November 18, 2026
Home » ସରକାର ସାମ୍ବାଦିକ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ ନକରିବାର କାରଣ କଣ?

ସରକାର ସାମ୍ବାଦିକ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ ନକରିବାର କାରଣ କଣ?

0
WhatsApp Image 2026-11-17 at 2.35.12 PM

 

ଭୁବନେଶ୍ୱର:( ବିରଞ୍ଚି ନାରାୟଣ ପତ୍ରୀ) ନଭେମ୍ବର ୧୬ତାରିଖ ଦିନ ଜାତୀୟ ପ୍ରେସ୍ ଦିବସ ଅବସରରେ ରାଜ୍ୟର ପ୍ରଶାସନିକ ଅଧିକାରୀ, ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶା ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ସ୍ବାଗତଯୋଗ୍ୟ କିନ୍ତୁ ରାଜ୍ୟର ସମସ୍ତ ସରକାରୀ ଯୋଜନା ସମସ୍ତ ବର୍ଗର ନାଗରିକମାନଙ୍କୁ ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ଧ୍ୟାନ ନଦେବା କାରଣ କଣ ତାହା ସାମ୍ବାଦିକ ମାନଙ୍କର ଚିନ୍ତାର କାରଣ ହୋଇଛି। ଦେଶର ଅଧିକାଂଶ ରାଜ୍ୟରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ସମସ୍ତ ସରକାରୀ ଯୋଜନା ସହ ସର୍ବନିମ୍ନ ପେନ୍ ସନ ଦେଉଥିବା ବେଳେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଉପେକ୍ଷା କରିବା ସହ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ଏହା ସାମ୍ବାଦିକ ମାନଙ୍କ ପ୍ରତି କି ପ୍ରକାରର ନ୍ୟାୟ ତାହା ବୁଦ୍ଧିଜୀବୀ ମହଲରେ ଆଲୋଚ୍ଯର ବିଷୟ ହୋଇଛି।
ରାଜ୍ୟର ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ବର୍ତ୍ତମାନ ରାଜ୍ୟରେ ଶାସନ ଗାଦିରେ ଥିବା ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶାସନ ସମୟରେ ସାମ୍ବାଦିକ ମାନଙ୍କ ସମସ୍ୟା ସମାଧାନ ହୋଇଯିବାର ଆଶା ଆଶଙ୍କା ଧିରେ ଧିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପୂର୍ବ ସରକାର ଙ୍କ ଭଳି ମୋହନ ସରକାର ରାଜ୍ୟରେ ବେଆଇନ୍ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଇ ରାଜ୍ୟ ତହବିଲବିଲ କୋଟି କୋଟି ଟଙ୍କା ଲୁଟ୍ କରିବା ଦେଖିବାକୁ ମିଳୁଛି। ଉଦାହରଣ ସ୍ୱରୂପ ରାଜ୍ୟରେ ବେଆଇନ୍ ଉତ୍ତୋଳନ କରାଯାଉଥିବା ଲଘୁଖଣିଜ ପଦାର୍ଥ(ବାଲି) ପାଇଁ ପ୍ରତି ବେଆଇନ୍ ଘାଟରୁ ବାଲି ଉତ୍ତୋଳନ କାରୀଙ୍କ ନିକଟରୁ ଅଞ୍ଚଳର ବିଧାୟକଙ୍କ ୨୦ ଲକ୍ଷ ଟଙ୍କା, ଡେପୁଟି ମାଇନ୍ସ ମ୍ୟାନେଜର ୨ ଲକ୍ଷ ଟଙ୍କା, ଅଞ୍ଚଳର ପୁଲିସ ଷ୍ଟେସନକୁ ୧ ଲକ୍ଷ ଟଙ୍କା ଓ ବଛାବଛା ସାମ୍ବାଦିକ ମାନଙ୍କୁ ଜଣକା ୨ହଜାର ୩ ହଜାର ଟଙ୍କା ଲାଞ୍ଚ ଦେଇ ରାଜ୍ୟ ସରକାର କ୍ଷେତ୍ରରେ ରହିବା ଦିନ ଠାରୁ ଲୁଟ୍ କରିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀର ମୁକୁନ୍ଦପୁର ବୈତରଣୀ ନଦୀ ବାଲି ଘାଟରୁ ସରକାରୀ ରିପୋର୍ଟ ଅନୁସାରେ ଦୁଇ ବର୍ଷ ତଳେ ବାଲି ଘଟକୁ ଖଣିବିଭାଗ ସିଜକରି ପୁଣି ବେଆଇନ୍ ବାଲି ପରିବହନ କରିବା। ଗତ କିଛି ମାସ ତଳେ ସେହିପରି କୋରେଇ ଥାନା ରଣପୁର ବୈତରଣୀ ନଦୀ ବାଲି ଘାଟରୁ ବେଆଇନ୍ ବାଲି ଚାଲାଣ ଗାଡ଼ି ଓ ମେସିନ୍ କୁ ଖଣିବିଭାଗ ସିଜକରି ପୁଣି ବେଆଇନ୍ ବାଲି ପରିବହନ କରିବା ସରକାରଙ୍କ ଦୁର୍ନୀତି ଘୋର କାର୍ଯ୍ୟକୁ ପଦାରେ ପକାଇଛି । ସରକାରଙ୍କ ଦୁର୍ନୀତି ଓ ଚୋରି କୁ ଜଦି କୈାଣସି ଗଣମାଧ୍ୟମ ପ୍ରତିନିଧି ପ୍ରକାଶ କରିବାକୁ ଚେଷ୍ଟା କରେ ତାହାଲେ ସେହି ଗଣମାଧ୍ୟମ ପ୍ରତିନିଧିଙ୍କୁ ସରକାରୀ କର୍ମଚାରୀ ମାନେ ରାଜ୍ୟ ସରକାର ନିର୍ଦେଶ ଆକ୍ରମଣ କରିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ମୂଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଆନନ୍ଦପୁର ବ୍ଲକ୍ ର ଜୁନିଅର ଇଞ୍ଜିନିୟର ପ୍ରସାନ୍ତ ଲିଙ୍ଗୁଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ସହ ବୁମ୍ ଗୁଡ଼ିକୁ ଭାଙ୍ଗିବା ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ ଜିବନ ପ୍ରତି ବିପଦ ଥିବା ମୋହନ ସରକାର ସାବ୍ୟସ୍ତ କରିଦେବା ଚିନ୍ତାର ବିଷୟ ହୋଇଛି।
କେବେ ରାଜ୍ୟର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେବ ତାହା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି।ଗତ କାଲି ଜାତୀୟ ଗଣମାଧ୍ୟମ ଦିବସରେ ପୁଲିସ, ସେଣ୍ଟ୍ରାଲ ରେଞ୍ଜ, କଟକର ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍, ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସତ୍ୟକୁ ସାମ୍ନାକୁ ଆଣିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଦିଗରେ ସାମ୍ବାଦିକମାନଙ୍କ ନିଷ୍ଠା, ସାହସ ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏକ ସ୍ୱାଧୀନ, ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମ ସମାଜକୁ ସଚେତନ କରିବା ସହ ଶାସନ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆଗାମୀ ଦିନରେ ମଧ୍ୟ ଦାୟିତ୍ୱବାନ ସାମ୍ବାଦିକତା ସମାଜକୁ ସଠିକ୍ ସୂଚନା ଦେବା ସହ ଲୋକଙ୍କୁ ପ୍ରେରଣା ଓ ସଶକ୍ତ କରି ଗଣତନ୍ତ୍ରକୁ ଆହୁରି ମଜବୁତ କରୁ ବୋଲି ଡଃ ନାୟକ ଆଶାବ୍ୟକ୍ତ କରିଛନ୍ତି।
ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଗତିଶୀଳ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଧିରେ ସାମ୍ବାଦିକ ଗତିରୋଧ ହେବା ଚିନ୍ତାର କାରଣ ହୋଇଛି।

Leave a Reply

Your email address will not be published. Required fields are marked *