ସୁବଳୟା ଯୁକ୍ତ ୨ ଅଧ୍ୟକ୍ଷ ଙ୍କୁ ଉପଜିଲ୍ଲାପାଳ ଙ୍କ କାରଣ ଦର୍ଶାଅ ନୋଟିସ l
ସୁବର୍ଣ୍ଣପୁର– ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଭାପତି ତଥା ବୀରମହରାଜପୁର ଉପଜ଼ିଲ୍ଲାପାଳ ସୁରେନ୍ଦ୍ର ମେହେର ଗତକାଲି ଅଚାନକ ଯୁକ୍ତ ଦୁଇ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଦିନ ୧୨ ଟା ସମୟରେ ପହଞ୍ଚି ଅଧ୍ୟକ୍ଷ ରମାକାନ୍ତ ପୁରୋହିତ ଅନଧିକୃତ ଅନୁପସ୍ଥିତ ରହିଥିବା ଦେଖିବାକୁ ପାଇଥିଲେl ଏହାଛଡା ସେ ବିନାକାରଣ ରେ ମନଇଛା ଶ୍ରେଣୀ ବାତିଲ କରିଥିବା ଜାଣିବାକୁ ପାଇଥିଲେ l ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମୋଦନରେ ସେ ଅନେକ ଦିନ ଛୁଟିରେ ରହିବା ଏବଂ ଶିକ୍ଷାଦାନ ବାତିଲ କରିବା ରେ ଅଭ୍ୟସ୍ତ ବୋଲି ଶିକ୍ଷକ ଏବଂ କର୍ମଚାରୀ ମାନଙ୍କଠାରୁ ଜାଣିବାକୁ ପାଇଥିଲେ l ଏପରି କାର୍ଯ୍ୟରେ ଅବହେଳା ଯୋଗୁଁ ସଭାପତି ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ପ୍ରେରଣ କରିଛନ୍ତି l ସନ୍ତୋଷଜନକ ଉତ୍ତର ନ ମିଳିଲେ ଉକ୍ତ ଦିନର ତାଙ୍କର ଦରମା ବନ୍ଦ କରି ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି l ଏହି କାର୍ଯ୍ୟାନୁଷ୍ଠାନ ଦେଖି ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି l ଏହାଦ୍ୱାରା ବିଦ୍ୟାଳୟର ଶିକ୍ଷାର ମାନ ବୃଦ୍ଧି ହେବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଥିବା ଜଣାଯାଇଛି l ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଅଞ୍ଚଳ ର ଜନସାଧାରଣ ଦାବି କରୁଥିବା ଜଣାଯାଏ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
