September 24, 2026
Home » ଲଘୁଚାପ ଯୋଗୁଁ ଅଶାନ୍ତ ସମୁଦ୍ର

ଲଘୁଚାପ ଯୋଗୁଁ ଅଶାନ୍ତ ସମୁଦ୍ର

0
WhatsApp Image 2026-09-24 at 1.37.19 PM

ପାରାଦୀପ ବନ୍ଦରରେ ଆଶ୍ରୟ ନେଲେ ଆନ୍ଧ୍ର ପ୍ରଦେଶର ୨୮ ମତ୍ସ୍ୟଜୀବୀ ବୋଟ୍‌ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ରରେ ବହୁ ଉଚ୍ଚ ଜୁଆର ସୃଷ୍ଟି ହେବାରୁ ଏହାକୁ ସାମ୍ନା କରି ପାରି ନାହାଁନ୍ତି ସମୁଦ୍ରକୁ ମାଛ ଧରିବାକୁ ଆସିଥିବା ଆନ୍ଧ୍ର ପ୍ରଦେଶର ୨୮ ଗୋଟି ମାଛଧରା ବୋଟ୍ । ସମୁଦ୍ର ଅଶାନ୍ତ ହେବାରୁ ମାଛଧରିବା ବିପଦପୂର୍ଣ୍ଣ ହୋଇଥିଲା । ଅନ୍ୟ ଉପାୟ ନପାଇ ଏହି ବୋଟ୍ ଚାଳକମାନେ ପାରାଦୀପ ବନ୍ଦରକୁ ଆଶ୍ରୟ ନେବାକୁ ଅନୁରୋଧ କରିଥିଲେ । ମାନବିକତାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର କର୍ତୃପକ୍ଷ ସେମାନଙ୍କୁ ବନ୍ଦର ପୋତାଶ୍ରୟକୁ ଆସିବାକୁ ଅନୁମିତ ଦେଇଥିଲେ । ପାରାଦୀପ ବନ୍ଦରର ଇକ୍ୟୁ-୧ ବର୍ଥରେ ସେମାନଙ୍କୁ ବର୍ଥିଙ୍ଗ କରିବାକୁ ଅନୁମତି ଦେଇଥିଲେ । ଏହା ପରେ ୨୮ଗୋଟି ଆନ୍ଧ୍ର ପ୍ରଦେଶର ମାଛଧରା ବୋଟ୍ ଇକ୍ୟୁ-୧ରେ ବର୍ଥିଙ୍ଗ କରିଛନ୍ତି । ଏହି ବୋଟ୍ ଗୁଡିକରେ ୨୪୮ଜଣ ମତ୍ସ୍ୟଜୀବୀ ଥିବା ନେଇ ପାରାଦୀପ ବନ୍ଦର ସୂତ୍ରରୁ ଜଣାପଡିଛି ।

 

prasanta dash nka report

Leave a Reply

Your email address will not be published. Required fields are marked *