ଯୁବ ନୃତ୍ୟ ଶିଳ୍ପୀ ଙ୍କ ଅକାଳ ବିୟୋଗ
ପୁରୀ : ଭୁବନେଶ୍ୱର ଜୟଦେବ ଭବନ ପ୍ରେକ୍ଷାଳୟରେ ନୃତ୍ୟ ପରିବେଷଣ କରୁଥିଲେ କଣାସ ବ୍ଲକ ଖଣ୍ଡହତା ପଞ୍ଚାୟତ ତିଗିରିଆ ଗ୍ରାମର ଯୁବ ନୃତ୍ୟ ଶିଳ୍ପୀ ପ୍ରଶାନ୍ତ କୁମାର ସାହୁ।ତେବେ ନୃତ୍ୟ ପରିବେଷଣ ପରେ ଗ୍ରୀନ ରୁମକୁ ଆସି ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ।ତାଙ୍କୁ ତତକ୍ଷଣାତ କ୍ୟାପିଟାଲ ହସପିଟାଲ କୁ ନିଆଯାଇଥିଲା।ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆଜି ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ମହାରଣା ଓ ଅନ୍ୟାନ୍ୟ ବହୁ କଳାକାର ଙ୍କ ଉପସ୍ଥିତି ରେ ସ୍ବର୍ଗଦ୍ବାର ରେ ପ୍ରଶାନ୍ତ ଙ୍କ ଶବ ସତ୍କାର କରାଯାଇଥିଲା।ଯୁବ ନୃତ୍ୟ ଶିଳ୍ପୀ ପ୍ରଶାନ୍ତ କୋଣାର୍କ ନାଟ୍ୟ ମଣ୍ଡପରୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ମାର୍ଗଦର୍ଶନ ରେ ନୃତ୍ୟ ଶିକ୍ଷା ଆରମ୍ଭ କରି ନିଜ ସାଧନା ବଳରେ ଓଡିଶା ଓ ଓଡ଼ିଶା ବାହାରେ ନିଜର ନୃତ୍ୟ କଳା ପ୍ରଦର୍ଶନ କରିଥିଲେ।ତାଙ୍କ ମୃତ୍ୟୁ ରେ କଳାକାର ମହଲରେ ଶୋକ ର ଛାୟା ଖେଳିଯାଇଛି।
