ଲକ୍ଷ୍ମୀପୁର ବ୍ଲକ୍ ସ୍ତରୀୟ ପରବ ମହୋତ୍ସବ -୨୦୨୪ ସମପିତ
ଲକ୍ଷ୍ମୀପୁର ବ୍ଲକ୍ ସ୍ତରରେ ପରବ ମହୋତ୍ସବ -୨୦୨୪ ଅବସରରେ ପାରମ୍ପରିକ ଭାବରେ ପଞ୍ଚାୟତ ସମିତି ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ୨୨.୦୧୧.୨୦୨୪ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପୁର ଠାରେ ଉଦ୍ଘାଟିତ ହୋଇଯାଇଛି ! ବ୍ଲକ୍ ସ୍ତରରେ ପରବର ମୂଳ ଉଦ୍ଦେଶ୍ୟ କୋରାପୁଟର ଆଦିବାସୀ ସଂସ୍କୃତି ଓ ବିଭିନ୍ନ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ବିକଶିତ କରିବା ପ୍ରଚେଷ୍ଟା ହିଁ କେବଳ ।
ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅନ୍ତର୍ଗତ ପରବ-୨୦୨୪ ଅବସରରେ ସକାଳ ୦୮.୩୦ ସମୟରେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଦ୍ଵାରା ଲକ୍ଷ୍ମୀପୁର ମାଁ ମୁତ୍ୟାଲୁମ୍ମା ମନ୍ଦିରରେ ପୂଜାର୍ଚ୍ଚନା ପରେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା, ବିଡିଓ ଗୁରେଶ୍ଵର ଭୋଇ, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କ ସମାବେଶରେ ପ୍ରାୟ ତିନିହଜାର ଲୋକଙ୍କ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚ ସ୍ଥଳ ସାଙ୍ଗାନା ଉଚ୍ଚ ବିଦ୍ୟାଳୟକୁ ପହଞ୍ଚିଥିଲେ। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପୂର୍ବତନ ସାଂସଦ ଝିନ୍ନ ହିକ୍କା ଯୋଗ ଦେଇଥିଲେ ।
ଅତିଥିମାନେ ମଞ୍ଚାସିନ ହେବା ପରେ ସାଙ୍ଗାନ୍ନା ହାଇସ୍କୁଲର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିବା ପରେ ପରେ ଅତିଥିମାନଙ୍କୁ ଉପଢୌକନ ସହ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ମଞ୍ଚାସିନ ଥିବା ଅତିଥିମାନେ ପରବ ନେଇ ଭାଷଣ ପ୍ରଦାନ କରିଥିଲେ। ସଂପୂର୍ଣ୍ଣ ଦିନଟି ଫୁଟବୋଲ , ଭୋଲି ଭଳି କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ସ୍ଥାନୀୟ କଳାକାର ପରବ ମଞ୍ଚରେ ଆଦିବାସୀ ନୃତ୍ୟ ଢେମଶା ନାଚଗୀତ ସହ ନିଜ ନିଜର ପ୍ରତିଭା ପରିବେଷଣ ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଉତ୍ସବରେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ସ୍ମାରକପତ୍ର ସହ ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ଏହି ଲକ୍ଷ୍ମୀପୁର ବ୍ଲକ୍ ସ୍ତରରେ ପରବ ମହୋତ୍ସବ -୨୦୨୪ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀପୁରଶ୍ରୀ ଗୁପ୍ତେଶ୍ୱର ଭୋଇ (ଓ.ପ୍ର.ସେ-(କନିଷ୍ଠ),ଶ୍ରୀମତୀ ସୁଆଇ କୁଲେସିକା (ଅଧ୍ଯକ୍ଷା) ପଞ୍ଚାୟତ ସମିତି, ଲକ୍ଷ୍ମୀପୁର,ଶ୍ରୀମତୀ ଆରତୀ କୁଲଦୀପ ଉପାଧ୍ୟକ୍ଷା, ପଞ୍ଚାୟତ ସମିତି, ଲକ୍ଷ୍ମୀପୁର ସମେତ ଲକ୍ଷ୍ମୀପୁର ପଞ୍ଚାୟତ ସମିତିର ସମସ୍ତ ପିଆରଆଇ ସଦସ୍ୟ/ ସଦସ୍ୟା, ସମସ୍ତ ସରପଞ୍ଚ, ୱାର୍ଡମେମ୍ବର, ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟ ତଥା କର୍ମଚାରୀ ବୃନ୍ଦ ଉପସ୍ତିତ ଥିଲେ । ପରିଶେଷରେ ବିଡ଼ିଓ ଲକ୍ଷ୍ମୀପୁର ଦ୍ୱାରା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ :କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ