February 7, 2025
Home » ଲଗାଣ ବର୍ଷା,ଅଙ୍ଗ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ

ଲଗାଣ ବର୍ଷା,ଅଙ୍ଗ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ

0

ସୁବର୍ଣ୍ଣପୁର ଜିଲ୍ଲା ରେ ଗତ ୪ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି | ଫଳରେ ଜିଲ୍ଲା ର ନଦୀ ନାଳ ରେ ବର୍ଷା ପାଣି ପ୍ରବାହିତ ହେଉଛି |ଏହି କ୍ରମରେ ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ନିକଟ ଅଙ୍ଗ ନଦୀ ରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ନଦୀ ଫୁଲୁ ଥିବା ଦେଖିବାକୁ ମିଳୁଛି |ଗୁରୁବାର ପ୍ରଥମ କରି ବନ୍ୟାଜଳ ପ୍ରବାହିତ ହୋଇଛି |୪ ଦିନ ହେବ ଲଗାଣ ବର୍ଷା ଉପର ମୁଣ୍ଡରେ ହେବାରୁ ନଦୀ ଦୁଇ କୂଳ ଖାଇ ବନ୍ୟାଜଳ ପ୍ରବାହିତ ହେଉଛି |ଅଙ୍ଗ ନଦୀର ଉପ ମୁଣ୍ଡରେ ତାର ଶାଖା ନଦୀ ଓ ନାଳ ସବୁ ପଡିଛି ଯାହା ଫଳରେ ପ୍ରତି ବର୍ଷ ଏହି ନଦୀ ରେ ବନ୍ୟା ଜଳ ଆସିଥାଏ | ବିଶେଷ କରି ଦିଗଶିରା ଗ୍ରାମ କୁ ବନ୍ୟା ଜଳ ପ୍ରବାହିତ ହୋଇଥାଏ | ଫଳରେ ଗାଁର ଚାରି ଦିଗ ଜଳମଗ୍ନ ହୋଇବନ୍ୟା ଜଳ ଘେରିଯାଏ |ଗ୍ରାମରେ ଏକ ବନ୍ୟା ଆଶ୍ରୟସ୍ଥଳୀ ସରକାର ଙ୍କ ତରଫରୁ ତିଆରି କରାଯାଇଛି | ଆଗକୁ ବନ୍ୟା ଜଳରୁ ରକ୍ଷା ପାଇବା ପାଇଁ ପ୍ରଶାସନ ଆଗୁଆ ପ୍ରସ୍ତୁତ ରହିବା ପାଇଁ ଦିଗଶିରା ଗ୍ରାମବାସୀ ଙ୍କ ଦାବି ହେଉଛି |

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *