ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୭୨ ତମ ଦିବସ
ରଥ ନିର୍ମାଣକାରୀଙ୍କ ଉପସ୍ଥାନ*ତିନିରଥ ର ମହାରଣା ସେବକ – ୭୬*ତିନିରଥ ର ଭୋଇ ସେବକ – ୭୬*ତିନିରଥ ର କରତୀ ସେବକ – ୪
*ତିନିରଥ ରୂପକାର ସେବକ – ୨୧*ତିନିରଥ ଓଝା କମାର ସେବକ – ୨୦*ତୁମ୍ବ ବିନ୍ଧ କାରୀଗର – ୨*ପାହି ମହାରଣା – ୪୦*ରଥଖଳା ସହାୟକ(ପାଣି ବାଲା) ୧ମୋଟ – ୨୪୨ ଜଣ ଆଜି ରଥ ନିର୍ମାଣର ୭୨ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ରଥ ନିର୍ମାଣ ଅଗ୍ରଗତି (ଗତକାଲି ସୁଦ୍ଧା ତିନିରଥ ଚାଲିରେ ଦୁଇଟି ଲେଖାଏଁ ୩୦ ଫୁଟିଆ ନୂତନ ମାଲ କାଠ ର ଚଉପଟ କାର୍ଯ୍ୟ ସହ ତିନିରଥର ପ୍ରଭା ରେ ରୁପଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା) ତିନିରଥରେ ଋଷି ପଟା ସଂଯୋଗ ଶେଷଆଜି ତିନିରଥରେ ଆଠଟି ଲେଖାଏଁ ଋଷି ପଟା ସଂଯୋଗ ଶେଷ ହୋଇଛି। ଏହି ଋଷି ପଟା ତିନିରଥର ବେକି ରେ( ତୃତୀୟ ଭୂଇଁ ବା ଅଗ ଭୂଇଁ ରୁ ବଡ ଥଳ ପୋଟଳ ପର୍ଯ୍ୟନ୍ତ) ପୋଟଳକୁ ଟେକି ଧରିଥିବା ୮ ଗୋଟି ପୋଟଳ ନାହାକା ରେ କଣ୍ଟା ବାଡ଼ିଆ ଯାଇ ସଂଯୋଗ କରାଯାଇଛି।
ନୂତନ ସିଂହାସନ ମାଲ କାଠର ଚଉପଟ କାର୍ଯ୍ୟ ଶେଷ ସିଂହାସନରୁ ଓହ୍ଲାଇବା ଏବଂ ସିଂହାସନକୁ ବିଜେ ପାଇଁ ଶାଳ କାଠର ନୂତନ ମାଲ କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତିନିରଥର ମହାରଣା ସେବକ ମାନେ ଗତ କାଲିଠାରୁ ଚଉପଟ ଜାରୀ ରଖିଥିବା ଦୁଇଟି ଲେଖାଏଁ ୩୦/୩୧ ଫୁଟିଆ ମାଲ କାଠ ର ଚଉପଟ କାର୍ଯ୍ୟ ସହ ରଞ୍ଜା ମରା କାର୍ଯ୍ୟ ଶେଷ କରିଛନ୍ତି।


ତିନିରଥର ପ୍ରଭା ରେ ରୂପ ଖୋଦେଇ ଶେଷ ଆଜି ରୂପକାର ସେବକ ମାନେ ତିନିରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ କରିଛନ୍ତି । ଏଥିସହ ଦାଗ ରହିଥିବା ସ୍ଥାନରେ ଚିତ୍ରକାର ସେବକ ମାନେ ପୁଟୁଣି ଦେଇ ପଲିସ୍ କାର୍ଯ୍ୟ ଶେଷ କରି ଚିତ୍ରକାର ସେବକ ମାନଙ୍କୁ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ପାଇଁ ହସ୍ତାନ୍ତର କରିଛନ୍ତି।ଚିତ୍ରକାରମୁଖ୍ୟ ଚିତ୍ରକାର ସେବକ ଦେବରାଜ ମହାପାତ୍ର ଏବଂ ସହଯୋଗୀ ଚିତ୍ରକାର ସେବକ ମାନେ ତିନିରଥର ୮୧ ଗୋଟି ପାର୍ଶ୍ୱ ଦେବ ଦେବୀ ମୂର୍ତ୍ତି, ସମସ୍ତ ହଂସ ପଟା, ତିନିରଥର ୬ ଗୋଟି ଶୁଆ, ତିନିଗୋଟି ଅଁଳା, ତିନିରଥର ସଖୀ, ତିନିରଥର ଦେବ ଦେବୀ ଆସ୍ଥାନ ଫ୍ରେମ୍ ବା ଶିଖର ଡମ୍ବରୁ, ୬ ଗୋଟି କଳସ, ତିନିଗୋଟି ପିତଳ କଳସ,୧୨ ଗୋଟି ଘଣ୍ଟି, ତିନିରଥର ୮ ଟି ଲେଖାଏଁ ହାତୀ ପଟା ଏବଂ ମଗର ପଟା, ଋଷି ପଟା ଏବଂ ତିନିରଥର ଠେକେରା ବାଡ଼ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଶେଷ କରି ତିନିରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।କମାର ଶାଳଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର କଳସ ପାଇଁ କଳସ ଫାନ୍ଦ କଣ୍ଟା ନିର୍ମାଣ ସହ ତିନି ଗୋଟି ନୂତନ ବ୍ରେକ ପୁଲି ରେ ଲାଗିବା ପାଇଁ ୬ ଟି ଲେଖାଏଁ ଲୁହା କଡା ନିର୍ମାଣ ଜାରୀ ରଖିଛନ୍ତି।ତିନିରଥର ବାକି ପର୍ଯ୍ୟାୟ କ୍ରମ ନିର୍ମାଣ କାର୍ଯ୍ୟ ଆସନ୍ତାକାଲି ତିନିରଥର ଦୁଆର ବେଢ଼ା ରଥ ଉପରକୁ ଉଠିବା କାର୍ଯ୍ୟକ୍ରମ ରହିଛି। ଭୋଇ ସେବକ ମାନେ ଦୁଆର ବେଢ଼ା ଉଠାଇବା ପାଇଁ ଆସନ୍ତା କାଲି ବାଉଁଶ ତେଣ୍ଟିଆ ପ୍ରସ୍ତୁତ କରି ଆରମ୍ଭ କରିବେ ରଥ ଉପରକୁ ଦୁଆର ବେଢ଼ା ଉଠାଇବା କାର୍ଯ୍ୟ।ତିନିରଥକୁ ଦୁଆର ବେଢ଼ା ଉଠିଲା ପରେ ଦୁଆର ବେଢ଼ା ଚନ୍ଦ୍ର ଶାଳୀ ରେ ଧ୍ୱଜ ବତା ଫିଟିଙ୍ଗ କରାଯିବ, ଧ୍ୱଜ ବତା ଫିଟିଙ୍ଗ ପରେ ରଥ କନା ପଡ଼ିବା ପୂର୍ବରୁ ରଥ ଚାରି ପାର୍ଶ୍ୱ କୋଣ ଗୁଡିକରେ ୮ ଟି ଲେଖାଏଁ କଣି ଫାଉଡା ସଂଯୋଗ ସହ ରଥ ଚାରି ପାର୍ଶ୍ୱରେ ହାତୀ ଆଳ ମାଳ ପୋଟଳ ତଳୁ ଦୁଆର ବେଢ଼ା ପର୍ଯ୍ୟନ୍ତ ସଂଯୋଗ ହେବ, ତତ୍ ପରେ ରଥ ଉପରକୁ କଳସ ଉଠି ରଥରେ କନା ପଡ଼ିବା ସହ, କନକ ମୁଣ୍ଡିରେ ପିତଳ ଚଦର ଫିଟିଙ୍ଗ କାର୍ଯ୍ୟ ସମାନ୍ତରାଳ ଭାବେ କାର୍ଯ୍ୟ ଜାରୀ ରହିବ, ଏଥିସହ ନାଟ ଗୋଡ଼ ଗୁଡିକୁ ସୁରକ୍ଷା ଦେବାପାଇଁ ଦୁଆର ବାଣିଆ (୧୪ ନାହାକା ରୁ ନାଟ ଗୋଡ଼ ସହ ବଟନ୍ ବାଡ଼ିଆ କାର୍ଯ୍ୟ) ବାଡ଼ିଆ କାର୍ଯ୍ୟ ଶେଷ ପରେ ରଥରେ ପ୍ରଭା ଫିଟିଙ୍ଗ ଶେଷ ପରେ, ତିନିରଥ ସିଂହ ଦ୍ଵାର ଆଭିମୁଖ୍ୟ ଯାତ୍ରା ପାଇଁ ପ୍ରସ୍ତୁତ ହେବେ।
