ସରକାରୀ ପାଣ୍ଠି ୧.୪ କୋଟି ଟଙ୍କା ଅପବ୍ୟବହାର ଅଭିଯୋଗରେ ବିଷମକଟକ କନିଷ୍ଠ ରେଭିନ୍ୟୁ ଆସିଷ୍ଟାଣ୍ଟକୁ ଗିରଫ କଲା ଓଡିଶା ଭିଜିଲାନ୍ସ
ଓଡିଶା ଭିଜିଲାନ୍ସ ଦ୍ଵାରା ଗିରଫ ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକର କନିଷ୍ଠ ରାଜସ୍ବ ସହାୟକ । ରୟଗଡା ଜିଲ୍ଲା ବିଷମକଟକ ସବ୍-ରେଜିଷ୍ଟ୍ରାର୍ ଅଫିସରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ଶ୍ରୀ ବନମାଲି କର ନାମକ ବ୍ୟକ୍ତି ଜଣକ ସରକାରୀ ପାଣ୍ଠି ୧.୪ କୋଟି ଟଙ୍କା ଅପବ୍ୟବହାର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପ୍ରାପ୍ତ ସୂଚନା ମୁତାବକ ପଞ୍ଜୀକରଣ ଶୁଳ୍କ, ଉପଭୋକ୍ତା ଫିଜ ଏବଂ ଅନ୍ୟାନ୍ୟ ସରକାରୀ ରାଜସ୍ୱ ପାଇଁ ୧.୪ କୋଟି ଟଙ୍କା ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ବନମାଲି କରଙ୍କୁ ଗିରଫ କରାଯାଇଥିଲା।
ଏହି ଅର୍ଥ ହଡପ ପରେ ଗିରଫଦାରୀକୁ ଏଡାଇବା ପାଇଁ ଅଭିଯୁକ୍ତ ବନମାଲି କର ଗତ ଦୁଇବର୍ଷ ଧରି ବିଭିନ୍ନ ସ୍ଥାନ ବଦଳାଇ ବୁଲୁଥିଲା । ତେବେ ଓଡିଶା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଦଳ ତାଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପରେ ପରିଶେଷରେ ତାଙ୍କୁ ଗିରଫଦାରୀ କରିବାରେ ସଫଳ ହେଲା। ପଳାତକ ଲୋକଙ୍କ ସନ୍ଦିଗ୍ଧ ଲୁଚକାଳି ବିଷୟରେ ସୂଚନା ସଂଗ୍ରହ କରିବା ପରେ ଅନେକ ଦଳ ଗଠନ କରାଯାଇଛି । ଗିରଫ ପରେ ଶ୍ରୀ କରଙ୍କ ସମ୍ପତ୍ତି ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ସର୍ଚ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି। । ଏ ନେଇ ଓଡ଼ିଶା ଭିଜିଲାନ୍ସ ପିସି ସଂଶୋଧନ ଅଧିନିୟମ,୨୦୧୮/୪୦୯/୧୨୦-ବି ଅଧୀନରେ ଥିବା ଅପରାଧ ପାଇଁ ଆଇପିସିର ୧୩ (୧) (କ) ସହିତ ଧାରା ୧୩ (୨) ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ