ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦାରା ପ୍ରଭାତ ଫେରି ଓ ଶିଶୁ ଦିବସ ପାଳିତ

0 6

ସ୍ବାଧିନତାର ୭୫ ବର୍ଷର ପୂର୍ତ୍ତି ଅବସରରେ “ଆଜାଦି କା ଅମୃତ ମହୋସ୍ଚୋଭ” ପାଳନ ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦାରା ତା ୧୪.୧୧.୨୦୨୧ ରିଖ ରବିବାର ଦିନ ସକାଳ ୭.୩୦ ଟା ସମୟରେ ରାୟଗଡା ସିଭିଲ୍ କୋଟ୍ ଠାରୁ ସ୍ଥାନୀୟ ମାର୍କେଟ ପର୍ଯ୍ୟନ୍ତ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣର ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ମାର୍ଗ ଦର୍ଶନରେ ଆୟୋଜିତ ଏହି ପ୍ରଭାତ ଫେରି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ I ଏହି ପ୍ରଭାତ ଫେରି ରେ ପାନେଲ୍ ଲୟର ଯଥା ଶ୍ରୀ ସାମୁଏଲ୍ ତାଣ୍ଡି,ବିଶନାଥ ଗନ୍ତାୟତ,ଅରୁଣ ଲେଙ୍କା ଓ ପାରାଲିଗାଲ୍ ଭଲ୍ୟୁଣ୍ଟର ଯଥା କୁମାରୀ ବାଡତ୍ୟା, ରାମଚନ୍ଦ୍ର ହୁଇକା, ସଂଜୟ ବିଡିକା, ସେନାପତି ଲାବନ୍ୟା,, ଆରତି ସେଠୀ, ସନ୍ତୋସ କୁମାର ବିଡିକା, ପ୍ରହ୍ଲାଦ ଡଙ୍ଗିରୀ ,ପ୍ରହ୍ଲାଦ ବିଡିକା ଓ ଟୁନି ଜାକକା ଆଦି ଯୋଗ ଦେଇ ଆଇନ୍ ସେବା ସଂପର୍କୀତ ବିଭିନ୍ନ ପ୍ଲାକାଡ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ I ପରିଶେଷରେ ପ୍ରାଧିକରଣ ଦ୍ୱାରା ଶିଶୁ ଦିବସ ଉପଲକ୍ଷେ ରାୟଗଡାର ସ୍ଥାନୀୟ ଜୁପିଟର ଇଣ୍ଟରନେସନାଲ ସ୍କୁଲ୍(ଏନ୍. ଭି. ଆର୍ କେମ୍ପସ) ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି I ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ମୂଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପାନେଲ୍ ଲୟର ଶ୍ରୀ ସାମୁଏଲ୍ ତାଣ୍ଡି, , ବିଶନାଥ ଗନ୍ତାୟତ ଜୁପିଟର ଇଣ୍ଟରନେସନାଲ (ଏନ୍. ଭି. ଆର୍ କେମ୍ପସ)ସ୍କୁଲ ର ପ୍ରଶାସକ ଟି ଭି ଏନ ଆପଲ ରାଓ, ପ୍ରିନ୍ସପାଲ ଅପର୍ନା ସାହୁ, ଶିକ୍ଷୟିତ୍ରୀ ଭି ନିର୍ମଳା ଓ ଭି କନକଦୁର୍ଗା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଏବଂ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ I ପ୍ରାଧିକରଣ ର ସମ୍ପାଦକ ଶ୍ରୀ ମିଶ୍ର ସମସ୍ତ ଶିଶୁ ମାନଙ୍କୁ ଶିଶୁ ଦିବସରେ ଶୁଭେଚ୍ଛା ଜଣାଇବା ସହ ଶିଶୁ ଦିବସ ର ମହତ୍ତ୍ୱ ଓ ଆଇନ ସେବା ର ପୃଷ୍ଠଭୂମି ସମ୍ପର୍କ ରେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜୁପିଟର ଇଣ୍ଟରନେସନାଲ (ଏନ୍. ଭି. ଆର୍ କେମ୍ପସ)ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ଓ ଆଇନ ସେବା ପ୍ରାଧିକରଣ ର ର କର୍ମଚାରି ମାନେ ସହଯୋଗ କରିଥିଲେ l

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.