ଲୋକମାହତ୍ସବ ଚଇତି -୨୦୨୪ର ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡ ଲୋକମହୋତ୍ସବ ଚଇତି -୨୦୨୪ର ବିଭିନ୍ନ ଉପାସମିତି ଯଥା-ପଳିଶ୍ରୀ ମେଳl,ସଂସ୍କୃତି ଓ ପରିମଳ ତଥା ପଡ଼ିଆ ସଫାସତୁରା ଉପସମିତିର ପ୍ରସ୍ତୁତି ବୈଠକ ମାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡଙ୍କ ଅଧ୍ୟକ୍ଷତlରେ ପାଲିଶ୍ରୀ ମେଳା ଆୟୋଜନ,ଉନ୍ନୟନ ପ୍ରଦର୍ଶନୀ, ଖାଦ୍ୟମେଳା ଆୟୋଜନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଚଳିତ ବର୍ଷ ଜିସିଡ଼ି ଉଚ୍ଚ ବିଦ୍ୟାଳୟରେ ଚଇତି ଅନୁଷ୍ଠିତ ହେଉଥିବାରୁ ସେଠାରେ ୩୫୦ଟି ଷ୍ଟଲ ନିର୍ମାଣ କରାଯିବ । ପାଲିଶ୍ରୀ ମେଳରେ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ନିଜର ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାର ସୁଯୋଗ ପାଇବେ ।
ସେହିପରି ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଡେପୁଟି କଲେକ୍ଟର ଲକିତ କୁମାର ମଂଡଲଙ୍କ ଅଧ୍ୟକ୍ଷତlରେ ସଂlସ୍କୃତକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କମିତିରେ ନୂତନ ସଦସ୍ୟ ମାନଙ୍କୁ ଗ୍ରହଣ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଅଧିକାଂଶ ସଦସ୍ୟ, ସଦସ୍ୟା ମାନେ ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବୟସ ସୀମା ନିର୍ଧାରଣ, ଲାଇଭ କାର୍ଯ୍ୟକ୍ରମ କରିବା ଉପରେ ପ୍ରସ୍ତlବ ଦେଇଥିଲେ । ସ୍ଥାନୀୟ କଳାକାର ମାନଙ୍କୁ ପ୍ରାଧାନ୍ୟ ଦେବାକୁ କିଛି କାଳରକାର ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ମତ ଦେଇଥିଲେ l ଏଥିର ଜିଲ୍ଲାସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ।
ସେହିପରି ସ୍ଥାନୀୟ ପୌର ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାହୀ ଯନ୍ତ୍ରୀ ସହଦେଵ କିଷାନ,ଜନସ୍ୱାସ୍ଥ୍ୟ ବିଭାଗଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ନିର୍ବାହୀ ଅଧିକାରୀ ପୌର ପରିଷଦ ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଯୋଗଦାନ କରି ପରିମଳ ଓ ପଡ଼ିଆ ସଫାସୁତୁରା, ଜଳ ଯୋଗାଣ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଚଇତି ସମୟରେ ପଡ଼ିଆ ସଫାସୁତୁରା ରଖିବା, ଜଳସିଞ୍ଚନ କରିବା, ପଖାନା ସଫାସାତୁରା ରଖିବା ଓ ଉତ୍ସବ ସରିବ ପରେ ପଡିଆ ତୁରନ୍ତ ସଫା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଜିଲ୍ଲାସୂଚନା ଓ ଲକସମ୍ପର୍କ ଅଧିକାରୀ, ଗ୍ରାମ୍ୟ ନିର୍ମାଣ ସହକାରୀ ଯନ୍ତ୍ରୀ, ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ l
ରିପୋର୍ଟ:,ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ