବିଭିନ୍ନ ପ୍ରାପ୍ୟ ହାତେଇ ନେଉଛନ୍ତି। ସେହିଭଳି ବିଭିନ୍ନ ଉପାୟରେ ଗ୍ରାହକ ଙ୍କୁ ପ୍ରଲୋଭିତ କରି ନିଜ ଶାଖାରେ ଜମା ଖାତା ଖୋଲାଉଛନ୍ତି।

ଆଉ ଥରେ ଖାତା ଖୋଲିବା ପରେ ବ୍ୟାଙ୍କ୍ ବାବୁ ମାନେ ରୋବାବ ବା ହାକିମାତି ଦେଖାଇବା ଆରମ୍ଭ କରୁଛନ୍ତି। ଉଦାହରଣ ସ୍ୱରୂପ ସ୍ଥାନୀୟ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଶାଖା ର କିଛି କର୍ମଚାରୀ ଗ୍ରାହକ ଙ୍କୁ ଦୁର୍ବ୍ୟବହାର ଦେଖାଉଥିବା ଅଭିଯୋଗ ହେଉଛି। ଏପରିକି ବାର୍ଦ୍ଧକ୍ୟ ଗ୍ରସ୍ତ ଗ୍ରାହକ ବ୍ୟାଙ୍କ୍ କୁ ଆସିଲେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ଅଯଥା ଆଇନ ଦେଖାଇ ହଇରାଣ କରୁଥିବା ଦେଖିବାକୁ ମିଳୁଛି। କାଉଣ୍ଟର ସମ୍ମୁଖରେ ଗ୍ରାହକ ଙ୍କ ଭିଡଥିଲେ ମଧ୍ୟ ବାବୁ ମାନେ ମୋବାଇଲ ରେ ଖୁସି ଗପ କରୁଥିବା ଦେଖିବାକୁ ମିଳୁଛି। କେହି ଏହାର ପ୍ରତିବାଦ କଲେ ସମ୍ପୃକ୍ତ ବ୍ୟାଙ୍କ୍ ଅଧିକାରୀ ବେପରୁଆ ମନୋଭାବ ଦେଖାଉଥିବା ପରିଲକ୍ଷିତ ହେଉଛି। ଏସଂକ୍ରାନ୍ତରେ ବ୍ୟାଙ୍କ୍ ଶାଖା ପରିଚାଳକ ସବୁ ଦେଖି ନିଜ ଚାକିରି ବଞ୍ଚାଇବାକୁ ଚୁପ୍ ରହୁଥିବା ଦେଖିବାକୁ ମିଳୁଛି। ଅର୍ଥ ଗ୍ରହଣ କାଉଣ୍ଟର ରେ ଦିନ ତମାମ ଲମ୍ବା ଲାଇନ୍ ରହୁଥିବା ସତ୍ତ୍ୱେ ଗ୍ରାହକଙ୍କ ଅର୍ଥ ଉଠାଣ କାର୍ଯ୍ୟ ତ୍ୱରାନ୍ୱିତ କରଯାଉନି।ଫଳରେ ଗ୍ରାହକ ବିଶେଷକରି ବିଭିନ୍ନ ଯୋଜନାର ବୟସ୍କ ହିତାଧିକାରୀ ମାନଙ୍କୁ ଭୋକ ଉପାସରେ ଦିନ ତମାମ ଅପେକ୍ଷା କରିବାକୁ ପଡୁଛି। ବ୍ୟାଙ୍କ୍ ପରିସରରେ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ପାନୀୟ ଜଳ, ବସିବାକୁ ଚୌକି, ଲେଖିବାକୁ ଟେବୁଲ୍, ପଙ୍ଖା ର ମଧ୍ୟ ବ୍ୟବସ୍ଥା ନାହିଁ। କିଛି କର୍ମଚାରୀ ଙ୍କ ର୍ଦୁବ୍ୟବହାର ଯୋଗୁଁ ଏହି ବ୍ୟାଙ୍କର ଅନେକ ଗ୍ରାହକ ଜମା ଖାତା, ସିସି ଏକାଉଣ୍ଟ୍ ବନ୍ଦ କରିସାରିଲେଣି। କେବଳ ଏତିକି ନୁହେଁ ପଞ୍ଜାବ ନେସନାଲ ବ୍ୟାଙ୍କ୍ ର ଏଟିଏମ ର ସ୍ଥିତି ମଧ୍ୟ ଦୟନୀୟ। ଦୀର୍ଘ ଦିନରୁ ଗେଟ୍ ର କାଚ ଭାଙ୍ଗି ଯାଇଥିବା ବେଳେ ଅନେକ ସମୟରେ ଏଟିଏମ କାମ କରୁନି। ଏପରିକି ଏଟିଏମ ପରିସର କୁ ଦୈନିକ ସଫା ମଧ୍ୟ କରାଯାଉନାହିଁ। ଫଳରେ ଅସ୍ୱାସ୍ଥ୍ୟକର ପରିବେଶରେ ଗ୍ରାହକ ମାନେ ଏଟିଏମ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ କୌଣସି ସେବା ନ ଯୋଗାଇ ବ୍ୟାଙ୍କ୍ କର୍ତ୍ତୃପକ୍ଷ ୧୭୭ ଟଙ୍କା ଲେଖାଏଁ ସେବା କର ନେଉଛନ୍ତି। ଫଳରେ ଏହି ବ୍ୟାଙ୍କ୍ ପ୍ରତି ଲୋକେ ମୁହଁ ଫେରାଇ ନେଉଛନ୍ତି। ବ୍ୟାଙ୍କ୍ ର ଉପର ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ନଦେଲେ ଏବଂ ଗ୍ରାହକଙ୍କୁ ଦୁର୍ବ୍ୟବହାର କରୁଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ କେବଳ ଗ୍ରାହକ ଅଶାନ୍ତି ବୃଦ୍ଧି ପାଇବ ତା ନୁହେଁ, ବରଂ କେତେକ ସଂଗଠନ ବ୍ୟାଙ୍କ୍ ଆଗରେ ଧାରଣା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଣୁ ବ୍ୟାଙ୍କ୍ ର ଜାତୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।