May 13, 2025
Home » ସୃଜନୀର ୩୮ତମ ବାର୍ଷିକ ଉତ୍ସବ ଓ ରକ୍ଷାବନ୍ଧନ

ସୃଜନୀର ୩୮ତମ ବାର୍ଷିକ ଉତ୍ସବ ଓ ରକ୍ଷାବନ୍ଧନ

0
WhatsApp Image 2024-08-22 at 12.28.28 PM

 

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସାହିତ୍ୟ, କଳା, ସାଂସ୍କୃତିକ ଓ ସମାଜସେବାରେ ଉତ୍ସର୍ଗୀକୃତ ଅନୁଷ୍ଠାନ ସୃଜନୀର ୩୮ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ବାଚସ୍ପତି ସୁରମା ପାଢ଼ୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ପଶୁସମ୍ପଦ ଓ କ୍ଷୁଦ୍ରଶିଳ୍ପ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ତାଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ କଳାକାରମାନଙ୍କ ଦ୍ବାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥ୍‌ଲା ଏବଂ ଜୁନି କୁନି “ଶିଶୁକଳାକାର ମାନଙ୍କ ଦ୍ବାରା ନୃତ୍ୟ ପ୍ରତିଯୋଗିତା କରାଯିବା ସହିତ ପୁରସ୍କାର ବିତରଣ କରାଯାଇଥିଲା। ଦେଶ ସେବା ଓ ସମାଜ ସେବାର ଉଲ୍ଲେଖନୀୟ ଅବଦାନ ପାଇଁ ସେନାବାହିନୀରୁ ଅବସର ନେଇଥିବା ସୋମନାଥ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା ସ୍ବାଧୀନତାର ୭ ୮ ତମ ଅମୃତ ମହାଉତ୍ସଵ ପାଇଁ ଦେଶାମ୍‌କବୋଧକ ସଙ୍ଗୀତ ପରିବେଷଣ ସହିତ ପବିତ୍ର ଗହ୍ମାପୂନମୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା।

ଗତ ୧୯ଅଗଷ୍ଟ ପବିତ୍ର ଗହ୍ମାପୁର୍ନମି ଓ ରକ୍ଷାବନ୍ଧନ ଏଥ୍‌ରେ ବହୁ ସଂଖ୍ୟାରେ ଛୋଟ ଛୋଟ ପିଲା ଅଂଶଗ୍ରହଣ କରିବା ସହିତ ବୃକ୍ଷରୋପଣ କରିଥିଲେ ଓ ବହୁ ଅସହାୟ ବ୍ୟକ୍ତିଙ୍କୁ ଫଳ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ।ଏହି ଉତ୍ସବରେ ଅତିଥି ମାନଙ୍କୁ ରକ୍ଷାବନ୍ଧନ ସହିତ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ମଧ୍ଯ ରକ୍ଷାବନ୍ଧନ କରାଯାଇଥିଲା। ଏହି ଉତ୍ସବରେ ମୂଖ୍ୟ ଅତିଥି ଶ୍ରାମତା ପାଢ଼ୀ ଅନେକ ଶିଶୁକଳାକାର, ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେl । ଏହି ଉତ୍ସବରେ ସୃଜନୀର ସଂପାଦକ ଚିତରଞ୍ଜନ ରାୟ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହିତ ସୂୃଜନୀର ଆଗାମୀ ସାଂସ୍କୃତିକ ସହିତ ଆଗାମୀ ଦିନରେ ସୃଜନୀ ଏହିପରି ତା’ର ସମାଜସେବାଓ ସାଂସ୍କୃତିକ ସେବା ଜାରି ରଖିବ ବୋଲି ଘୋଷଣା କରିଥୁଲେ।

ଏହି ଉତ୍ସବରେ ସୂଜନାର ପ୍ରାଣ ପ୍ରତିଷ୍ଠାତା ନାରୟଣ ଚନ୍ଦ୍ର ରାୟ ମହାପାତ୍ର ଓ ଅନ୍ୟତମ ସଦସ୍ୟ ଜଗତ୍‌ ମୋହନ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଆଗାମୀ ଦିନରେ ସୃଜନୀ ନୃତ୍ୟ ମହୋତ୍ସବ, ନାଟ୍ୟ ମହୋତ୍ସବ ଓ ସମାଜ ସେବାରେ ତାର କାର୍ଯ୍ୟ କରିଚାଲିଛି ଓ ଆଗାମୀ ଦିନରେ କରିବ ବୋଲି ସମ୍ପାଦକ କହିବା ସହିତ ଆଗାମୀ ନଭେମ୍ବର ମାସ ୪ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଭଞ୍ଜଳଳା ମଣ୍ଡପରେ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ l ମୂଖ୍ୟଅତିଥି ସୂଜନାର କାର୍ଯ୍ୟକୁ ଭୂଯସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସୃଜନୀର ଅନୁଷ୍ଠାନକୁ ସବୁବେଳେ ତାଙ୍କର ସହଯୋଗ ରହିବ ବୋଲି ପ୍ରତିଶୃତି ଦେଇଥ୍‌ଲେ । ଉତ୍ସବର ଅନ୍ୟତମ ସମ୍ମାନନୀୟ ଅତିଥି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାରେ ଯୋଗଦେଇ ସ୍ଵଜନୀର ଶିଶୁମହୋତ୍ସବ. ନାଟ୍ୟ ମହୋତ୍ସବ. ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଓ ସମାଜ ସେବା ଏହି ସଭାରେ ସୂଜନୀର ବରିଷ୍ଠ ସଭ୍ୟ ମିହିର ନାରାୟଣଜେନା, ଆର୍ଭତାଣ ମହାନ୍ତି, ସୁଧାକର ମହାନ୍ତି ଶଶିପ୍ରଭା ଦାସ୍‌ ସରଳା ସ୍ବାଇଁ, ବଳରାମ ସାହୁ, ଅବିକ୍ଷଣ ମହାରଣା, ସତ୍ୟବ୍ରତ ନାୟକ, ଅନିଲ କୁମାର ପଣ୍ଡା, ଅରୁଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥ୍‌ଲେ।

 

ଭୁବନେଶ୍ୱର ଈପିଏରୁ ସିଲୁ ସାହୁ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *