July 15, 2025
Home » ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ପରିଷଦ ର ୬୨ ତମ ପ୍ରତିଷ୍ଠା ଦିବସ

ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ପରିଷଦ ର ୬୨ ତମ ପ୍ରତିଷ୍ଠା ଦିବସ

0
WhatsApp Image 2024-07-18 at 1.47.11 PM

 

ବ୍ରହ୍ମପୁର :  ଭାରତ ବିକାଶ ଭବନ ଠାରେ ମହାସମାରୋହରେ ପାଳନ କରାଯାଇଛି l ଏହି ଅବସରରେ ଶାଖା ସଭାପତି ସୀମାଞ୍ଚଳ ଦାଶ ସ୍ୱାଗତ ଭାଷଣ ଦେଇଥିଲେ l ସମ୍ପାଦକ ପ୍ରସନ୍ନ କୁମାର ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଭାରତ ବିକାଶ ପରିଷଦ ର ସ୍ଥାପନା ଏବଂ ଏହାର ଲକ୍ଷ, ଆଦର୍ଶ, ଉପଲବ୍ଧି ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସିମାଞ୍ଚଳ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ସ୍ୱଚ୍ଛ,ସୁସ୍ଥ, ପରିବେଶ ଏବଂ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ l ସମ୍ମାନୀୟ ଅତିଥି ଭାବେ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗଞ୍ଜାମ ବିଭାଗ ସଂଘଚାଳକ ଡଃ ଭଗବାନ ତ୍ରିପାଠୀ ଉଦବୋଧନ ଦେଇ ଭାରତ ବିକାଶ ପରିଷଦ ର ସଦସ୍ୟ ମାନେ କିପରି ବିଭିନ୍ନ ବର୍ଗ ର ବ୍ୟକ୍ତି ଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେବା କାର୍ଯ୍ୟ କରିବା ସହ ଦେଶବାସୀ ଙ୍କ ମନରେ ଜାତୀୟ ମୂଲ୍ୟବୋଧ ଜାଗ୍ରତ କରିବା ଉପରେ ଆଲୋକପାତ କରିଥିଲେ l ବିଚାରଧାରା ର ଯେଉଁ କ୍ରାନ୍ତି ଚାଲିଛି ସେଥିରେ ବିଚଳିତ ନ ହୋଇ ରାଷ୍ଟ୍ରର ସଂସ୍କୃତି, ସଂସ୍କାର , ଧର୍ମ ଓ ସମାଜ କୁ ସୁରକ୍ଷିତ ରଖିବା ପାଇଁ ଭବିଷ୍ୟତ ପୀଢି କୁ ସତର୍କ କରିବା ସମସ୍ତଙ୍କର ଦାୟିତ୍ବ ବୋଲି କହିଥିଲେ। କୋଷାଧ୍ଯକ୍ଷ ଅଶୋକ ମହାରଣା, ସେବା ସଚିବ ଡ ପ୍ରାଣ ଚାନ୍ଦ ପଣ୍ଡା, ସଂସ୍କାର ସଚିବ ଲିଙ୍ଗରାଜ ସାହୁ, କୁମୁଦ ଚନ୍ଦ୍ର ସାମଲ,ଏନ୍.କୃଷ୍ଣା , ମହିଳା ବାଳ ବିକାଶ ସଂଯୋଜିକା କେ. ରାଣୀ, ଯାଜ୍ଞସେନୀ ଦେବୀ, ଆରତୀ ପଣ୍ଡା, ପ୍ରକାଶ ଭଜାନି, ପ୍ରଶାନ୍ତ ମହାରଣା, ଏଲ. ମୋହନ ପାତ୍ର, ଅଶ୍ୱିନୀ ସାହୁ, ରମେଶ ଚନ୍ଦ୍ର ପଣ୍ଡା,ଜି.ଶିବରାମ, ପରିବେଶ ସଂଯୋଜକ ବିଜୟ ପାଢି, ରବିନ୍ଦ୍ର ପାଣିଗ୍ରାହୀ, ଗିରିଧାରୀ ପାଣି, ପ୍ରମୁଖ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ l
ଉପଦେଷ୍ଟା କାଶୀ ବିଶ୍ଵନାଥ ଚୌଧୁରୀ ଓ ସଭାପତି ସୀମାଞ୍ଚଳ ଦାଶ ଅତିଥିମାନଙ୍କୁ ପରିଷଦ ର ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ l ଉପସଭାପତି ନାରାୟଣ ପାଢି ନୂତନ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ ଏବଂ ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ l
ପ୍ରକାଶ ଥାଉ କି ଡ଼କ୍ଟର ସୁରଜ ପ୍ରକାଶଜୀ ଙ୍କ ଦ୍ୱାରା ୧୯୬୩ ମସିହା ଜୁଲାଇ ମାସ ୧୦ ତାରିଖ ରେ ଭାରତ ବିକାଶ ପରିଷଦ ସ୍ଥାପିତ ହୋଇଥିଲା l ଭାରତ ବିକାଶ ପରିଷଦ ସମାଜର ବିଜ୍ଞ,ଉଚ୍ଚ ଶିକ୍ଷିତ ପ୍ରଭାବୀ ସମ୍ପନ୍ନ ବ୍ୟକ୍ତି ମାନଙ୍କର ଏକ ଅଣ ରାଜନୈତିକ,ସାମାଜିକ, ସାଂସ୍କୃତିକ,ରାଷ୍ଟ୍ରୀୟ ସଂଗଠନ l ପରିଷଦ ର ମୂଳ ଉଦ୍ଦେଶ୍ୟ ହେଲା ସମାଜର ପ୍ରଭାବୀ ସମ୍ପର୍ଣ୍ଣ ଉଚ୍ଚ ବର୍ଗ ର ବ୍ୟକ୍ତି ଙ୍କୁ ସୁସଂଗଠିତ କରି ସମାଜରେ ବଞ୍ଚିତ, ଅସମର୍ଥ, ଅଶିକ୍ଷିତ ଓ ଅସହାୟ ଲୋକଙ୍କ ପ୍ରତି ସମ୍ବେଦନଶୀଳ ଭାବନା ଜାଗ୍ରତ କରି ସେମାନଙ୍କୁ ସମାଜ ରେ ସମର୍ଥ ହୋଇ ବଞ୍ଚିବାରେ ସହଯୋଗ କରିବା l

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *