June 13, 2025
Home » ମାୟାବର୍ହା ହାଇସ୍କୁଲ ରେ ସ୍ବାସ୍ଥ୍ୟ ଶିବିର ଆୟୋଜିତ l

ମାୟାବର୍ହା ହାଇସ୍କୁଲ ରେ ସ୍ବାସ୍ଥ୍ୟ ଶିବିର ଆୟୋଜିତ l

0
WhatsApp Image 2024-08-04 at 10.33.08 AM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତ ହାଇସ୍କୁଲ୍ ଠାରେ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତା ରେ ଏକ ଦିବସୀୟ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଡୁଙ୍ଗୁରିପାଲି ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରାୟୋଜିତ ମେଡିକାଲ ଅଫିସର ଡ. ଆଶିଷ ଗୋୟଲ,ଡ.ସୁଶ୍ରୀ ପତି ଓ ଫାର୍ମାସିଷ୍ଟ ଅନୁପମା ସାହୁ, କୃଷ୍ଣ ସେଠ ପ୍ରମୁଖ ସ୍କୁଲ ର ଉଭୟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ପିଲାମାନେ କିଭଳି ନିଜର ଆଖି, କାନ, ଚର୍ମ ଓ ନିଜକୁ ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ ପ୍ରଭୁତି ରୋଗରୁ ସୁରକ୍ଷିତ ରହିବେ ସେ ବିଷୟରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ପରିଚାଳନା କରିଥିଲେ। “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମକୁ ପ୍ରସାରିତ କରିବା ଉଦ୍ଦେଶ୍ୟରେ ଡ. ଗୋୟଲ ମୁଖ୍ୟଅତିଥି ଭାବରେ ସ୍କୁଲ ପରିସରରେ ଚାରା ରୋପଣ କରିଥିଲେ ଓ ବୃକ୍ଷ ର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଅତିଥି ଶିକ୍ଷକ ମନୋଜ କୁମାର ପୂଜାରୀ, ନରେନ୍ଦ୍ର କୁମାର ସାହୁ, ନନ୍ଦିଘୋଷ ବାରିକ, ସ୍ନିଗ୍ଧା ପ୍ରଧାନ ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଲୁମିନି ସଦସ୍ୟ କିରଣ କୁମାର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *