August 21, 2026
Home » ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ନୟାଗଡ କପ୍ ୨୦୨୬ ଉଦଘାଟିତ

ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ନୟାଗଡ କପ୍ ୨୦୨୬ ଉଦଘାଟିତ

0
1000904647
   ଭଞ୍ଜନଗର ୧ – ୦ ଗୋଲରେ ବିଜୟୀ ।
 ନୟାଗଡ: ନୟାଗଡ ଖେଳ ପଡ଼ିଆରେ ୭୮୬ କ୍ଲବ ସିନ୍ଦୁରିଆ, ମର୍ଣିଂ କ୍ଲବ ଓ ଜିଲ୍ଲା ଆଥଲଟିକ ଆସୋସିଏନ ନୟାଗଡ ମିଳିତ ଆନୁକୁଲ୍ୟରେ ରଙ୍ଗାରଙ୍ଗ ପରିବେଶ ଏବଂ ଆକର୍ଷଣୀୟ ସୁସଜ୍ଜିତ ଖେଳପଡିଆ ମଧ୍ୟରେ ଆଜି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ ୨୦୨୬ ଶୁଭ ଉଦଘାଟିତ ହୋଇଯାଇଛି। ପ୍ରଥମେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମୁଖ୍ୟ ଅତିଥି ସମାଜସେବୀ ଇରାନୀ ରାୟ,ସମ୍ମାନୀତ ଅତିଥି ପୂର୍ବତନ ବିଧାୟକ ରଣପୁର ସତ୍ୟନାରାୟଣ ପ୍ରଧାନ,ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ସାହୁ, ନୟାଗଡ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ,ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଏଡିପିଓ ( ଆଇପିଏସ ) ଜ୍ୟୋତିରଂଜନ ସାମନ୍ତରାୟ, ତହସିଲଦାର ରାଜେଶ କୁମାର ସ୍ବାଇଁ,ଓ ସମାଜସେବୀ ମମତାଜ ବେଗମ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କ୍ରୀଡା ପତାକା ଉତ୍ତୋଳନ କରି ନୟାଗଡ କପ ୨୦୨୬ କୁ ଉଦ୍ଘାଟନ କରିଥିଲେ ।
ଉଦ୍ଘାଟନ ସମୟରେ ଅତିଥି ମାନଙ୍କ ସହିତ ଥିଲେ, ସଭାପତି ଶେଖ ଇଶୁବୁ,ଅଶୋକ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସେକ୍ ନଇମ, ଉପସଭାପତି ସରିଫ ଖାଁ, ସଞ୍ଜୟ କୁମାର ସୁବୁଦ୍ଧି, ସଂପାଦକ ଅନୱର ଅଲ୍ଲୀ, ସାଂଗଠାନିକ ସଂପାଦକ ହଜରତ ଅଲ୍ଲୀ ଖାଁ, ସଞ୍ଜୟ କୁମାର ପ୍ରଧାନ । ଖେଳ ଆରମ୍ଭ ପୂର୍ବରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା।ପ୍ରଥମ ଦିନର ଖେଳରେ ପପୁଲାର ଫୁଟବଲ କ୍ଲବ ଢେଙ୍କାନାଳ ଏବଂ ମରାଠା ଇଲେଭେନ ଫୁଟବଲ କ୍ଲବ ଭଞ୍ଜନଗର ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ ଖେଳ ସଂଘର୍ଷ ପୂର୍ଣାହୋଇଥିଲେ ମଧ୍ୟ ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ ।ଖେଳ ଶେଷ ହେବାକୁ ୧୦ ମିନିଟ ଅଛି ଭଞ୍ଜନଗର ଟିମର ୫ ନମ୍ବର ଖେଳାଳୀ ସିମି ଗୋଟିଏ ମଜାଦାର ପ୍ରଥମ ଗୋଲ ଦେଇ ୧/୦ରେ ନିଜ ଦଳକୁ ଅଗ୍ରଣୀ କରିଥିଲେ ।
ଏହି ଗୋଲ ପରେ ଖେଳ ଖୁବ ମଜାଦାର ସଂଘର୍ଷପୂର୍ଣ୍ଣ ଥିଲାବେଳେ ଢେଙ୍କାନାଳ ଦଳ ଗୋଲ ଶୁଝାଇ ପାରିନଥିଲେ ।ଯାହା ଫଳରେ ମରାଠା ଇଲେଭେନ ଫୁଟବଲ କ୍ଲବ ଭଞ୍ଜନଗର ବିଜୟୀ ହୋଇଥିଲା । ଆଜିର ଖେଳକୁ ପରିଚାଳନା କରିଥିଲେ ମୁଖ୍ୟ ରେଫରୀ ଭାବେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ରେଫରୀ ରାଜୁ ମହାନ୍ତି, ଲାଇନରେ ସହାୟତା କରିଥିଲେ,ପ୍ରସନ୍ନ ନାୟକ ଓ ଶରତ ମହାରଣା । ମ୍ୟାଚ୍ କମିଶନର ଥିଲେ ଆଲୋକ ଦାସ ଓ ସହକାରୀ କମିଶନର ଥିଲେ ଅମୀୟ କୁମାର ସାହୁ ।ଆଜିର ଖେଳକୁ ଦର୍ଶକ ଗ୍ୟାଲେରୀରେ ହଜାର ହଜାର ଫୁଟବଲ ପ୍ରେମୀ ମନଭରୀ ଉପଭୋଗ କରି ମଜା ଉଠାଇଥିଲେ ।ଆସନ୍ତା କାଲିର ଖେଳ ୟୁନାଇଟେଡ ଇୟୁଥ କ୍ଲବ ଗନ୍ଦରପୁର ଭୁବନେଶ୍ୱର ଓ ଏସ ଜେ ସି ଫୁଟବଲ କ୍ଲବ କାଲିକୁଟ କେରଳ ମଧ୍ୟରେ ଠିକ୍ ଅପରାହ୍ନ ୩ଘଟିକା ସମୟରେ ଅନୁଷ୍ଠିତ ହେବା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।