May 23, 2026
Home » ସୁବର୍ଣ୍ଣପୁରରେ ଯଶୋଦା ଯୋଜନା ହିତାଧିକାରୀଙ୍କ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁରରେ ଯଶୋଦା ଯୋଜନା ହିତାଧିକାରୀଙ୍କ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-05-21 at 6.21.10 PM (1)

 

 ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ, କୌଣସି ଶିଶୁ କିମ୍ବା ଯୁବକ-ଯୁବତୀ ଯେପରି ଶିକ୍ଷା ର ଅଭାବ ଯୋଗୁଁ ଶୋଷଣର ଶିକାର ନ ହୁଅନ୍ତି, ସେଥିପାଇଁ ସମସ୍ତଙ୍କୁ ସଚେତନ ହେବା ସହିତ ସମାନଙ୍କୁ ଶିକ୍ଷିତ କରିବା ଓ ସ୍ୱାବଲମ୍ବୀ କରିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଳଭ ଷଡ଼ଙ୍ଗୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୀଣାପାଣି ମିଶ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା, କିଶୋର ନ୍ୟାୟ ବୋର୍ଡ ସଦସ୍ୟା ରଂଜିତା ସାହୁ ଉପସ୍ଥିତ ଥିଲେ। ଅତିଥିମାନେ ଛାତ୍ରଛାତ୍ରୀ, ଅଭିଭାବକ ଓ ହିତାଧିକାରୀମାନଙ୍କ ସହ ଆଲୋଚନା କରି ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ଏବଂ ସରକାରୀ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ସମସ୍ତଙ୍କୁ ଦୂତ ଭାବେ କାମ କରିବାକୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲାପାଳ ଡ଼.ସାହୁ ନିଜ ବକ୍ତବ୍ୟ ରେ ଜଣେ ଫୁଡ୍ ଡେଲିଭରି ବୟ ଭାବେ କାମ କରୁଥିବା ଯୁବକ ପରେ ଓଏଏସ ପରୀକ୍ଷାରେ ସଫଳ ହୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୋଇଥିବା ଏବଂ ଜଣେ ଗରିବ ପରିବାରର ଝିଅ ସଂସ୍କୃତରେ ସ୍ଵର୍ଣ୍ଣ ପଦକ ହାସଲ କରିବାର ଉଦାହରଣ ଦେଇ ଉପସ୍ଥିତ ସମସ୍ତଙ୍କୁ ପ୍ରେରିତ କରିଥିଲେ। ସେ କହିଥିଲେ ଯେ, ଶିକ୍ଷା ମଣିଷକୁ ସ୍ୱାବଲମ୍ବୀ କରିଥାଏ ଏବଂ ଶୋଷଣରୁ ରକ୍ଷା କରେ। ଶିଶୁ କଲ୍ୟାଣ ସମିତି ପକ୍ଷରୁ ଶିଶୁ ଚାଲାଣ ଓ ବାଲ୍ୟ ବିବାହ ନେଇ ଚିନ୍ତା ବ୍ୟକ୍ତ କରାଯାଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଜିଲ୍ଲା ପ୍ରଶାସନର ଲକ୍ଷ୍ୟ ହେଉଛି ଶିଶୁମାନଙ୍କୁ ଦକ୍ଷ ଓ ସ୍ୱାବଲମ୍ବୀ କରିବା ବୋଲି ପୁନରୁଚ୍ଚାରଣ କରିଥିଲେ।

ଯଶୋଦା ଯୋଜନା ଅନ୍ତର୍ଗତ ୧୫ ଜଣ +୨ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା, ୪୨ ଜଣ +୩ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା, ୪ ଜଣ ଜିଏନଏମ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା, ୩ ଜଣ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା, ୧ ଜଣ ବି.ଫାର୍ମ ଛାତ୍ରଙ୍କୁ ୩୦ ହଜାର ଟଙ୍କା ଏବଂ ୧ ଜଣ କନ୍ୟାଙ୍କୁ ବିବାହ ସହାୟତା ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ମୋଟ ୬୬ ଜଣ ହିତାଧିକାରୀଙ୍କୁ ୧୨ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ଗୌତମ ମହାପାତ୍ର ଧନ୍ୟବାଦ ଦେଇଥିବା ବେଳେ ରୁଦ୍ରପ୍ରସନ୍ନ ମିଶ୍ର, ଅନିଲ ମହଲା, ଥାବିର କ।ଳସ, ମୃତ୍ୟୁଞ୍ଜୟ ସାହୁ, ସ୍ୱାଗତ ମିଶ୍ର, ସରିତା ସାହୁ, ମାନିନୀ ମହାନ୍ତି ପ୍ରମୁଖ ସହାୟତା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *