December 13, 2024
Home » ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇଏମଆଇ ଭୁବନେଶ୍ୱରର ଦ୍ୱାଦଶ ସମାରୋହରେ ମୁଖ୍ୟଅତିଥି

ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇଏମଆଇ ଭୁବନେଶ୍ୱରର ଦ୍ୱାଦଶ ସମାରୋହରେ ମୁଖ୍ୟଅତିଥି

0

ଭୁବନେଶ୍ୱର,୨୪ନଭେମ୍ବର,୨୦୨୪: ଭୁବନେଶ୍ୱର ସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟଇନଷ୍ଟିଚ୍ୟୁଟ (ଆଇଏମ୍ଆଇ) ପକ୍ଷରୁ ଏହାର ୧୨ ତମ ଦରକ୍ଷାନ୍ତ ସମାରୋହ ପାଳିତହୋଇଯାଇଛି।ଏହିଅବସରରେ ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀମୋହନଚରଣ ମାଝୀମୁଖ୍ୟ ଅତିଥି ଭାବରେ ସମାରୋହରେ ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀତାଙ୍କ ଅଭିଭାଷଣରେ ମୂଲ୍ୟବୋଧ ସାମାଜିକ ନେତୃତ୍ୱ ଏବଂ ଅମୃତକାଲରେ ଭାରତର ଅଭିବୃଦ୍ଧିବିଷୟରେ କହିଥିଲେl ସେ ସୁଭଦ୍ରାଯୋଜନାର ସଫଳତା ସହିତ ସରକାରଙ୍କ ସଫଳପଦକ୍ଷେପ ଉପରେ ଆଲୋକପାତ କରିଥିଲେ।ଆଇଏମଆଇର ସଫଳତାକୁ ପ୍ରସଂଶା ସହିତ ଛାତ୍ରମାନଙ୍କ ଉଜ୍ଜଳଭବିଷ୍ୟତ ପାଇଁ ଶୁଭକାମନା ଦେଇଥିଲେ। ସମୃଦ୍ଧ ଓ ସଶକ୍ତ ଓଡିଶାଗଠନରେ ଛାତ୍ରମାନଙ୍କ ଯୋଗଦାନ ପାଇଁମଧ୍ୟ ଆହ୍ୱାନ ଦେଇଥିଲେ।
ଶ୍ରୀସୁନିଲମିତ୍ରା ,ବୋର୍ଡଅଫଗଭର୍ନରର ମେମ୍ବର ଏବଂ ପ୍ର. ହିମାଦ୍ରିଦାସ, ମହାନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକପ୍ର. ପ୍ରତାପ ଚନ୍ଦ୍ରବିଶ୍ୱାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହସାର୍ଟିଫିକେଟ ପ୍ରଦାନ କରିଥିଲେ। ଆରମ୍ଭ ରେ ଭୁବନେଶ୍ଵର ଆଇଏମ୍ଆଇ ରନିର୍ଦ୍ଦେଶକ ପ୍ରଫେସର ପିସି ବିଶ୍ଵାଳ, ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏବଂ ବାର୍ଷିକ ଏକାଡେମି କରିପୋର୍ଟଉପସ୍ଥାପନ କରିଥିଲେ। ପ୍ରଫେସର ବିଶ୍ଵାଳ ଆଇଏମ୍ଆଇ ଏନଆଇଅର ଏଫ ବ୍ୟାଙ୍କ୬୧ହାସଲକରି ଗତ ଏକବର୍ଷ ମଧ୍ୟରେ ଉପଲବ୍ଧକରିଥିବା ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।ଆସୋସିଏଶନଅଫ ଏମବିଏ ଦ୍ଵାରା ଅନ୍ତର୍ଜାତୀୟମାନ୍ୟତା ଏବଂ ଏନଏଏସି ଦ୍ଵାରା ସ୍ଵୀକୃତି ହାସଲ କରିବା ଆଇଏମ୍ଆଇ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେକହିଥିଲେ। ଅନୁସନ୍ଧାନ ଏବଂ ପ୍ରକାଶନ ଦିଗରେ ଅଧ୍ୟାପକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।ଶିକ୍ଷାର୍ଥୀମାନେ ୧୦୦ପ୍ରତିଶତ ପ୍ଲେସମେଣ୍ଟହାସଲ କରିଥିବାରୁ ସେସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଇଏମ୍ଆଇ ଉପରେ ବିଶ୍ୱାସପ୍ରକଟକରି ଥିବାରୁ ସେସମ୍ପୃକ୍ତ କମ୍ପାନୀଗୁଡିକୁ କୃତଜ୍ଞତା ଜଣାଇଥିଲେ।ପ୍ରଫେସର ହିମାଦ୍ରୀ ଦାସ ତାଙ୍କ ଅଭିଭାଷଣରେ ସ୍ନାତକୋତ୍ତରଛାତ୍ରମାନଙ୍କୁ ଅନୁକମ୍ପା ଓ ସହଯୋଗ ଦ୍ଵାରା ଜଟିଳ ସମସ୍ୟାର ସମାଧାନଆଉ ଅନିଶ୍ଚିତତାର ମୁକାବିଲା କରିବା ପାଇଁ ଉପଦେଶ ଦେଇଥିଲେ।
ଏକାଡେମିକ୍ଉଜ୍ଜ୍ୱଳତା ପାଇଁ ସ୍ୱର୍ଣ୍ଣପଦକ ଏବଂ ରୋପ୍ୟପଦକମାନ୍ୟବର ମୁଖ୍ୟମନ୍ତ୍ରୀ ଯଥାକ୍ରମେ ଦିବ୍ୟାଂଶସିଂ ଏବଂ ଦୀପ୍ତିସୋଙ୍କୁ ପ୍ରଦାନ କରିଥିଲେ।ଏଥିସହ ଦିବ୍ୟାଂଶସିଂଙ୍କୁ ଶ୍ରେଷ୍ଠଛାତ୍ର ହୋଇଥିବାରୁ ରାମପ୍ରସାଦଗୋଏଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସାମଗ୍ରିକ ଅବଦାନପାଇଁ ତନମୟରଂଜନ ସାହୁଙ୍କୁ ନିର୍ଦ୍ଦେଶକ ପଦକ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *