November 13, 2024
Home » ଭାରତୀୟ ମଜଦୁର ସଂଘର ସତୁରୀ ତମ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ରାଇରଙ୍ଗପୁର

ଭାରତୀୟ ମଜଦୁର ସଂଘର ସତୁରୀ ତମ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ରାଇରଙ୍ଗପୁର

0

ରାଇରଙ୍ଗପୁର ମ୍ଯୁନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ତେୟିଶି ଜୁଲାଇ ଦୁଇହଜାର ଚବିଶି ରିଖ ଦିନ ଭାରତୀୟ ମଜଦୁର ସଂଘର ଜିଲ୍ଲା ସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l ବି ଏମ୍ ଏସ୍ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମୟୂରଭଂଜ ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଉଦଘାଟନ ହୋଇଥିଲା l ପରେ ଶ୍ରମିକ ଗୀତ ଗାନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଭାତ ମଂଜରୀ ଦାସ ଶର୍ମା , ମୁଖ୍ୟ ବକ୍ତା ଭାବେ ରାଜ୍ୟ ପଦାଧିକାରୀ ନିଗମାନନ୍ଦ ପଟ୍ଟନାୟକ, ମଂଚ ପରିଚାଳନା ଜିଲ୍ଲା ସଂପାଦକ ବୋଧିରଜତ ମହାନ୍ତ, ସମ୍ମାନିତ ଅତିଥି ଭାବେ ମନୋରମା ବେହେରା, ଭୀମ ଚରଣ ମହାକୁଡ, ନିର୍ମଳା ପ୍ରଧାନ, ସାରଥୀ ମହାନ୍ତ, ସୋନାମଣୀ ଚମ୍ପେୟାର, ନିଳାଦ୍ରୀ ପାତ୍ର, ଗୋଲାପି ନାଏକ, ବୀଣାପାଣି ଗାଗରାଇ, ଜୟନ୍ତ ବେହେରା, ମିଡିଆ ପ୍ରମୁଖ ଶ୍ୟାମଳେନ୍ଦୁ ପରିଡା ଓ ମେଘନାଦ ସାହା ଉପସ୍ଥିତ ଥିଲେ l ଅଙ୍ଗନୱାଡି କର୍ମୀ ଓ ହେଲଫର, ଆଶାକର୍ମୀ, ପାଚିକା, ଉଜ୍ଜଳା ଦିଦି ତଥା ଅଣସଂଗଠିତ ଶ୍ରମିକ, କୋଠାବାଡିରେ କାର୍ଯ୍ୟରତ ଶ୍ରମିକ, କଳକାରଖାନା ଓ ଖଣି ଖାଦନ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ମଧ୍ୟ ପାଇପାରୁନାହାନ୍ତି l ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଅଙ୍ଗନୱାଡି ଓ ଆଶାଦିଦିଙ୍କର କାର୍ଯ୍ୟ ତୁଳନାରେ ଦରମା ବୁଦ୍ଧି ହୋଇନାହିଁ l ଜିଲ୍ଲାର ସବୁ ସ୍ତରର ଶ୍ରମିକ ଭାଇ ଓ ଭଉଣୀ ମାନଙ୍କ ସମସ୍ଯା ସଂପର୍କରେ ବିଶେଷ ଆଲୋଚନା କରାଯାଇ ବ୍ଲୁ ପ୍ରିଷ୍ଟ ପ୍ରସ୍ତୁତ କରିଥିବା କଥା ଉଲ୍ଲେଖ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଛବିଶଟି ବ୍ଲକରୁ ଅଙ୍ଗନୱାଡି ୱାର୍କର ଓ ସହାୟିକା, ଆଶାଦିଦି, ଉଜ୍ଜଳା ଦିଦି, ପାଚିକା, ଅଣସଂଗଠିତ ଶ୍ରମିକ, ବାମନଘାଟୀ ଶିଳ୍ପ ମଜଦୁର ସଂଘ, ବାବା ସୁଲେଇପାଟ ଖଣି ମଜଦୁର, ଗ୍ରାମୀଣ କୁଷି ମଜଦୁର ସଂଘର କାର୍ଯ୍ୟରର୍ତ୍ତାମାନେ ଯୋଗ ଦେଇଥିଲେ l ଜିଲ୍ଲାରେ ବିଭିନ୍ନ କଳକାରଖାନା, ଖଣିଖାଦାନ, ଅଣସଂଗଠିତ ଶ୍ରମିକ, ଉଠା ଦୋକାନୀ, ସୁଇପରମାନଙ୍କୁ ମାଲିକମାନେ ଉଚିତ ପ୍ରାପ୍ଯ ନ ଦେଇ ମୂଲଚାଲ କରି ଅତି କମ ଟଙ୍କାରେ କାମ କରାଉଥିବାରୁ ଏଠାକାର ଶହ ଶହ ଆଦିବାସୀ, ଗରିବ ଖଟିଖିଆ ଲୋକେ ବାଧ୍ୟ ହୋଇ ଦାଦନ ଖଟିବାକୁ ସୁଦୂର ଟାଟା, କଲିକତା, ବାଙ୍ଗାଲୋର, ମାଡ୍ରାସ, ସୁରାଟ, ଆସାମ, ଗୋଆ ଇତ୍ୟାଦି ସ୍ଥାନକୁ ଯାଇ ବହୁ ହଇରାଣ ହରକତ ହୋଇଥାନ୍ତି l ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ନଜର ଦେବାକୁ ରାଜ୍ୟ ଅଧିକାରୀ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ ନିବେଦନ କରିଛନ୍ତି l ମୟୂରଭଂଜ ଖଣିଖାଦନ, ବଣଜଙ୍ଗଲ ଆଦିବାସୀ ବହୁଳ ଅଂଚଳ ହୋଇଥିଲେ ମଧ୍ୟ ଏଠାରେ ବୁହତ୍ ଇସ୍ପାତ କାରଖାନା ଖୋଲାଗଲେ ଏଠାକାର ଶହ ଶହ ବେକାରୀ ଯୁବକଯୁବତୀ ଚାକିରୀ ପାଇପାରନ୍ତେ l ମୟୂରଭଂଜ ମେଟାଲସ ଲିମିଟେଡର କାରଖାନା ଦୀର୍ଘଦିନ ଧରି ବନ୍ଦ କଲେ ମଧ୍ୟ ଶ୍ରମିକ ମାନଙ୍କର ଫାଇନାଲ ସେଟେଲମେଣ୍ଟ ନ ଦେବା ଦୁଃଖର ବିଷୟ l ମୟୂର ସିରାମିକସ୍ କାରଖାନାରେ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ନ ଦେବା ଓ ସର୍ବନିମ୍ନ ମଜୁରୀ ଦୀର୍ଘ ଦିନ ହେବ ନ ଦେବା ଶ୍ରମିକ ମାରଣ ନୀତିକୁ ବୁଝାଉଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l ପରିଶେଷରେ ମେଘରାୟ ମାର୍ଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l

 

ରାଇରଙ୍ଗପୁର ଜିଲ୍ଲା ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed