November 26, 2026
Home » ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗର ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗର ସଫେଇ କାର୍ଯ୍ୟକ୍ରମ

0
WhatsApp Image 2026-11-26 at 4.58.49 PM

ପୁରୁଣା ଭୁବନେଶ୍ବର,ଆଜି ପବିତ୍ର ପୁଷ୍କରିଣୀ ବିନ୍ଦୁ ସାଗର ସଫେଇ କାର୍ଯ୍ୟକ୍ରମ ରେ ଭୁବନେଶ୍ବର ସାଂସ୍କୃତିକ ପରିଷଦ ର ଅଧ୍ୟକ୍ଷ ତଥା ପୁର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ଭୁବନେଶ୍ବର ମେୟର ସୁଲୋଚନା ଦାସ,କ୍ୟାପଟେନ୍ ମନ୍ମଥ ରାଉତରାୟ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ମାନେ ମିଶି ଶ୍ରମଦାନ କରିଥଲେ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିନ୍ଦୁସାଗର କୂଳରେ ଶ୍ରଦ୍ଧାଳୁ କଦଳୀ ପଟୁଆ,କାଗଜ,ସୋଲ ଡଙ୍ଗା ଆଦି ଭସାଇ ଥିବାରୁ ପୁଷ୍କରିଣୀଟି ସମ୍ପୂର୍ଣ ପରିପୂର୍ଣ୍ଣ ହୋଇଯାଇଥିଲା।

ଏହି ସବୁ ଡ଼ଙ୍ଗା ପଚି ଜଳ ପ୍ରଦୂଷଣ ହେବା ପୂର୍ବରୁ ଆଜି ସକାଳୁ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଏହି ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର୍ ଶିବ ପ୍ରସାଦ ବେହେରା, ଚନ୍ଦ୍ର ଶେଖର ମଲିଆ, ଶିବ ନାରାୟଣ ରାୟ,ଅନୁଷ୍ଠାନର ଉପସଭାପତି ସମରେନ୍ଦ୍ର ସାହୁ, ସମ୍ପାଦକ ଦୀପକ ମହାପାତ୍ର, ମନୋଜ କୁମାର ବେହେରା, ସୁରେଶ ବାରିକ୍,ଦାଶରଥି ଗରାବଡୂ, ଜିତେନ୍ଦ୍ର ନନ୍ଦ, ପୂର୍ନେନ୍ଦୁ ପୂଜାପଣ୍ଡା,ହେମନ୍ତ ପ୍ରଧାନ,ନିହାର ଚମ୍ପତ୍ତି,ତପନ ରାଉତ, ରାଜେନ୍ଦ୍ର ସାହୁ,ସରୋଜ ମହାପାତ୍ର ,ଦିଲ୍ଲୀପ ସାହୁ,ମାଗୁଣି ଚରଣ ଦାସ,ମୋହନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *