August 21, 2026
Home » ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ l

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ l

0
WhatsApp Image 2026-05-02 at 1.07.59 PM

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ର ମିଳିତ ସହଭାଗିତାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ ସୋନପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁପାର ଠେଲା, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଡ.ନୃପରାଜ ସାହୁ, ତାମସୀ ତାମସ୍ମିତା ନାୟକ, ଅଧ୍ୟକ୍ଷା, ସୋନପୁର ପୌରପରିଷଦ, ଶ୍ରୀ ବେଣୁଧର ଦାସ ବୀରମହାରାଜପୁର ବିଧାୟକଙ୍କ ପ୍ରତିନିଧି, ଶ୍ରୀ ଗୋବିନ୍ଦ ମହାରଣା, ସଭାପତି, ଟ୍ରେଡ ୟୁନିଅନ ସମନ୍ୱୟ କମିଟି, ସୁବର୍ଣ୍ଣପୁର, ଶ୍ରୀ ଅନଙ୍ଗ ନେଗି, ରେୟାର(RARE) ଏନଜିଓ, ସୋନପୁର ପ୍ରମୁଖ ଯୋଗ ଦେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ ରେ ଶ୍ରମିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରମିକମାନଙ୍କ ଦେଶ ପାଇଁ ଅବଦାନ ଏବଂ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ l ଶ୍ରୀ ଡିଲେଶ୍ୱର ଖାଖା , ପ୍ରଭାଗୀୟ ଶ୍ରମ ଆୟୁକ୍ତ, ସୁବର୍ଣ୍ଣପୁର ଅତିଥି ପରିଚୟ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀ ଦିବ୍ୟ ଶଙ୍କର ଧୁରୁଆ, ଜିଲ୍ଲା ଶ୍ରମ ଅଧିକାରୀ, ସୁବର୍ଣ୍ଣପୁର ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ରେ ଶ୍ରମିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରମିକମାନଙ୍କ ଦେଶ ପାଇଁ ଅବଦାନ ଏବଂ ଶ୍ରମିକମାନଙ୍କ ସମ୍ମାନ ଓ ଅଧିକାର ବିଷୟରେ ଆଲୋକପାତ କରାଇଥିଲେ । ଏହା ସହିତ ଜିଲ୍ଲା ଶ୍ରମ ଅଧିକାରୀ, ସୁବର୍ଣ୍ଣପୁର, ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ଉଭୟ କଲ୍ୟାଣ ବୋର୍ଡ ଯଥା ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଶ୍ରମିକମାନଙ୍କୁ ପ୍ରଦାନ କରାଯିବାକୁଥିବା ବିଭିନ୍ନ ସହାୟତା ସମ୍ପର୍କ ରେ ସୂଚନା ଦେଇଥିଲେ । ଶ୍ରୀ ସୌମ୍ୟରଞ୍ଜନ ସାହୁ, ସହକାରୀ ଶ୍ରମ ଅଧିକାରୀ ଡୁଙ୍ଗୁରିପାଲି ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ଲିପକରାଜ ନାୟକ, ସହକାରୀ ଶ୍ରମ ଅଧିକାରୀ, ଉଲୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ୫୬ ଜଣ ହିତାଧିକାରୀଙ୍କୁ ଟ. ୪,୯୫,୬୦୦/- (ଶିକ୍ଷା ସହାୟତା), ୨୪୦ ଜଣ ହିତାଧିକାରୀଙ୍କୁ ଟ.୧,୨୦,୦୦,୦୦୦/- (ବିବାହ ସହାୟତା) , ୧୭ ଜଣ ହିତାଧିକାରୀଙ୍କୁ ଟ. ୧,୭୦,୦୦୦/-(ପ୍ରସୂତିକାଳୀନ ସହାୟତା), ୮୨ ଜଣ ହିତାଧିକାରୀଙ୍କୁ ଟ. ୨,୩୦,୦୦,୦୦୦, (ମୃତ୍ୟୁକାଳୀନ ସହାୟତା), ୮୨ ଜଣ ହିତାଧିକାରୀଙ୍କୁ ଟ. ୪,୧୦,୦୦୦/- (ଅନ୍ତୋଷ୍ଟିକ୍ରିୟା) ସହାୟତା ରାଶି ଏବଂ ନୂତନ ଭାବରେ ପଞ୍ଜୀକୃତ ହୋଇଥିବା ୨୦୦ ଜଣ ନିର୍ମାଣ ଶ୍ରମିକ ଓ ୫୦ ଜଣ ଅଂସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବ୍ୟବସାୟୀ ସଂଘ, ସୋନପୁର ଜିଲ୍ଲା ହୋଟେଲ ମାଲିକ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ, ମାରୱାଡି ଯୁବ ମଞ୍ଚ, ସୋନପୁର ଓ ବିଭିନ୍ନ ପଞ୍ଜୀକୃତ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତାଙ୍କ ସହ ପ୍ରାୟ ୫୦୦ଋ ଉର୍ଦ୍ଦ୍ୱ ଜଣ ଶ୍ରମିକଙ୍କ ଏହି ସମାରୋହରେ ଯୋଗଦାନ ଦେଇଥିଲେ । କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଶ୍ରୀ କେଦାର ସିଂ ବରିହା, ସହକାରୀ ଶ୍ରମ ଅଧିକାରୀ, ସୋନପୁର, ଶ୍ରୀ ଚିନ୍ମୟ ମେହେର, ସହକାରୀ ଶ୍ରମ ଅଧିକାରୀ, ବିନିକା, ଶ୍ରୀ ସପ୍ରତିଭ ପ୍ରଧାନ, ସହକାରୀ ଶ୍ରମ ଅଧିକାରୀ, ତରଭା, ଶ୍ରୀମତୀ ଅନିତା ନାଗ (ମଙ୍ଗଳ ସଂଯୋଜକ),ଶ୍ରୀ ବାଙ୍କା ବିହାରୀ ମହଲା, ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ, ଶ୍ରୀମତୀ ସୁଚିସ୍ମିତା ପାତ୍ର, ଶ୍ରୀ ନାରାୟଣ ବିଶି ପ୍ରମୁଖ ସହଯୋଗ କରିଥିଲେ । ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed