July 18, 2026
Home » ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ 

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ 

0
WhatsApp Image 2026-07-17 at 11.20.02 PM
• 25 ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍
 ଭୁବନେଶ୍ୱର; :ରଥଯାତ୍ରା ଉପଲକ୍ଷେ ଓମ୍ଫେଡ୍ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମ ଜରିଆରେ ପୁରୀ ବଡଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ 25 ହଜାର ମ୍ୟାଙ୍ଗୋ ଜୁସ୍ ବଣ୍ଟନ କରାଯାଇଛି । ଲଗାଣ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କର ରଥଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଦର୍ଶନାର୍ଥି ଭକ୍ତଙ୍କର ସମାଗମ ହୋଇଥିଲା । ଏହି ଅବସରରେ 25 ହଜାର ଶ୍ରୀ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କୁ ଓମ୍ଫେଡ୍ ପକ୍ଷରୁ ମ୍ୟାଙ୍ଗୋ ଜୁସ୍ ବଣ୍ଟନ କରାଯାଇଥିଲା । ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ପୁରୀ ସହ  ଓଡିଶାର ବିଭିନ୍ନ ସ୍ଥାନ ଯଥା,-ବାରିପଦା, କେନ୍ଦୁଝର, କେନ୍ଦ୍ରାପଡା, କୋରାପୁଟ ଆଦିରେ ହେଉଥିବା ରଥଯାତ୍ରାରେ ଓମ୍ଫେଡ୍ ନିଜର ଷ୍ଟଲ ଖୋଲିଥିଲା । ଏହି ଅବସରରେ କେବଳ ପୁରୀ ପାଇଁ ମିଠାଦହି, ରାବିଡ, ଫ୍ଲେଭର ମିଲ୍କ, ଲସି ଆଦିରେ 4ଟି କ୍ରୟ କଲେ ଗୋଟିଏ ଫ୍ରି ଅଫର ମଧ୍ୟ ଦେଇଛି ।  ଶ୍ରଦ୍ଧାଳୁମାନେ ଓମ୍ଫେଡ୍ ମ୍ୟାଙ୍ଗୋ ଜୁସ୍  ଆଗ୍ରହର ସହ ପିଇଥିଲେ ।   ଆମର ସ୍ୱେଚ୍ଛାସେବୀମାନେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନାର୍ଥି ଭକ୍ତଙ୍କୁ ଜୁସ୍ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *