May 7, 2026
Home » ବରଗଛ ରୁ ଝୁଲନ୍ତା ଅବସ୍ଥା ରେ ଯୁବକ ଯୁବତୀ ଙ୍କ ମୃତ ଦେହ ଉଦ୍ଧାର

ବରଗଛ ରୁ ଝୁଲନ୍ତା ଅବସ୍ଥା ରେ ଯୁବକ ଯୁବତୀ ଙ୍କ ମୃତ ଦେହ ଉଦ୍ଧାର

0
WhatsApp Image 2026-05-07 at 3.55.02 PM

ସୁବର୍ଣ୍ଣପୁର —ଗଛରେ ଝୁଲନ୍ତା ଅବସ୍ଥା ରେ ଯୁବକ ଯୁବତୀଙ୍କ ମୃତଦେହ I ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଖବର। ବିନିକା ଥାନା ଗୁଲୁଣ୍ଡା ଗାଁ ନିକଟ ଏକ ବରଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁହେଁ ପ୍ରେମୀ ଯୁଗଳ ବୋଲି କୁହାଯାଉଛି। ଏକ ବରଗଛ ଡାଳରେ ବେକରେ ଓଢ଼ଣି ଲଗାଇ ଉଭୟ ଜୀବନ ହାରିଛନ୍ତି।ଗଛ ତଳେ ଉଭୟଙ୍କ ବ୍ୟାଗ୍ ଏବଂ ଚପଲ ପଡ଼ିରହିଛି। ସ୍ଥାନୀୟ ଲୋକେ ପ୍ରଥମେ ଏହାକୁ ଦେଖିବା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଆତଙ୍କର ବାତାବରଣ। ତେବେ ଉଭୟଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ବିନିକା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *