May 9, 2026
Home » ଶକ୍ତିଧାମ ମନ୍ଦିରରେ ସତୀ ସାବିତ୍ରୀ କଥା ପାଇଁ ପ୍ରସ୍ତୁତି ବୈଠକ

ଶକ୍ତିଧାମ ମନ୍ଦିରରେ ସତୀ ସାବିତ୍ରୀ କଥା ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2026-05-09 at 1.25.17 PM

 

ଟିଟିଲାଗଡ:  ମାଁ ଭଗବଦୀ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ରାଣୀସଚୀ ଦାଦୀଳୀ ଶକ୍ତିଧାମ ମନ୍ଦିରରେ ମହୋତ୍ସବ ପରିଚାଳନା କମିଟି ଓ ଟ୍ରଷ୍ଟ ପକ୍ଷରୁ “ସତୀ ସାବିତ୍ରୀ କଥା”, “ଶିବ ବିବାହ” ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହାକୁ ସଫଳ କରିବା ପାଇଁ ବ୍ରାହ୍ମଣ ସମାଜ ଓ ଦଧୁବାମନ ଟ୍ରଷ୍ଟ ପକ୍ଷରୁ ବୀଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ମନ୍ଦିର କମିଟି ସଦସ୍ୟଙ୍କୁ ନେଇ ଏକ ପ୍ରସୂଚୀ ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।

ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାଶଙ୍କ ସଭାପତିତ ତ‌ଥା ଦଧୁବାମନ ଟ୍ରଷ୍ଟର ସଭ୍ୟ ଭବାନୀ ପ୍ରସାଦ ହୋଚାଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ସବିଶେଷ ଆଲୋଚନା କରାଯାଇ ଚୂଗନ୍ତ ନିଷ୍କରି ନିଆଯାଇଛି । କାର୍ଯ୍ୟକ୍ରମ ଅଂଶବିଶେଷ ସୁରୂପ ମେ ୧୭ରୁ ୨୧ ଚାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ସଚୀ ସାବିତ୍ରୀ କଥା, ୨୧ରେ ଶିବ ବିବାହ ଓ ଭଳନ ସନ୍ଧ୍ୟା ଓ ଶେଷରେ ୭ଟାରୁ ମହାପ୍ରସାଦ ସେବନ (ଭଣ୍ଡାରା) ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମ ଯାଜ୍ଞିକ ସମ୍ରାଟ ଚୈଚନ୍ୟ ଶ୍ରୀ ଅଗ୍ନିଶିଖାଜୀ ମହାରାଜଙ୍କ ପ୍ରତ୍ୟକ୍ଷ ହତ୍ତ୍ଵାବଧାନରେ ହେବ । ଏଥୁରେ ଜଗତଗୁରୁ ରାଜେନ୍ଦ୍ର ଦାଶଜୀ ମହାରାଜଙ୍କ ନିର୍ଦ୍ଦେଶରେ ରାଜସ୍ଥାନ ଫଚେପୁର ଶେଖାବଟୀର ୮ବର୍ଷର ଜୁନୀ ଝିଅ କ୍ରୀଷ୍ଣା କିଶୋରୀ ବ୍ୟାସ କଥା ବାଚକ ଭାବେ ପ୍ରଥମ ଥର ପାଇଁ ପୂର୍ବ ଭାରତର ଟିଟିଲାଗଡ଼ରେ ଆସି ଅମୃଚ ପାନ କରାଇବେ । ଏଥିପାଇଁ ସର୍ବସମ୍ମତି କ୍ରମେ ଟ୍ରଷ୍ଟ ପକ୍ଷରୁ ନିଷ୍ପରି ଗ୍ରହଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ସନ୍ତୋଷ ଜେକ୍ଟ୍ରୋପ୍ୟାଲ, ମହୋତ୍ସବ ପରିଚାଳନା ସମିତିର ସଭାପତି ସୂରଜମଲ ସୋନୀ, ରାଜୁ ମିଶ୍ର, ଟିକେଲାଇ ବେହେରା, ମହେଶ ଇନ୍ଦୋରିଆ, ଯୁଗଲ କିଶୋର ଗୋୟଙ୍କା, ନିରାକାର ସରାଫ, ହରିଶ ରାଏଥାଆ, ମୁକେଶ ଚାୱଳା, ଅଶ୍ବିନୀ ଠକ୍ଟର, ପୂର୍ଣଚନ୍ଦ୍ର ସାହୁ, ରାମନାରାୟଣ ମିଶ୍ର, ପଦ୍ମନାଭ ବେହେରା, ବୁଲୁ ଦାଶ, ବିନୋଦ ମରୋଦିଆ, ଗୋବିନ୍ଦ ଜୈନ, ମୋହନ ଗୁପ୍ତା, ଗୀତା ଭୋଇ, ଗୀତା ଦାଶ ପ୍ରମୁଖଙ୍କ ସମେତ ବିଭିନ୍ନ ସମ୍ପ୍ରଦାପର କର୍ମକର୍ତ୍ତା, ବିଭିନ୍ନ ମନ୍ଦିର କମିଟିର ସଦସ୍ୟ, ସଦସ୍ୟା ବୃଦ ଉପସ୍ଥିତ ଥିଲେ।

 

titilagarh ru sontosh kejerawal nka report

Leave a Reply

Your email address will not be published. Required fields are marked *