June 13, 2025
Home » ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା ଶିବିର ଓ “ମୁଁ ବି ବୈଦ୍ୟ ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ

ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା ଶିବିର ଓ “ମୁଁ ବି ବୈଦ୍ୟ ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2024-09-28 at 4.17.24 PM

ବୌଦ୍ଧ ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଛତ୍ରପୁର, ଗଞ୍ଜାମ ର ସ୍ବଦେଶ ବୈଦ୍ୟଶାଲା ଓ ରିସର୍ଚ୍ଚ ପ୍ରାଇଭେଟ ଲିଃ. ସହାୟତରେ ଓ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ବୌଦ୍ଧ ଆୟୋଜନକ୍ରମେ ଏକ ଦିନିକିଆ ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା,ଆକ୍ୟୁପ୍ରେସର, ପଞ୍ଚଗବ୍ୟ, ପର୍ସ ଚିକିତ୍ସା, ଔଷଧୀୟ ବୃକ୍ଷ ରୋପଣ ଓ ” ମୁଁ ବି ବୈଦ୍ୟ ହେବି “ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l

ଉକ୍ତ ଶିବିରରେ ପ୍ରାକୃତିକ ଚିକିତ୍ସକ ତଥା ଆୟୁର୍ବେଦାଚାର୍ଯ୍ୟ ଡା.ନିରାକାର ବେହେରା ଯୋଗଦେଇ ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ଜଳ ଚିକିତ୍ସା, ଆକ୍ୟୁପ୍ରେସର, ଅଷ୍ଟିଓଥେରାପି, ନିରୋଥେରାପି,ଯୋଗ, ବ୍ୟା୍ୟାମ କରିବା ସହିତ ପ୍ରାକୃତିକ ଖାଦ୍ୟ ଗ୍ରହଣ ଦ୍ୱାରା ବିନା ଔଷଧ ସେବନରେ କେମିତି ନିରୋଗ ରହିପାରିବା ବୋଲି ପରାମର୍ଶ ଦେଇଥିଲେ l ଶିବିର ଆୟୋଜନରେ ସାମାଜିକକର୍ମୀ କେଦାରନାଥ ସାହୁ,କୃତ୍ତିବାସ ପଲିଆ, ନିର୍ଗୁଣ ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ l ଉକ୍ତ ଶିବିରରେ ବରିଷ୍ଟ ସାମ୍ବାଦିକ ବରଜ ବେହେରା, ସତ୍ୟଜିତ ପଣ୍ଡା, କୃତ୍ତିବାସ ପଲିଆ ପ୍ରମୁଖ ଚିକିତ୍ସା ଲାଭ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *