December 2, 2024
Home » ଭବାନୀପାଟଣାସ୍ଥିତ ମା’ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ପୁରାତନ ଛାତ୍ର ସଂଘର ଉଦ୍‌ବେଗ।

ଭବାନୀପାଟଣାସ୍ଥିତ ମା’ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ପୁରାତନ ଛାତ୍ର ସଂଘର ଉଦ୍‌ବେଗ।

0

କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ବିଭିନ୍ନସମସ୍ୟାକୁ ନେଇ ପୁରାତନ ଛାତ୍ର ସଂଘ ଗୁରୁବାର ସ୍ଥାନୀୟ ଏକ ହୋଟେଲଠାରେ ଖବରଦାତା ସମ୍ମିଳନୀ କରି ଉଦ୍‌ବେଗ ପ୍ରକାଶ କରିଛି। ସଂଘର ଉପଦେଷ୍ଟା ଜଗନ୍ନାଥ ମୁଣ୍ଡଙ୍କ ସଭାପତିତ୍ବରେ ହୋଇଥିବା ସମ୍ମିଳନୀରେ ଆବାହକ ଡ. ଅଜୟ ମିଶ୍ର, ଉପସଭାପତି ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଅବିନାଶ ଠାକୁର
ଆଇନଜୀବୀ ନିମାଞ୍ଚଳ ନାଏକ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ସୁମନ ରଥ, ପୂର୍ବତନ ଛାତ୍ରସଂସଦ ସଭାପତି ଅଜିତ ସାହୁ, ଆଦିବାସୀ ନେତା ପରମାନନ୍ଦ ମାଝି ପ୍ରମୁଖ ଯୋଗଦେଇ ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟା, ଛାତ୍ରଙ୍କ ପ୍ରତି ହେଉଥ‌ିବା ଅବହେଳା ସମ୍ପର୍କରେ ଅବଗତ କରିଥିଲେ।

ଏହା ମଧ୍ୟରେ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ୟୁଜିସି ନିୟମ ଅନୁସାରେ ଠିକ୍ ସମୟରେ ପରୀକ୍ଷା ନହେବା, ଫଳାଫଳ ପ୍ରକାଶରେ ବିଳମ୍ବ,ବୋର୍ଡ ଅଫ ଷ୍ଟଡିଜ ନିୟମ ଅନୁଯାୟୀ ନବସିବା, ସିଣ୍ଡିକେଟର କ୍ଷମତାକୁ ଜାଣିଶୁଣି ସଙ୍କୁଚିତ କରାଯିବା, ପିଏଚ୍‌ଡି ନାମ ପଞ୍ଜୀକୃତ ପାଇଁ ଜିଲାର ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ନ ଦେବା ଆଦି ଅନ୍ୟତମ। ପୁନଶ୍ଚ ପିଏଚଡ଼ି ନାମ ପଞ୍ଜିକୃତ ପାଇଁ କଳାହାଣ୍ଡି ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ସୁଯୋଗ ନ ଦେବା, ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାରରୁ ବଞ୍ଚିତ କରିବା, +୨ ଅତିଥି ଅଧ୍ୟାପକଙ୍କୁ ଗତ ଫେବୃଆରୀ ମାସ ଠାରୁ ଏଯାଏଁ ଦରମା ନଦେବା ଆଦି ବ୍ୟତିକ୍ରମ ଓ ଅବହେଳା ପାଇଁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କୁ ସଂଘ ପକ୍ଷରୁ ଦାୟୀ କରାଯାଇଛି ଏପରି କି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘ ତଥା ଜିଲାର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସାମିଲ ନ କରିବା ଘଟଣାକୁ ମା’ ମାଣିକେଶ୍ବରୀବିଶ୍ବବିଦ୍ୟାଳୟ ସମସ୍ୟାକୁ ସଂଘ ତରଫରୁ ନିନ୍ଦା କରାଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଗତ ବର୍ଷ ଉଦଘାଟିତ ମାଗଣା ଓ୍ବାଇଫାଇ ସେବା ପାଇବା ଏବଂ ସ୍ମାର୍ଟ କକ୍ଷରେ ଡିଜିଟାଲ ପାଠ ପଢିବାରୁ ଛାତ୍ରଛାତ୍ରୀ ମାନଙ୍କୁ ବଞ୍ଚିତ ରଖା ଯାଇଛି।
ବିଶ୍ବବିଦ୍ୟାଳୟର କୁଳପତିଙ୍କ ଦୀର୍ଘଦିନର ଅନୁପସ୍ଥିତି ପାଇଁ ପିଜି କାଉନସିଲ ଅଧକ୍ଷ ଡ଼. ନିବେଦିତା ନାଥଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ସରକାର ଦାୟିତ୍ଵ ଦେଇଛନ୍ତି। ଏଣୁ ନୂତନ ସ୍ଥାୟୀ କୁଳପତି
ନିଯୁକ୍ତି ସହିତ ବିଶ୍ଵବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ତଥା ପରୀକ୍ଷା ନିୟନ୍ତ୍ରଣ ବିଭାଗକୁ ପୁନର୍ଗଠନ କରିବାକୁ ପୁରାତନ ଛାତ୍ରସଂଘ ଦାବି କରିଛି। ଏସବୁ ଘଟଣାକୁ ନେଇ ଖୁବ୍‌ଶୀଘ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *