ସାହିତ୍ୟ ଓ ସଂସ୍କୃତି ପାଇଁ ରାମଚନ୍ଦ୍ର ସାହୁ ସ୍ମରଣ ରହିବେ
।
ଵିଵିଧାବର୍ଣା ର କବି ତଥା ଶିକ୍ଷାବିତ୍, ପରିବେଶବିତ୍ ଓ ଅଭିନେତା ଭକ୍ତକବି ରାମଚନ୍ଦ୍ର ସାହୁ, ଓଡ଼ିଶା ର ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ପାଇଁ ସ୍ମରଣ ରହିବେ ବୋଲି ମତପ୍ରକାଶ ପାଇଛି। କବିଙ୍କ ବିୟୋଗ ରେ ରାଣୀସତୀ ଭବନ ଠାରେ ଡକ୍ଟର ବଦ୍ରି ମିଶ୍ରଙ୍କ ସଭାପତିତ୍ୱ ଓ କବି ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନା ଆୟୋଜିତ ସ୍ମୃତି ସଭା ରେ ମନୋରଞ୍ଜନ ତ୍ରିପାଠୀ, ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ନିମାଇଁ ମହାନ୍ତି, ସୁକାନ୍ତ ପଣ୍ଡା, ସୁରେନ୍ଦ୍ର ନାଥ ଦାଶ, ପ୍ରଶାନ୍ତ କୁମାର ସାହୁ, ଡାକ୍ତର ସୌମ୍ୟକାନ୍ତ ସାହୁ, କୁମାର ବାଳକୃଷ୍ଣ,ସୁବାସ ଚନ୍ଦ୍ର ସୁବୁଦ୍ଧି,ଯୋଗେଶ୍ଵର ନାୟକ, ପ୍ରଭାସ ଚନ୍ଦ୍ର ମିଶ୍ର, ଚାରୁଲତା ମିଶ୍ର ଓ ସୁମିତ୍ରା ସାହୁ ଏଭଳି ମତପ୍ରକାଶ କରିଛନ୍ତି।
