May 13, 2025
Home » ମଦ ବନ୍ଦ ପାଇଁ ଦାବି ପତ୍ର ଦେଲେ ମହିଳା l

ମଦ ବନ୍ଦ ପାଇଁ ଦାବି ପତ୍ର ଦେଲେ ମହିଳା l

0
WhatsApp Image 2024-09-26 at 3.25.12 PM

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲାରେ ଦେଶୀମଦ ଏବେ କୁଟିର ଶିଳ୍ପ ରେ ପରିଣତ ହୋଇଛି। ଅବାଧ ଦେଶୀମଦ ରନ୍ଧା ଓ ବିକ୍ରୀ ଉପରେ ଅବକାରୀ ବିଭାଗର କିଛି ବି ନିୟନ୍ତ୍ରଣ ନଥିବା ଲକ୍ଷ୍ୟ କରାଯାଇଛି। ଛତୁ ଫୁଟିଲାଭଳି ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳରେ କୁଚିଆ ମଦ ବିକ୍ରି ଚାଲିଥିବାରୁ ଏବେ ବିଭିନ୍ନ ସ୍ଥାନ ରେ ପ୍ରତିବାଦ ର ସ୍ୱର ଉଠିଲାଣି। ସେହି କ୍ରମରେ ଆଜି ଡୁଙ୍ଗୁରିପାଲି ବ୍ଲକର ରାମପୁର ଅଞ୍ଚଳରେ ବିଭିନ୍ନ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ତଥା ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ଜନତା ଏକ ବିରାଟ ପଟୁଆରରେ ଆସି ରାମପୁର ଥାନା ରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଏକ ଦାବିପତ୍ର ଦେଇଛନ୍ତି। ସେମାନଙ୍କ କହିବା କଥା ଯେ ରାମପୁର ଅଞ୍ଚଳର ବିଭିନ୍ନ ପଡା,ସାହିବସ୍ତିରେ ବିଭିନ୍ନ ଅସାମାଜିକ ତତ୍ତ୍ୱ ଙ୍କ ଦ୍ଵାରା ଦେଶୀ ମଦର ଖୁଲମଖୁଲା ବ୍ୟବସାୟ ଚାଲିଛି, ଯା ଫଳରେ ବହୁତ ଗରିବ ପରିବାର କଷ୍ଟ ଉପାର୍ଜିତ କରି ଅର୍ଜନ କରୁଥିବା ଟଙ୍କା ସବୁକୁ ଲୋକମାନେ ଘରେ କଳିଗୋଳ କରି ସମସ୍ତ ଟଙ୍କାରେ ମଦ ପିଇ ସର୍ବସ୍ବାନ୍ତ ହେଲେଣି ତଥା ଅନେକ ଯୁବକ ନିଶାସକ୍ତ ହୋଇ ଅନେକ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତରହି ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଲାଣି l କିଛି ନାବାଳକ ସ୍କୁଲ ଛାତ୍ର ମଧ୍ୟ କୁସଙ୍ଗରେ ପଡ଼ି ପାଠରେ ଡୋରି ବାନ୍ଧିଥିବା ଘଟଣା ସବୁ ଦୃଷ୍ଟିକୁ ଆସିଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଠିକ ସମୟ ରେ ସମସ୍ତ କୁଚିଆ ଦେଶୀମଦ ବିକୁଥିବା ବା ବେପାର ଚଳାଇଥିବା ସମସ୍ତ ଙ୍କୁ ଜବତ କରି ଏହା ସଂପୂର୍ଣ୍ଣ ବନ୍ଦ୍ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି।

 

ଯଦି ଏପରିଭାବରେ ମଦ ବିକ୍ରି ହେଉଥିବା ଯୋଗୁଁ କେତେବେଳେ ଯେ ମଦ ମୃତ୍ୟୁ ଘଟିବାର ମଧ୍ୟ ଆଶଂକା କରିଛନ୍ତି।ଏହାପରେ ସେମାନେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଙ୍କୁ ଭେଟି ଏହି ସମାନ ଦାବିପତ୍ର ଦେବା ସହ କୁଚିଆ ମଦ ର ବହୁଳ ପ୍ରଚଳନ ଯୋଗୁଁ ସେମାନେ ଭୋଗୁଥିବା ସମସ୍ତ ଦୁଃଖକୁ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ଦାବିପତ୍ର ସେମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ରାମପୁର ତହସିଲଦାରଙ୍କୁ ମଧ୍ୟ ଦେଇ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି l ଯଥାଶୀଘ୍ର ଯଦି ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲିଖିତ ଭାବରେ ଜଣାଇଛନ୍ତି। ଆଜିର ଏହି ବିକ୍ଷୋଭ ସମାବେଶରେ ଅଞ୍ଚଳର ଅନେକ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଙ୍କ ସହ ରାମପୁର ସରପଞ୍ଚ ମନୋଜ ପୁରୋହିତ,ଉମେଶ ପୂଜାରୀ ଏସ‌ସି ସେଲ ସଭାପତି ଲକ୍ଷ୍ମଣ ଭରା ସାଗର , ରାମପୁର ବିକେଏଲ୍ ଏଫ୍ ସଭାପତି ରେଶ୍ମା ଖାତୁନ୍, ରାମପୁର ସିଆରପିଏଫ ଏମ୍ ବି କେ ଙ୍କ ସହ ଶାନ୍ତି ନାୟକ,ମାମୀ ପଟ୍ଟନାୟକ, ପ୍ରମୋଦିନୀ ପାଢ଼ୀ,ସୂର୍ଯ୍ୟକାନ୍ତୀ ହରିପାଲ, ପୂର୍ଣ୍ଣମୀ ଶିକା,ସୁନିତା ଶିକା,ଅଷ୍ଟମୀ କୁମ୍ଭାର, ଝରଣା ନାଏକ,ବାସନା ବନଛୋର୍, ଅଞ୍ଜନା ସିଂହ,ତରଙ୍ଗିଣୀ ପ୍ରଧାନ, ପଦ୍ମିନୀ ପ୍ରଧାନ,ଅନିତା ଡାଙ୍ଗ, ସନ୍ତୋଷିନୀ ସାହୁ,ଯଶୋବନ୍ତୀ ପଟେଲ, ସସ୍ମିତା ସେଠୀ ପ୍ରମୁଖ ଯୋଗଦେଇ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *