May 15, 2025
Home » ସାମୂହିକ ସଫେଇ କାର୍ଯ୍ୟକ୍ରମର ଅନ୍ତିମ ଦିବସ

ସାମୂହିକ ସଫେଇ କାର୍ଯ୍ୟକ୍ରମର ଅନ୍ତିମ ଦିବସ

0
WhatsApp Image 2024-09-22 at 3.05.04 PM (1)

ପବିତ୍ର ଶ୍ରୀ ବିଶ୍ବକର୍ମା ପୂଜା ଉପଲକ୍ଷେ ପାରାଦୀପର ଏକ ସ୍ବେଛ୍ଛାସେବୀ ଅନୂଷ୍ଠାନ ପଣ୍ଡିତ ଜବାହରଲାଲ୍ ନେହେରୁ ଟ୍ରଷ୍ଟ ଦ୍ବାରା ଦୀର୍ଘ ଛ’ ଦିନ ଧରି ଆୟୋଜିତ ହୋଇ ଆସୁଥିବା ସାମୂହିକ ସଫେଇ କାର୍ଯ୍ୟକ୍ରମର ଆଜି ଥିଲା ଅନ୍ତିମ ଦିବସ ।। ସକାଳୁ ସମସ୍ତ ସଭ୍ୟଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ ଶେଷ କରାଯିବା ପରେ ଏକ ପଥପ୍ରାନ୍ତ ସଚେତନତା ସଭା ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ପାରାଦ୍ବୀପ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ବାଳ ଏବଂ ମୂଖ୍ୟବକ୍ତା ଭାବେ ପାରାଦ୍ବୀପ ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଭିଶେକ ପଣ୍ଡା ମହୋଦୟ ଯୋଗଦେଇ ସଚେତନତା ଅଭିଭାଷଣ ରଖିବା ସଙ୍ଗେ ସଙ୍ଗେ ସାଧାରଣରେ ଚାରା ବଣ୍ଟନ ମଧ୍ୟ କରିଥିଲେ ।। ଶ୍ରୀ ବିଶ୍ବାଳ ନିଜର ଅଭିଭାଷଣରେ ପାରାଦ୍ବୀପ ବନ୍ଦର ପ୍ରତିଷ୍ଠାରେ ପଣ୍ଡିତ ନେହେରୁ ଏବଂ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ବୋଲି କହି ଦୀର୍ଘ ବର୍ଷର ବ୍ୟବଧାନ ପରେ ପଣ୍ଡିତ ନେହେରୁଙ୍କ ନାମରେ ଏକ ସ୍ବେଛ୍ଛାସେବୀ ସଙ୍ଗଠନ ଗଢାହେବା ଏକ ଖୁସିର କଥା ବୋଲି ମତବ୍ୟକ୍ତ କରିଥିଲେ ।। ଶ୍ରୀଯୁକ୍ତ ପଣ୍ଡା ନେହେରୁ ଟ୍ରଷ୍ଟର ସଦସ୍ୟଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିବା ସହିତ ଶ୍ରୀ ବିଶ୍ବକର୍ମା ପୂଜାକୁ ସୁଚାରୁ ରୁପେ ପରିଚାଳନା କରିଥିବାରୁ ବନ୍ଦର ପ୍ରଶାସନ, ପୌର ପ୍ରଶାସନ, ସୁରକ୍ଷା ବଳ, ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।।

ଟ୍ରଷ୍ଟର ମୂଖ୍ୟ ଉପଦେଷ୍ଠା ଶ୍ରୀ ନିରଞ୍ଜନ ନାୟକ ସମସ୍ତ କର୍ମକର୍ତାଙ୍କୁ ନିଜର ନିସ୍ବାର୍ଥପର ସେବା ମନୋବୃତ୍ତି ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଉପଦେଷ୍ଠା ତଥା ସାମ୍ବାଦିକ ଶ୍ରୀ ଧ୍ରୁବଚରଣ ମହାପାତ୍ର ଏହି ସଭାକୁ ପରିଚାଳନା କରିବା ସହିତ ସଫେଇ କାର୍ଯ୍ୟରେ ସହଯୋଗ ପାଇଁ ପାରାଦ୍ବୀପବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।। ଏହି ପଥପ୍ରାନ୍ତ ସଭାର ସଭାପତିତ୍ବ କରିଥିଲେ ଟ୍ରଷ୍ଟର ଅଧ୍ୟକ୍ଷ ସରୋଜ ପ୍ରଧାନ ଏବଂ ସର୍ବ ଶେଷରେ ଉପସ୍ଥିତ ଅତିଥି, ଟ୍ରଷ୍ଟର କର୍ମକର୍ତା, ସଦସ୍ୟ ଏବଂ ସାମୂହିକ ସଫେଇରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନ୍ୟତମ ଟ୍ରଷ୍ଟି ଶ୍ରୀ କେଦାରନାଥ ବିଶ୍ବାଳ ।।
ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଶ୍ରୀମତି ପ୍ରେମଲତା ବାରିକ୍, ସଙ୍ଘମିତ୍ରା ସ୍ବାଇଁ, କମଳା ଓଝା, ଖୁଲଣା ଜେନା, ବିନତୀ ପଢିଆରି, କୌଶଲ୍ୟ ମହାନ୍ତି, ବରିଷ୍ଠ ସଦସ୍ୟ ଗଦାଧର ମହାନ୍ତି, ଅଶୋକ ପରିଡା, ତ୍ରିନାଥ ମହାନ୍ତି, ଅନୀଲ୍ ନାୟକ, ବିନୋଦ ପ୍ରଧାନ, ଚନ୍ଦ୍ରଶେଖର ମହାପାତ୍ର, ରତିକାନ୍ତ ନାୟକ, କୃପାସିନ୍ଧୁ ଦାସ, ବିଜୟ ସେଠୀ, ସଞ୍ଜୟ ମୂଦୁଲୀ, ରବିନ୍ଦ୍ର ମଲ୍ଲିକ୍, ଜଗବନ୍ଧୁ ସତପଥୀ, ସୁରେନ୍ଦ୍ର ମହନ୍ତ ଆଦି ସଦସ୍ୟ ସବୁ ଉପସ୍ଥିତ ଥିଲେ ।।

Leave a Reply

Your email address will not be published. Required fields are marked *

You may have missed