July 5, 2026
Home » ଭକ୍ତ, ନିରଞ୍ଜନ, ଜୟଦେବ ଓ କାଡମଙ୍କ ମିଳିତ କେନ୍ଦୁଝର ଗସ୍ତ

ଭକ୍ତ, ନିରଞ୍ଜନ, ଜୟଦେବ ଓ କାଡମଙ୍କ ମିଳିତ କେନ୍ଦୁଝର ଗସ୍ତ

0
WhatsApp Image 2026-07-04 at 8.55.17 PM

 

ସରକାରଙ୍କ ଅପାରଗତା ଓ ଦାୟିତ୍ୱହୀନତା ଯୋଗୁଁ 12 ଜଣ ଜୁଆଙ୍ଗ ଝିଅ ବଳି ପଡିଲେ : କଂଗ୍ରେସ

ଭୁବନେଶ୍ୱର; କେନ୍ଦୁଝର ତେଲକୋଇ ବ୍ଲକ ଅନ୍ତର୍ଗତ ଟାଙ୍ଗୀ ଡ଼ୁବୁରୀ ଗ୍ରାମର 12 ଜଣ ଯୁଆଙ୍ଗ ଆଦିବାସୀ ଝିଅ ତାମିଲନାଡୁର ତିରୁଭଲୁରର ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ l ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ ହେବା ଫଳରେ ଦାଦନ ଶ୍ରମିକ ରୂପେ କାର୍ଯ୍ୟକରୁଥିବା 12 ଜଣ ଝିଅଙ୍କ ମୃତ୍ୟୁ ଘଟିବା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ୍, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା ମିଳିତ ରୂପେ ଟାଙ୍ଗୀ ଡ଼ୁବୁରୀ ଗ୍ରାମ ଗସ୍ତକରି ମୃତକା ମାନଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହ ସମସ୍ତ ଘଟଣାବଳୀ ଅନୁଧ୍ୟାନ କରିଥିଲେ l

ଏହା ସହ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଜିଲ୍ଲା ଏବଂ ସିଏ ନିଜେ ଜଣେ ଆଦିବାସୀ, ତଥାପି କେନ୍ଦୁଝର ଜିଲ୍ଲାରେ ବାରମ୍ବାର ଏଭଳି ଅମାନୁଷିକ ଘଟଣା ଘଟିବା ଆମ ରାଜ୍ୟ ପାଇଁ ଏକ ନିନ୍ଦନୀୟ ବିଷୟ l ଯେତେ ଲଜ୍ୟାଜନକ ଘଟଣା ଘଟିଲେ ମଧ୍ୟ ସରକାର ଉତ୍ତରଦାୟିତ୍ୱ ନ ନେବା ଗଣତନ୍ତ୍ର ପ୍ରତି ଉପହାସ ବ୍ୟତୀତ ଅନ୍ୟ କିଛି ନୁହେଁ l ସରକାର ଆଦିବାସୀ ମାନଙ୍କ ଜଳ ଜଙ୍ଗଲ ଜମି ଅଧିକାରରୁ ବଞ୍ଚିତ କରି ତାଙ୍କ ସମ୍ପତ୍ତି ଶାଗ ମାଛ ମୂଲ୍ୟରେ କମ୍ପାନୀ ମାନଙ୍କ ହାତରେ ଟେକିଦେବା ଫଳରେ ଆଦିବାସୀ ସମୁଦାୟ ଉପାର୍ଜନହୀନ ହୋଇ ବଞ୍ଚିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି l ପ୍ରଥମେ ରାଜ୍ୟ ସରକାର ଆଦିବାସୀଙ୍କ ଜମି ପଟ୍ଟା ନିର୍ଦ୍ଧାରଣ କରି ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରୁ l

ଖଣି ଅଞ୍ଚଳରେ କାମ କରୁଥିବା କମ୍ପାନୀ ଗୁଡିକ ନିଯୁକ୍ତିର ସୁବିଧା କରିବା ସହ କ୍ଷତିପୂରଣ ଆଦି ତୁରନ୍ତ ପ୍ରଦାନ କରନ୍ତୁ l କେନ୍ଦୁଝର ଜିଲ୍ଲା ମିନେରାଲ ଫଣ୍ଡରେ ଥିବା ହଜାର କୋଟିର ଟଙ୍କା ଆଦିବାସୀଙ୍କ ଉନ୍ନୟନ ପାଇଁ ଖର୍ଚ୍ଚ କରାଯାଉ ବୋଲି ଦାବୀ କରିଥିଲେ lପୁଣି ମୃତ୍ୟୁବରଣ କରିଥିବା ଝିଅ ମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ କ୍ଷତିପୂରଣ ସହିତ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଓ ସେଠାରେ ଆହତ ହୋଇଥିବା ଓ କାର୍ଯ୍ୟ କରୁଥିବା ସମସ୍ତ ଆଦିବାସୀଙ୍କୁ ରାଜ୍ୟକୁ ଫେରାଇ ଆଣି ଉପଯୁକ୍ତ ଥଇଥାନ କରିବା ପାଇଁ ସରକାରଙ୍କୁ ଦାବୀ କରିଥିଲେ lଏହି ଗସ୍ତ ପରିପେକ୍ଷୀରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା ଏବଂ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *