December 13, 2024
Home » ମିଥ୍ୟା ବିଲ ପାଇଁ ବାଧ୍ୟ କରୁଛନ୍ତି ସରପଞ୍ଚ, ନିର୍ବାହୀ ଅଧିକାରୀ ଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର l

ମିଥ୍ୟା ବିଲ ପାଇଁ ବାଧ୍ୟ କରୁଛନ୍ତି ସରପଞ୍ଚ, ନିର୍ବାହୀ ଅଧିକାରୀ ଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର l

0

ବୌଦ୍ଧ –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ମିଛ ଅଭିଯୋଗ କରି ବଦଳି ଦାବି କରିବା ସହ ସରପଞ୍ଚ ତାଙ୍କୁ ବଦନାମ୍ କରୁଥିବା ବେଳେ ମିଛ ବିଲ୍ କରିବାକୁ ବାଧ୍ୟ କରୁଥିବା ଓ ପଞ୍ଚାୟତ ଭିତରେ କାର୍ଯ୍ୟ କରୁଥିବା ସମୟରେ ଲୋକଙ୍କୁ ମଦ ପିଆଇ ନିର୍ବାହୀ ଅଧିକାରୀଙ୍କୁ ଗାଳି ଗୁଲଜ କରିବାକୁ ସରପଞ୍ଚଙ୍କ ସ୍ବାମୀ ଲାଲ୍ ବିହାରୀ ବଗର୍ତ୍ତି ସୁଯୋଗ ଦେଉଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ ପଙ୍କଜିନି ତାଣ୍ଡି ।ଅଭିଯୋଗ ଅନୁସାରେ ପିଇଓ ପଙ୍କଜିନି ତାଣ୍ଡି ପଞ୍ଚାୟତକୁ ନିୟମିତ ଆସୁଥିବା ବେଳେ ଭତ୍ତା ଠିକ୍ ସମୟରେ ବଣ୍ଟନ ଓ ଲୋକଙ୍କ ଘର ପର୍ଯ୍ୟନ୍ତ ଭତ୍ତା ପହଞ୍ଚୁଥିବା ନେଇ ହିତାଧିକାରୀଙ୍କ ମୁହଁରୁ ଶୁଣିବାକୁ ମିଳେ

l ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଳିତ ବର୍ଷ ସାମିଲ ହୋଇଥିବା ହିତାଧିକାରୀ ଙ୍କୁ ଗୋଟିଏ ଟଙ୍କା ମଧ୍ୟ ନିର୍ବାହୀ ଅଧିକାରୀ ମାଗୁନଥିବା ବେଳେ ସରପଞ୍ଚ କିଛି ଲୋକଙ୍କୁ ଧରି ଜିଲ୍ଲାପାଳଙ୍କ ସମ୍ମୁଖରେ ମିଛ ଅଭିଯୋଗ କରିଥିବା ପଞ୍ଚାୟତ ବାସୀ ଓ ପଞ୍ଚାୟତର କର୍ମଚାରୀ କହିଛନ୍ତି | ହିତାଧିକାରୀ ମାନଙ୍କୁ ଟଙ୍କା ବଣ୍ଟନ ନ କରିବା ମିଛ ଅଭିଯୋଗ l

ଅବଶିଷ୍ଟ ଭତ୍ତା ଟଙ୍କାକୁ ଏକାଉଣ୍ଟରେ ଜମା କରିବା ପରିବର୍ତ୍ତେ ନିଜେ ହଡ଼ପ କରୁଥିବା ଅଭିଯୋଗ ମିଛ ବୋଲି ଗ୍ରାଉଣ୍ଡ ଜିରୋରେ ସାଧାରଣ ଜନତା ମତ ଦେଇଛନ୍ତି। ସରପଞ୍ଚ ଙ୍କ ସ୍ବାମୀ ଉକ୍ତ ଗ୍ରାମର ସେବା ସମବାୟ ସୋସାଇଟି ରେ ସମ୍ପାଦକ ରୂପେ କାର୍ଯ୍ୟ କରୁଥିବା ବେଳେ ପଞ୍ଚାୟତ ଓ ସୋସାଇଟି ପାଖରେ ଥିବା ହେତୁ ସବୁବେଳେ ପଞ୍ଚାୟତକୁ ଆସି ନିଜ କାର୍ଯ୍ୟରେ ଅବହେଳା କରି ପଞ୍ଚାୟତ କଥାରେ ମୁଣ୍ଡ ପୁରେଇବା ପାଇଁ ଉକ୍ତ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି। ତେଣୁ ପଂଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ତୁରନ୍ତ ସୋସାଇଟି ସମ୍ପାଦକ ଙ୍କୁ ଅନ୍ୟତ୍ର ବଦଳି କରିବାକୁ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି |

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *