July 1, 2025
Home » ମେଡ଼ିକାଲ ହେଲ୍ପ କେର ଗ୍ରୁପ୍ ଓ ସୃତି ଡେନ୍ସ ଏକାଡେମୀର ୧୦ତମ ବାର୍ଷିକ ଉତ୍ସବ ପାଳିତ

ମେଡ଼ିକାଲ ହେଲ୍ପ କେର ଗ୍ରୁପ୍ ଓ ସୃତି ଡେନ୍ସ ଏକାଡେମୀର ୧୦ତମ ବାର୍ଷିକ ଉତ୍ସବ ପାଳିତ

0
nara-barsika

ରବିବାର ସନ୍ଧ୍ୟାରେ ବ୍ରହ୍ମପୁର ଡ଼ାଇମଣ୍ଡ ଜୁବୁଲି ଟାଉନ ହଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବି ପୀତବାସ ପଣ୍ଡା, ସମାଜସେବୀ ଚନ୍ଦ୍ର ଶେଖର ଗୌଡ଼, ଡି ରାଜୁ, ଦେବ ମହାରଣା, ସୁଶାନ୍ତ ପାଣିଗ୍ରାହୀ, ମନୋଜ ଦାସ, ଭଗବାନ ପାଣିଗ୍ରାହୀ ଓ ଅମିୟ ଡାକୁଆ ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠାନର ପରିଚାଳନା ମୁଖ୍ୟ ତଥା ନାରୀ ସମାଜସେବୀ ଶ୍ରୀମତୀ ସନ୍ତୋସିନୀ ବେହେରା ସଭାକାର୍ଯ୍ୟ ସଭାପତିତ୍ବ କରି ଅତିଥି ପରିଚୟ ଦେବା ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଗୌରୀ ଶଙ୍କର ମହାଙ୍କୁଡ, ଶୋଭନ ଦାସ, ପୁଷ୍ପଲତା ପାଣିଗ୍ରାହୀ, ବାଣୀ, ଶ୍ରୁତି, ଅଜିତ କୁମାର ପାତ୍ର, ରାଜ୍ କୁମାର, ପିଣ୍ଟୁ, ଆଦିତ୍ୟ, ଶ୍ରାବଣ, ଶିବ୍ରାନ୍ସୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ, ସାମ୍ବାଦିକ ସୁଦୀପ ସାହୁ, ଅଭିଜିତ କର, ନରସିଂହ ଡାକୁଆଙ୍କୁ ସମ୍ମାନିତ କରାଯାଇଥିଲା । ସଭାକାର୍ଯ୍ୟ ଶେଷରେ ବହୁ କଳାକାରଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *