May 17, 2025
Home » ଶ୍ରୀମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଶୌଚାଳୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଶ୍ରୀମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଶୌଚାଳୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2024-11-21 at 2.08.27 PM (1)

ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଂଚାୟତ ଅନ୍ତର୍ଗତ ଶ୍ରୀମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱଶୌଚାଳୟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ (କବ୍ଜା) ର ଉପସଭାପତି ପ୍ରଭାତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ରେ ଇଆରପି ତଥା ମାଷ୍ଟର ଟ୍ରେନର ରଞ୍ଜନ କୁମାର ପlତ୍ର, ପୂର୍ଣ୍ଣ ଚରଣ ସାହୁ, କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ( କବ୍ଜା )ର ସହସମ୍ପାଦକ ବଂଶୀଧର ମାଝୀ ଯୋଗ ଦେଇ ବିଶ୍ୱ ଶୌଚାଳୟ ଦିବସ, ହାତଧୁଆ, ପାଇଖାନା ବ୍ୟବହାର, ସ୍ୱଛତା ଉପରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ l ପରେ ଛାତ୍ର, ଛାତ୍ରୀ ମାନଂକୁ ନେଇ ସ୍ୱଛତା ରାଲି ଓ ସ୍ୱଛତା ଶପଥ ପାଠ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମେଶ୍ୱର ରଣା,ଶିକ୍ଷୟିତ୍ରୀ ରଂଜିତା କହଁର, ଉର୍ବଶୀ ବେହେରା ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *