August 22, 2026
Home » ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସଂସ୍କୃତ ସପ୍ତାହ ପାଳିତ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସଂସ୍କୃତ ସପ୍ତାହ ପାଳିତ

0
WhatsApp Image 2025-08-16 at 3.46.24 PM

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ “ସଂସ୍କୃତ ସପ୍ତାହ” ପାଳିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ସଂସ୍କୃତ ଶ୍ଳୋକ ପାଠ ,ସୁଭାଷିତ ପାଠ, ସଂସ୍କୃତ ଗୀତ, ସଂସ୍କୃତ ଗଳ୍ପ, ସଂସ୍କୃତ ସମ୍ଭାଷଣ,ସରଳ ସଂସ୍କୃତ ଅନୁବାଦ, ସଂସ୍କୃତ ନାଟକ ପରିବେଷଣ ଆଦି ପ୍ରତିଯୋଗିତାରେ ଉଲ୍ଲାସ ପୂର୍ବକ ଅଂଶଗ୍ରହଣ କରି ନିଜର ବିଶେଷ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟ ର ଅନତି ଦୂରରେ ଥିବା ଗ୍ରାମାଞ୍ଚଳ ଗୁଡିକ ରେ ସଂସ୍କୃତ ଶୋଭାଯାତ୍ରା କରାଯାଇଥିଲା। ତତ୍ସଂଗେ ବିଦ୍ୟାଳୟର “ସଂସ୍କୃତ ସପ୍ତାହ- ଉପଲକ୍ଷେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୌରୀ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପୂର୍ବତନ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଲଳିତ ମୋହନ ନନ୍ଦ ଯୋଗ ଦେଇ ସଂସ୍କୃତ ଭାଷାର ମହତ୍ତ୍ୱକୁ ପୁଙ୍ଖାନୁପୁଙ୍ଖ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ସଂସ୍କୃତ ସପ୍ତାହର ମହତ୍ତ୍ୱ କୁ ଅବଗତ କରାଇଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ ସଂସ୍କୃତ ଭାଷାର ନୀତିବାଣୀ, ସୁଭାଷିତ ଆଦିର ମାନବୀୟ ମୂଲ୍ୟବୋଧକୁ ପ୍ରାଞ୍ଜଳ ଭାବେ କହିଥିଲେ।ବିଦ୍ୟାଳୟର କାର୍ଯ୍ୟରତ ସଂସ୍କୃତ ଶିକ୍ଷକ ଶ୍ରୀ ଅଧର ବେହେରା ମଞ୍ଚ ସଞ୍ଚାଳନ ଦାୟିତ୍ବ ତୁଲାଇବା ସହ ସଂସ୍କୃତ ସପ୍ତାହ ର ଇତିହାସ କୁ ବିଦ୍ଧିବଦ୍ଧ ଭାବେ ଛାତ୍ର ଛାତ୍ରୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତା ରାଣୀ ତୁଳ, ଶିକ୍ଷୟିତ୍ରୀ ଶ୍ରୀମତୀ ଚେତ୍ମୀତା ଚୌଧୁରୀ, ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜିତା କୁମାରୀ ସାହୁ, ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣ ପ୍ରଭା ମଲ୍ଲିଜ, ଅଧ୍ୟାପକ ଶ୍ରୀ ବିକ୍ରମ ଟାକ୍ରି , ଅଧ୍ୟାପକ ଶ୍ରୀ ଅମ୍ରୁଜ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ଉତ୍ସାହ, ଆଗହକୁ ବୃଦ୍ଧି କରିଥିଲେ।ଅନ୍ତିମ ବେଳାରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ନାନାଜୀ ମାଣ୍ଡାଙ୍ଗି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।