January 25, 2025
Home » ମିଲ ମାଲିକଙ୍କୁ ଅପହରଣ ସମ୍ପୃକ୍ତଙ୍କୁ ଧରି ବଡ଼ ସଫଳତା ହାସଲ କରିଛି କୋରାପୁଟ ପୋଲିସ,”ଘଟଣାର ୪୮ ଘଣ୍ଟା ମଧ୍ୟରେ ୧୩ଜଣ ଅପରାଧିଙ୍କ ଗିରଫ”

ମିଲ ମାଲିକଙ୍କୁ ଅପହରଣ ସମ୍ପୃକ୍ତଙ୍କୁ ଧରି ବଡ଼ ସଫଳତା ହାସଲ କରିଛି କୋରାପୁଟ ପୋଲିସ,”ଘଟଣାର ୪୮ ଘଣ୍ଟା ମଧ୍ୟରେ ୧୩ଜଣ ଅପରାଧିଙ୍କ ଗିରଫ”

0

ମିଲ ମାଲିକଙ୍କୁ ଅପହରଣରେ ସମ୍ପୃକ୍ତଥିବା ମାଷ୍ଟର ମାଇଣ୍ଡ ସହ ୧୩ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଗୁରୁବାର ବୋରିଗୁମ୍ମା ଏସଡିପିଓଙ୍କ କାର୍ଯ୍ୟଳୟଠାରେ ଅପରାହ୍ନ ୩ ଘଣ୍ଟିକା ସମୟରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନଭ ସୋନକରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାଷ୍ଟର ମାଇଣ୍ଡ ଅଭିଜିତ ଓରଫ ଜିତ ମହୁରିଆ(୨୬) ସମେତ ୧୩ଜଣ ସଦସ୍ୟ(ଏଥିମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ଚାଉଳ ମିଲର କର୍ମଚାରୀ ରଘୁନାଥ ହରିଜନ)ଙ୍କୁ ଗିରଫ କରି ତାଙ୍କ ପାଖରୁ ଦୁଇଟି କାର, ଗୋଟିଏ ପଲସର ବାଇକ, ତିନୋଟି ଦେଶୀ ପିସ୍ତଲ, ୧୫ଟି(ଲାଇଭ ବୁଲେଟ୍) ଖୋକା, ଦୁଇଟି ଖଣ୍ଡା, ୧୪ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୨୪ଲକ୍ଷ ୮୫ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ସଂଜୟ ଖରା ସହ ଆଉ ଜଣେ ଅଭିଯୁକ୍ତ ଅଭିଯୁକ୍ତ ଫେରାର ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ପୋଲିସ ସନ୍ଧାନ ଚଲେଇଥିବା ନେଇ ଏସପି କହିଥିଲେ ।


ମିଳିଥିବା ପ୍ରେସ ବିବୃତି ଅନୁସାରେ ୧୨/୦୭/୨୪ ତାରିଖ ସନ୍ଧ୍ୟା ସମୟରୁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ଗାଁରେ ଜଣେ ପେରାହାଣ୍ଡି ଗ୍ରାମ ନିକଟରେ ଅବସ୍ଥିତ ଶ୍ରୀ ଲକ୍ଷ୍ମୀ ଭେଙ୍କଟ ନାରାୟଣ ମୋଡେର୍ଣ୍ନ ଚାଉଳ ମିଲର ମାଲିକ ରମେଶ ପାତ୍ର ଚାଉଳ ମିଲରୁ (OD 24H 0824 )ରେନାଲ୍ଟ କ୍ୱିଡ କାର ଚଳାଇ କୁମୁଲିପୁଟ ଗାଁରେ ଥିବା ତାଙ୍କ ଘରକୁ ଫେରୁଥିବା ସମୟରେ ରାଇସ୍ ମିଲ୍ ଛକ୍ ଠାରୁ ସିଲଭର ରଙ୍ଗର ଆଲ୍ଟୋ କାରରେ ଥିବା ଚାରି ଜଣ ଅଜ୍ଞାତ ବ୍ୟକ୍ତି ସେମାନଙ୍କୁ ଅନୁସରଣ କଲେ । ଚାଉଳ ମିଲଠାରୁ ପ୍ରାୟ ୨୦୦ ମିଟର ଦୂରରେ, ଅନ୍ୟ ଏକ ନୀଳ ସ୍ୱିଫ୍ଟ କାର ଭିତରେ ୪ଜଣ ଅଜାଣ ବ୍ୟକ୍ତି ହଠାତ୍ ଆଗରୁ ଆସି ରାସ୍ତା ଅବରୋଧ କରିଥିଲେ, ଯେଉଁଥିପାଇଁ ପୀଡ଼ିତା ତାଙ୍କ କାରକୁ ରାତି ପ୍ରାୟ ୮.୧୫ ସମୟରେ ପେରହାଣ୍ଡି ଛକ୍ ନିକଟରେ କେନାଲ ରାସ୍ତାରେ ଖଣ୍ଡା ଦେଖାଇ ଅଟକାଇ ୮ ଜଣ ଦୁଷ୍କର୍ମକାରୀ ଅପରାଧୀ ମାସ୍କରେ ମୁହଁ ଘୋଡାଇ ସେମାନଙ୍କ କାରରୁ ବାହାରି ଡ୍ରାଇଭର ପାର୍ଶ୍ୱ ଦ୍ୱାରର କାଚ ଭାଙ୍ଗି ପୀଡିତ ରମେଶ ପାତ୍ରଙ୍କୁ ତାଙ୍କ କାରରୁ ବାହାର କରି ତାଙ୍କ ମୋବାଇଲ୍ ଫୋନ୍ (9937810938) ରୁ ଦେଓଘାଟିରୁ ସଂପର୍କୀୟ ତାଙ୍କ ସମ୍ପର୍କୀୟ ପି ଆନନ୍ଦ ରାଓ (8093151238) ଫୋନ୍ କରି ୯୦ ଲକ୍ଷ ଟଙ୍କା ମାଗିଥିଲେ। ପରବର୍ତି ସମୟରେ ଏହି ସମସ୍ୟାର ସମାଧାନ ପାଇଁ ୭୦ ଲକ୍ଷ ଟଙ୍କା ମାଗିଥିଲେ । ଯଦି ନ ଦିଅନ୍ତି ତେବେ ପୀଡିତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ଯେତେବେଳେ ଘରକୁ ଫେରି ନଥିଲେ, ତାଙ୍କ ପରିବାର ବୋରିଗୁମ୍ମା ପୋଲିସ ନିକଟରେ ଏକ ନିଖୋଜ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁସାରେ ଏସପି କୋରାପୁଟଙ୍କ ନେତୃତ୍ୱରେ ବୋରିଗୁମ୍ମା,ଜୟପୁର,କୋରାପୁଟ,ସୁନାବେଡ଼ା ଥାନା ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ସହ ସୁନାବେଡ଼ା, ସେମିଳିଗୁଡା, ବୋରିଗୁମ୍ମା, କୋରାପୁଟ ଓ ଜୟପୁର ବିଭିନ୍ନ ସ୍ଥାନରେ ଚଢାଉ ସମୟରେ ଘଟଣାର ୪୮ ଘଣ୍ଟା ମଧ୍ୟରେ ସେମିଳିଗୁଡା ସୀମାରୁ ୧୪ ଜୁଲାଇରେ ସେମିଲିଗୁଡା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଆର ମାଲିଗୁଡାରୁ ତାଙ୍କୁ ଅପହରଣକାରୀଙ୍କ କବଳରୁ ତାଙ୍କୁ ପୋଲିସ ପୀଡିତଙ୍କୁ ଉଦ୍ଧାର କରିଥିଲା। ତାପରେ ତାଙ୍କର ମେଡିକାଲ ଫିଟନେସ ଠିକ ହେବା ପରେ ପରିବାରକୁ ହସ୍ତାନ୍ତର କରିଥିଲା ପୋଲିସ ।


ପ୍ରଥମେ ଅପହରଣକାରୀ ଅପହରଣ କରି ଜୟପୁର ମକାପୁଟ ଡମ୍ପିୟାର୍ଡକୁ ନେବା ପରେ ସେମିଳିଗୁଡ଼ା ଥାନା ଅନ୍ତର୍ଗତ ଆର.ମାଳିଗୁଡ଼ା ନେଇ ଯାଇଥିଲେ। ୭୦ ଲକ୍ଷ ଟଙ୍କା ଯାହା ଦୁଇ ଦିନ ସମୟ ମଧ୍ୟରେ ପ୍ରଦାନ କରିବାକୁ କହିବା ସହ ପୋଲିସକୁ ସୂଚନା ନ ଦେବାକୁ କହି ଥିଲେ । ହେଲେ ପାତ୍ରଙ୍କ ପରିବାରଙ୍କ ସହ ନିୟମିତ ମାଷ୍ଟର ମାଇଣ୍ଡ ଜିତ୍ ଯୋଗାଯୋଗରେ ରହିବା ପରେ ପ୍ରଥମ ପର୍ଯ୍ୟାୟରେ ପରିବାର ପକ୍ଷରୁ ୨୫ଲକ୍ଷ ଟଙ୍କା ଦେବାକୁ ରାଜି ହେବା ଅନୁଯାୟୀ କୁମୁଲିପୁଟ ନିକଟସ୍ଥ ମଜୁରାଗୁଡା ନିକଟକୁ ଆଣିବାକୁ କହିବା ପ୍ରକାରେ ନିର୍ଦ୍ଧାରିତ ସ୍ଥାନରେ ଟଙ୍କା ବ୍ୟାଗ ରଖିବା ପରେ ୧୪ତାରିଖ ଦିନ ଅଭିଯୁକ୍ତ ଖଳନାୟକ ଅଭିଜିତ ହିଁ ୨୫ ଲକ୍ଷ ଟଙ୍କା ଗ୍ରହଣ କରିଥିଲା ।‌ ହେଲେ ପୂର୍ବରୁ ମାଲିକ ରମେଶ ପାତ୍ରଙ୍କ ସମସ୍ତ ତଥ୍ୟ ନେଇ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଅଭିଜିତକୁ ରାଇସ ମିଲ୍‌ରେ କର୍ମୀ ରଘୁନାଥ ହରିଜନ ଓ ଡମୁ ନାୟକ ପ୍ରଦାନ କରୁଥିବା ଯୋଗୁଁ ଖଳନାୟକ ମାଷ୍ଟର ମାଇଣ୍ଡ ଜିତୁ ମହୁରିଆର ଗ୍ୟାଙ୍ଗ କୁ ଉକ୍ତ ଅପହରଣରେ ଯୋଜନାତ୍ମକରେ ସୁବିଧା ହୋଇପାରିଥିଲା । ପୋଲିସ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଥିବାବେଳେ ପରିବାର ଲୋକେ ପ୍ରଥମେ ସହଯୋଗ କରିଥିବା ବେଳେ ପରବର୍ତ୍ତି ସମୟରେ ପୋଲିସ ଅଜଣାତରେ ଦୁବୃତଙ୍କୁ ପରିବାର ଲୋକେ ୨୫ ଲକ୍ଷ ଟଙ୍କା ଦେଇ ଥିବା ଜଣାପଡିଥିଲା ।
ଏସପିଙ୍କ ସୂଚନାନୁସାରେ ମାଷ୍ଟର ମାଇଣ୍ଡ ଅଭିଜିତ ଓରଫ ଜିତ ମହୁରିଆ ନାମରେ ପୁର୍ବରୁ ଜୟପୁର ଟାଉନ ଓ ସଦର ଥାନାରେ ୧୩ଟି ଅପରାଧିକ ମାମଲା ରହିଥିବା ବେଳେ ୬/୦୭ ରେ ବେଇଲରେ ଆସିବା ପରେ ଉକ୍ତ ଅପହରଣ ଯୋଜନା କରିଥିଲା । ମାଷ୍ଟର ମାଇଣ୍ଡ ଅଭିଜିତ ଓରଫ ଜିତ ମହୁରିଆ ସମେତ ୧୩ଜଣ ଅଭିଯୁକ୍ତ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସପି କୋରାପୁଟ କହିଛନ୍ତି ।
ଉକ୍ତ ଘଟଣା ପରେ ଉକ୍ତ ଘଟଣା ନେଇ ସମାଜରେ କେହି ଆଗକୁ ଆସୁ ନ ଥିବାରୁ ସମସ୍ତେ ଭୟଭୀତ ଥିବା ଜଣା ପଡୁଥିଲା ବେଳେ ଜିଲ୍ଲାର ବ୍ୟବସାୟୀଙ୍କ ମହଲରେ ଗତ ଦଶ ବର୍ଷ ପରେ ପ୍ରଥମ ଥର ପାଇଁ ଏପରି ଘଟିଥିବା ଘଟଣା ପରେ ଆଲୋଡ଼ନ ଦେଖାଯାଇଛି ।

କୋରାପୁଟ ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *