July 15, 2025
Home » ସୁବର୍ଣ୍ଣପୁର ଜିଲ୍ଲା ରେ ଭାରତ ବନ୍ଦ ଡାକରା ର ପ୍ରଭାବ l

ସୁବର୍ଣ୍ଣପୁର ଜିଲ୍ଲା ରେ ଭାରତ ବନ୍ଦ ଡାକରା ର ପ୍ରଭାବ l

0
WhatsApp Image 2025-07-09 at 4.31.27 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ରେ ଆଜି ୯ ଜୁଲାଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ବାଧିନ ଫେଡେରେସନ ର ଡାକରା କ୍ରମେ ସର୍ବ ଭାରତୀୟ ଧର୍ମଘଟ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ରେ INTUC , AITUC , HMS, CITU, AIUTUC, AICCTU, TUCC, LPF ର ସୋନପୁର ଶାଖା ତରଫରୁ ସକାଳ ୧୦ ଟା ରୁ ପିକେଟିଂ କରି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକ ରେ ଦୁଇଟି ବେନର ରେ ଏହି ଧର୍ମଘଟ ଡାକରା ବିଷୟ ରେ ଲେଖାଥିବା ବେନର ଟଣା ଯାଇଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଦୋକାନ ବଜାର ଖୋଲାଥିବା ବେଳେ ବ୍ୟାଙ୍କ ଗୁଡ଼ିକ ବନ୍ଦ କରିଥିଲେ ଆନ୍ଦୋଳନକାରୀ। ଏକ୍ସିସ ବ୍ୟାଙ୍କ, ବରୋଦା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ସମେତ ସମସ୍ତ ବ୍ୟାଙ୍କ ବନ୍ଦ ଥିଲା। ଆନ୍ଦୋଳନକାରୀ ଙ୍କ ପ୍ରମୁଖ ଦାବି ମଧ୍ୟ ରେ ଶ୍ରମିକ ବିରୋଧୀ ଶ୍ରମ କାର୍ଡ ବାତିଲ , ସ୍କିମ ୱାକର ଯଥା ଅଗନୱାଡ଼ି, ଆଶା, ପାଚିକା, ଉଦ୍ୟାନ ସାଥୀ ଓ ଗ୍ରାମ ପଞ୍ଚାୟତ ୱାର୍କର ଙ୍କୁ ୱାର୍କର ମାନ୍ୟତା ସହ ସର୍ବ ନିମ୍ନ ମଜୁରୀ ମାସକୁ ୨୬ ହଜାର ଟଙ୍କା ପ୍ରଦାନ, ପୁରୁଣା ପେନସନ ଲାଗୁ କରିବା , ରାଷ୍ଟ୍ରୀୟ ଉଦ୍ୟୋଗ ର ଘରୋଇ କରଣ ବନ୍ଦ ଓ ଅନ୍ୟାନ୍ୟ ଦାବି ରେ ଏହି ଭାରତ ବନ୍ଦ ଡାକରା ହୋଇଥିଲା। ଆନ୍ଦୋଳନକାରୀ ଙ୍କ ମଧ୍ୟ ରେ ବିଭିନ୍ନ ସଂଗଠନ ରୁ ଗୋବିନ୍ଦ ମହାରଣା, ମନୋରଞ୍ଜନ ପାଣ୍ଡେ, ସୀତା ମହାକୁଡ, କରଞ୍ଜ ପଧାନ, ସାରଥୀ ଭେସରା, ଛବି ବାଘ, ବିଶ୍ଵାମ୍ବର ଷାଣ୍ଢ, ସୁରେନ୍ଦ୍ର ଗୁରୁ, ତରଣିସେନ୍ ପଧାନ , ଦୁଲାର ସେନ ବାଘ , ଘୁଟା ବସ୍ତିଆ , କୃଷ୍ଣ ଚନ୍ଦ୍ର କମ୍ପ, ଜୟ ବାଗ, ବୈକୁଣ୍ଠ ଶତପଥୀଙ୍କ ସମେତ ଅନେକ ଶ୍ରମିକ ନେତା ସାମିଲ ହୋଇ ଭାରତ ବନ୍ଦ କୁ ସଫଳ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *