January 25, 2025
Home » ଲଘୁଚାପ ଜନିତ ଭାରି ବର୍ଷା ସମ୍ଭବନାକୁ ଦୃଷ୍ଟିରେ ରଖି ଆୱାସି ମାଧ୍ୟମରେ ବୈଠକ :ସମସ୍ତ ଅଧିକାରୀ ସତକର୍କ ରହିବାକୁ ନିର୍ଦେଶ ଦେଲେ ଜିଲ୍ଲାପାଳ

ଲଘୁଚାପ ଜନିତ ଭାରି ବର୍ଷା ସମ୍ଭବନାକୁ ଦୃଷ୍ଟିରେ ରଖି ଆୱାସି ମାଧ୍ୟମରେ ବୈଠକ :ସମସ୍ତ ଅଧିକାରୀ ସତକର୍କ ରହିବାକୁ ନିର୍ଦେଶ ଦେଲେ ଜିଲ୍ଲାପାଳ

0

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାୟଗଡ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରି ଭାରି ବର୍ଷା ସାମ୍ବାବାନ ଦୃଷ୍ଟିରୁ ସତର୍କତା ଅବଲମ୍ବନ ପାଇଁ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଆୱାସି ମାଧ୍ୟମରେ ବୈଠକ ଡାକି ଆଲୋଚନା କରିଛନ୍ତି l ଏହି ସମୟ ମଧ୍ୟରେ କୌଣସି ଅଧିକାରୀ ବିନା ଅନୁମତିରେ ଜିଲ୍ଲାବାହାରକୁ ଯାଇପାରିବିନି l ବନ୍ୟା ଓ ବିପର୍ଯୟ ପରିଚାଳନା କରୁଥିବା ବିଭାଗ ଗୁଡ଼ିକ ୨୪ଘଣ୍ଟା ନିୟନ୍ତ୍ରଣ କକ୍ଷ ଖୋଲିବେ l ଜିଲ୍ଲା ଜରୁରୀକାଳୀନ ସେକ୍ସନ ନିୟମିତ ଭାବରେ ପାଣିପାଗ ସତର୍କତା ବିଷୟରେ ସମସ୍ତ ଅଧିକାରୀମାଙ୍କୁ ଅବଗତ କରିବେ l ଅସ୍ଥାୟୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ଯଥା ଗୁଣୁପୁର, ରାୟଗଡ ଏବଂ ଵିଷମ କଟକ ଅବସ୍ଥାପିତ କେନ୍ଦ୍ର ଗୁଡିକ ତୁରନ୍ତ ପ୍ରସ୍ତୁତ କରି କାର୍ଯ୍ୟକ୍ଷମ କରି ରଖିବl ନିମନ୍ତେ ସମ୍ପୃକ୍ତ ବିଡ଼ିଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସ୍ଥାନୀୟ ବ୍ୟକ୍ତିଙ୍କୁ ନେଇ ଗୋଟିଏ ଟିମ ଗଠନ କରିବାକୁ କୁହାଯାଇଛି ଯେଉଁଥିରେ କି ଦୁଇଜଣ ପୁରୁଷ, ଜଣେ ମହିଳା ରହିବେ l ଦୈନିକ ବର୍ଷା ମାପ ରିପର୍ଟ ଜିଲ୍ଲା କାର୍ଯ୍ୟଳୟ କୁ ଜଣାଇବା ନିମନ୍ତେ ବିଡ଼ିଓ, ତହସିଲଦାରକୁ ଜିଲ୍ଲାପାଳ କହିଛନ୍ତି l ଜିଲ୍ଲା ଯୋଗାଣ ଅଧିକାରୀ ଓ ସମ୍ପୂକ୍ତ ବିଡିଓ ମାନେ ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ କୁହାଯାଇଛି l ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ସଂସ୍ଥା ଓ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ନିର୍ବାହୀ ଅଧିକାରୀ ପୌରଞ୍ଚଳକୁ ପିଇବା ପାଣି ଯୋଗାଇବା ନିମନ୍ତେ ପ୍ରସ୍ତୁତି ରହିବାକୁ ନିର୍ଦେଶ ଦିଆଯାଇଛି l ଏହି ସମୟରେ ସ୍ୱlସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସମସ୍ତ ପ୍ରସ୍ତୁତି ରହିବାକୁ ଜିଲ୍ଲାମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି l ପ୍ରାଣୀ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ନିର୍ଦେଶ ଦିଆଯାଇଛି l ନିର୍ବାହୀ ଯନ୍ତ୍ରୀ ବିତ୍ୟୁତ ବିଭାଗ ତୁରନ୍ତ ବିତ୍ୟୁତ ଯୋଗାଣ ନିମନ୍ତେ ପ୍ରସ୍ତୁତି ରହିବାକୁ କୁହାଯାଇଛି l ରାସ୍ତାଘାଟ ମରାମତି ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ ଗୃହ, ଗ୍ରାମୀୟ ନିର୍ମାଣ ବିଭାଗକୁ କୁହାଯାଇଛି l ଓଡ୍ରାଫ ଓ ଅଗ୍ନିଶମ ସେବା ଅଧିକାରୀ ମାନେ ପ୍ରସ୍ତୁତି ରହିବାକୁ କୁହାଯାଇଛି l ପୋଲିସ, ବିଦ୍ୟୁତ, ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନୀଶମ୍ମ, ଓ ଓଡ୍ରାଫ ଟିମର ସହଯୋଗ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l
ମୁଖ୍ୟ ବିକାଶ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କହଁର କହିଲେ ଜେ ପାହାଡ଼ ତଳି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରିବେ l ଏହି ବୈଠକରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭସ୍କର ଚନ୍ଦ୍ର ରଇତ,ସିଡିଓ ଜିଲ୍ଲା ପରିଷଦ, ରାୟଗଡ ଶ୍ରୀ ନିହାର ରଞ୍ଜନ କହଁର,ଜରୁରୀ କାଳୀନ ଅଧିକାରୀ ଲଳିତ ମଣ୍ଡଳ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ଆଦି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ରାୟଗଡା ଇପିଏରୁ ତିରୁମଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇଷ୍ଟର୍ଣ ପ୍ରେସ ଏଜେନସି (ଇ ପି ଏ ନିଉଜ )

 

Leave a Reply

Your email address will not be published. Required fields are marked *

You may have missed